ନୂଆପଡ଼ା ରେ ଜିଲ୍ଲା ସ୍ତରୀୟ ପ୍ରଶାସନିକ ବେଡମିଣ୍ଟନ ପ୍ରତିଯୋଗିତା

Jul 20, 2025 - 23:31
 0  14
ନୂଆପଡ଼ା ରେ ଜିଲ୍ଲା ସ୍ତରୀୟ ପ୍ରଶାସନିକ ବେଡମିଣ୍ଟନ ପ୍ରତିଯୋଗିତା

ନୂଆପଡ଼ା : ଇନଡୋର ଷ୍ଟାଡିୟମ ନୂଆପଡ଼ା ଠାରେ ଆନ୍ତର୍ଜାତିକ ସମବାୟ ବର୍ଷ ଅବସରରେ ସମବାୟ ବିଭାଗ, ଓଡ଼ିଶା ସରକାର , ନୂଆପଡ଼ା ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା କ୍ରୀଡ଼ା ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ପ୍ରଶାସନିକ ବେଡମିଣ୍ଟନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ପ୍ରତିଯୋଗିତାକୁ ଜିଲ୍ଲାପାଳ ନୂଆପଡ଼ା ମଧୁସୂଦନ ଦାଶ ଏବଂ ଆରକ୍ଷୀ ଅଧିକ୍ଷକ ନୂଆପଡ଼ା ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ଉଦ୍ଘାଟନ କରିଥିଲ। ଡ଼ବଲସ ରେ ଷୋହଳଟି ପ୍ରଶାସନିକ ଅଧିକାରୀ ଦଳ ଭାଗନେଇ ଫାଇନାଲରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକ ଏବଂ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ଅଧିକାରୀ ତଥା ସହଯୋଗୀ ଖେଳାଳି ନୂଆପଡ଼ା ଙ୍କ ଦଳ ଫାଇନାଲକୁ ପ୍ରବେଶ କରିଥିଲେ। ଫାଇନାଲରେ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ଅଧିକାରୀ ସୌମ୍ୟ କିଶୋର ଜୟପୁରିଆ ଓ ଆଲୋକ କୁମାର ପାତ୍ର ବିଜେତା ହୋଇଥିଲେ ଏଵଂ ଜିଲ୍ଲାପାଳ ନୂଆପଡ଼ା ମଧୁସୂଦନ ଦାସ ଓ ଆରକ୍ଷୀ ଅଧିକ୍ଷକ ନୂଆପଡ଼ା ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ଉପବିଜେତା ହୋଇଥିଲେ । ମିକ୍ସଡ ଡବଲସରେ ଛଅଟି ଜିଲ୍ଲା ସ୍ତରୀୟ ପ୍ରଶାସନିକ ଦଳ ଭାଗନେଇଥିଲେ । ଫାଇନାଲ ରେ ଆରକ୍ଷୀ ଅଧିକ୍ଷକ ନୂଆପଡ଼ା ଗୁଣ୍ଡଲା ରେଡ୍ଡୀ ରାଘବେନ୍ଦ୍ର ଓ ଗୋଷ୍ଠି ଉନ୍ନୟନ ଅଧିକାରୀ ସିନାପାଲି କର୍ମୀ ଓରାମ ବିଜେତା ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼ାଇ ଓ ଅତିରିକ୍ତ କୋଷାଗାର ଅଧିକାରୀ ମଧୁସ୍ମିତା ପରିଜା ଉପ- ବିଜେତା ହୋଇଥିଲା। କୃତିପ୍ରତିଯୋଗୀ ମାନଙ୍କୁ ଜିଲ୍ଲାପାଳ ନୂଆପଡ଼ା ମଧୁସୂଦନ ଦାଶ , ଆରକ୍ଷୀ ଅଧିକ୍ଷକ ନୂଆପଡ଼ା, ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର, ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ- ଜିଲ୍ଲାପାଳ ନୂଆପଡ଼ା ସୁରମି ସୋରେନ ପ୍ରମୁଖ ପୁରସ୍କୃତ କରିଥିଲେ। ଜିଲ୍ଳା କ୍ରୀଡ଼ା ଅଧିକାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଡିଆରସିଏସ ନୂଆପଡ଼ା ଶିବପ୍ରସାଦ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ l ଜିଲ୍ଲା ସ୍ତରୀୟ ପ୍ରଶାସନିକ ବେଡମିଣ୍ଟନ ପ୍ରତିଯୋଗିତା ଅଧିକାରୀ ମାନଙ୍କ ମନରେ ଅଫୁରନ୍ତ ଉତ୍ସାହ ଓ ପ୍ରେରଣା ଭରି ଦେଇଥିଲା l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ