ନୂଆପଡାରେ ବିପର୍ଯ୍ୟୟ ପରିଚାଳନା ସହ ଲିଙ୍ଗ ସମାନତାକୁ ଅନ୍ତର୍ଭୁକ୍ତ ଯୋଜନାର ଜିଲ୍ଲା ସ୍ତରୀୟ କର୍ମଶାଳା ଆୟୋଜିତ

Feb 7, 2025 - 21:03
 0  13
ନୂଆପଡାରେ ବିପର୍ଯ୍ୟୟ ପରିଚାଳନା ସହ ଲିଙ୍ଗ ସମାନତାକୁ  ଅନ୍ତର୍ଭୁକ୍ତ ଯୋଜନାର ଜିଲ୍ଲା ସ୍ତରୀୟ କର୍ମଶାଳା ଆୟୋଜିତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସଦଭାବନା ସଭାଗୃହରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମରେ ଲିଙ୍ଗ ସମାନତାକୁ ଅନ୍ତର୍ଭୁକ୍ତ କରିବା ପାଇଁ ଜିଲ୍ଲା ସ୍ତରୀୟ ଏକ କର୍ମଶାଳା ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଶ୍ରୀ ମଧୁସୂଦନ ଦାଶ ଉଦଘାଟନ କରିବା ସହ କାର୍ଯ୍ୟକ୍ରମକୁ ସୁଚାରୁରୂପେ ରୂପାୟନ ନିମନ୍ତେ ଆହ୍ବାନ କରିଥିଲେ ।କାର୍ଯ୍ୟକ୍ରମରେ ଏ ଡି ଏମ ଭୀମସେନ ଶବର, ଏ ଡି ଏମ ସୁବାସ ଚନ୍ଦ୍ର ରଇତ,ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ,ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଏସ କେ ନସିମ,ପ୍ରକଳ୍ପ ଅଧିକାରୀ ଜରୁରୀକାଳୀନ ବିଭାଗ ଶ୍ରୀ ମହେନ୍ଦ୍ର କୁମାର ସ୍ବାଇଁ, ଜେନେରାଲ ମ୍ୟାନେଜର ଓସଡାମା ତାପସ କୁମାର ସେଠି,ଜେଣ୍ଡର ଏକ୍ସପର୍ଟ ଆରଣ୍ୟକ ମିଶ୍ର,ସହକାରୀ ଜେଣ୍ଡର ଏକ୍ସପର୍ଟ ସୁବୋଧ ନାୟକ ଉପସ୍ଥିତ ରହି କର୍ମଶାଳାକୁ ସମ୍ବୋଧନ କରିବା ସହିତ ଏହାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଅବହେଳିତ ଲୋକଙ୍କ ତାଲିକା, ଅବହେଳିତ ଲୋକଙ୍କୁ ପ୍ରଥମ ଅଧିକାର ଭିତ୍ତିକ ବିପର୍ଯ୍ୟୟ ପରିଚାଳନାରେ ସଂପୃକ୍ତ କରିବା ଇତ୍ୟାଦି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଅଂଶ ଗ୍ରହଣ କରିବା ସହିତ ସେମାନଙ୍କ ବିଭାଗକୁ ବିପର୍ଯ୍ୟୟ ପରିଚାଳନା ଅନ୍ତର୍ଭୁକ୍ତ କରି ଲିଙ୍ଗ ବୈଷମ୍ୟ ବିଲୋପ କରିବା ପ୍ରତିବଦ୍ଧତା ଦୋହରାଇଥିଲେ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ