ନୂଆପଡାରେ ଜାତୀୟ ସଡକ ସୁରକ୍ଷା ମାସ ପାଳନ ଅବସରରେ ବାଇକ୍ ରେଲି ଓ ସଭା ଅନୁଷ୍ଠିତ

Jan 7, 2025 - 23:05
 0  15
ନୂଆପଡାରେ ଜାତୀୟ ସଡକ ସୁରକ୍ଷା ମାସ ପାଳନ ଅବସରରେ   ବାଇକ୍ ରେଲି ଓ ସଭା ଅନୁଷ୍ଠିତ

ନୂଆପଡ଼ା, ତା 07.01.25 ନୂଆପଡ଼ା ରେ ଜାତୀୟ ସଡକ ସୁରକ୍ଷା ମାସ ପାଳନ ଅବସରରେ ଜନସଚେତନତା ସୃଷ୍ଟି ପାଇଁ ଆୟୋଜିତ ହୋଇଥିବା ଏକ ବାଇକ୍ ରେଲିକୁ ଜିଲ୍ଲାପାଳ ମଧୁସୂଦନ ଦାଶ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଏହି ରେଲିରେ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ , ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ l ଆଞ୍ଚଳିକ ପରିବହନ ଅଧିକାରୀ ମାନ ସିଂଙ୍କ ପରିଚାଳନାରେ ଆୟୋଜିତ ଏହି ରେଲି ରେ ବିଭିନ୍ନ ବର୍ଗର ଶତାଧିକ ବାଇକର୍ସ ଅଂଶ ଗ୍ରହଣ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଖରୀଆର ରୋଡ ପର୍ଯ୍ୟନ୍ତ ଯାତ୍ରା କରିଥିଲେ l ଏହାପରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସଭା ଆୟୋଜିତ ହୋଇଥିଲା l ଏଥିରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମଣିଷର ସାମାନ୍ୟ ଭୁଲ୍ ପାଇଁ ଦୁର୍ଘଟଣା ଘଟି କିଭଳି ବ୍ୟକ୍ତି ପରିବାର ଓ ସମାଜ ପଙ୍ଗୁ ହୋଇ ଯାଇଛି ସେଥିପ୍ରତି ସଚେତନ କରିଥିଲେl ଘରୁ ବାଇକ୍ ନେଇ ବାହାରିବା ମାତ୍ରେ ହେଲମେଟ ପିନ୍ଧିଥିଲେ ନିଶ୍ଚିତ ଭାବରେ ଘରକୁ ଫେରି ପାରିବା ବୋଲି କହିଥିଲେ l ଆମ ଜିବନ ଆମ ହାତରେ ଓ ଏହାକୁ ଦୁର୍ଘଟଣା ରୁ ରକ୍ଷା କରିବା ଦାୟିତ୍ବ ବି ଆମର ବୋଲି ଚେତାଇ ଦେଇ ଥିଲେ l ସଭାରେ ସଡକ ସୁରକ୍ଷା ଉପରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ ସହିତ ସ୍ୱେଚ୍ଛାକୃତ ଭାବରେ ବହୁବାର ରକ୍ତଦାନ କରିଥିବା ଦୁଇ ଜଣ ବ୍ୟକ୍ତି , ଶିକ୍ଷକ କିଶୋର କୁମାର ପରିଡ଼ା ଓ ବିଜୟ କୁମାର ରାଉତରାୟ ଙ୍କୁ ସମ୍ମାନିତ କରାଯାଇଥିଲା l ଏହାପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ