ନୂଆପଡାରେ ଜାତୀୟ ନିରାପଦ ମାତୃତ୍ୱ ବିଶ୍ୱ ଦିବସ ପାଳିତ

Apr 14, 2025 - 04:37
 0  12
ନୂଆପଡାରେ ଜାତୀୟ ନିରାପଦ ମାତୃତ୍ୱ ବିଶ୍ୱ  ଦିବସ ପାଳିତ

ନୂଆପଡା : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୂଆପଡାଠାରେ ଜାତୀୟ ନିରାପଦ ମାତୃତ୍ୱ ଦିବସ ପାଳିତ ହୋଇଯାଇଛି lଏହି ଅବସରରେ ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡାକ୍ତର ଉମାକାନ୍ତ ମେହେର ନୂଆପଡ଼ା ଜିଲ୍ଲାର ବିଭିନ୍ନ ନର୍ସିଂ କଲେଜର ଛାତ୍ରଛାତ୍ରୀମାନଙ୍କୁ ସବୁଜ ପତାକା ଦେଖାଇ ଏକ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ l ଏହି ଶୋଭାଯାତ୍ରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରୁ ବାହାରି ଏକତା ଛକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ପହଞ୍ଚିଥିଲା l ଏହା ପରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ାକ୍ତର ଗୁରୁ ପ୍ରସାଦ ଜେନାଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ କକ୍ଷରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ଏଥିରେ ଅତିଥି ଭାବରେ ଯୁଗ୍ମ ନିର୍ଦ୍ଦେଶକ ତଥା ନୂଆପଡା ଜିଲ୍ଲା ପାଇଁ ଜନ ଆରୋଗ୍ୟ ଯୋଜନାର ନୋଡ଼ାଲ ଅଫିସର ଡାକ୍ତର ସ୍ମୃତିଜିତ ପଟ୍ଟନାୟକ, ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡାକ୍ତର ଉମାକାନ୍ତ ମେହେର, ଡି ଏମ୍ ଓ ଡାକ୍ତର ଲଳିତ ମୋହନ ବିଶି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଯୋଗ ଦେଇଥିଲେ । ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ବିଦ୍ୟାଧର ନାଗ, ମୁଖ୍ୟ ବକ୍ତା ରୂପେ ମା ମାନଙ୍କ ନିରାପଦ ମାତୃତ୍ୱ, ସ୍ୱାସ୍ଥ୍ୟକର ଜୀବନଯାପନ, ପୁଷ୍ଟିକର ଖାଦ୍ୟ, ମାନସିକ ଚାପରୁ ଦୁରେଇ ରହିବା ଓ ବିଶ୍ରାମ ନେବା ଆଦି ବିଷୟରେ ବିଶଦ ଭାବରେ ଆଲୋଚନା କରିଥିଲେ l ଡାକ୍ତର ଉମାକାନ୍ତ ମେହେର ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ସେବା ଓ ଚିକିତ୍ସା ବିଷୟରେ କହିଥିଲେ l ନୋଡାଲ ଅଫିସର ଡାକ୍ତର ପଟ୍ଟନାୟକ ମା ମାନଙ୍କର ପୋଷକତତ୍ତ୍ୱ ବିଷୟରେ ଧ୍ୟାନ ଦେବା ଉପରେ ଆଲୋକପାତ କରିଥିଲେ l ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଗୁରୁ ପ୍ରସାଦ ଜେନା ମା' ମାନଙ୍କ ସେବା ଓ ଯତ୍ନ ବିଷୟରେ କହିଥିଲେ l ଡି ଆଇ ପି ଆର୍ ଓ ପଣ୍ଡା ଦିବସ ପାଳନର ତାତ୍ପର୍ଯ୍ୟ ଓ ସମାଜରେ ମା ର ଗୁରୁତ୍ଵ ବିଷୟରେ କହିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ କିଶୋର ଚନ୍ଦ୍ର ପଟେଲ ପରିଚାଳନା କରିଥିଲେ lଏଠାରେ ସୁଶିଲା ଦେବୀ ନର୍ସିଂ କଲେଜ, ଗୋପୀନାଥ ନର୍ସିଂ କଲେଜ ଓ ଜଗନ୍ନାଥ ନର୍ସିଂ କଲେଜର ଶିକ୍ଷକବୃନ୍ଦ ଓ ଶତାଧିକ ସେବିକା ଛାତ୍ରଛାତ୍ରୀ ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସମାଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ