ନୂଆପଡାରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ନୂଆପଡ଼ା : ନୂଆପଡାରେ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି l ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ସ୍ଥାନୀୟ ନୀଳାଦ୍ରି ବିହାର କଲ୍ୟାଣ ମଣ୍ଡପ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ରୁ ଶହ ଶହ ସଂଖ୍ୟାରେ ଦିବ୍ୟାଙ୍ଗଜନ ତଥା ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ l ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରୁ ସେମାନଙ୍କ ଶୋଭାଯାତ୍ରା କୁ ଜିଲ୍ଲାପାଳ ମଧୁସୂଦନ ଦାଶ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ସମାରୋହରେ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବରେ ଏଵଂ ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଖରୀଆର ପଞ୍ଚାୟତ ସମିତି ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, କୋମନା ପଞ୍ଚାୟତ ସମିତି ଅଧ୍ୟକ୍ଷା ଅନସୂୟା କୁମ୍ଭାର, ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ମନୋଜ ସାହୁ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା,ଜିଲ୍ଲା ଭିନ୍ନକ୍ଷମ ସଂଘ ସଭାପତି ଅଚ୍ୟୁତାନନ୍ଦ ସୁନାନୀ, ସ୍ଵେଚ୍ଛାସେବୀ ଅନୁଷ୍ଠାନ ପରଦା ର ସଭାପତି ରୁଦ୍ର ପଟ୍ଟନାୟକ, ସଶକ୍ତର ସଭାପତି ଭକ୍ତବନ୍ଧୁ ଧରୁଆ, ବିଜୁ ପଟ୍ଟନାୟକଙ୍କ ମାନସିକ ଭିନ୍ନକ୍ଷମ ବିଦ୍ୟାଳୟର ଅଧ୍ୟକ୍ଷା ରାଜେଶ୍ୱରୀ ସାମନ୍ତ ପ୍ରମୁଖ ଯୋଗଦେଇଥିଲେ l ପ୍ରଦୀପ ପ୍ରଜ୍ବଳନ ପରେ ବିଜୁ ପଟ୍ଟନାୟକଙ୍କ ମାନସିକ ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ରଛାତ୍ରୀ ସୁନ୍ଦର ସ୍ବାଗତ ସଙ୍ଗୀତ ଗାନ କରିଥିଲେ l ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ ହେମ୍ବ୍ରମ୍ ସ୍ବାଗତ ସମ୍ଭାଷଣ ସହିତ ନିଜ ବିଭାଗର କାର୍ଯ୍ୟ ଓ ଉପଲବ୍ଧି ସମ୍ବନ୍ଧରେ ସୂଚନା ଦେଇଥିଲେ l ଅତିଥିମାନେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନର ତାତ୍ପର୍ଯ୍ୟ ସହିତ ଭିନ୍ନକ୍ଷମ ମାନେ ଏବେ କିଭଳି ସମାଜରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ସେବିଷୟରେ ସମ୍ଭାଷଣ ଦେଇଥିଲେ l ସମାରୋହକୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେଯେ ଭିନ୍ନକ୍ଷମ ମାନେ ଏବେ ସମାଜରେ ଅଲୋଡ଼ା ନୁହନ୍ତି l ସର୍ବ ଭାରତୀୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇ ସେମାନେ ନିଜ ଦକ୍ଷତା ପ୍ରତିପାଦନ କରି ପାରିଛନ୍ତି l ଜିଲ୍ଲା ପ୍ରଶାସନ ର ଦ୍ଵାର ସବୁବେଳେ ଭିନ୍ନକ୍ଷମ ମାନଙ୍କ ପାଇଁ ଉନ୍ମୁକ୍ତ ରହିଛି ଏଵଂ ସେମାନେ ଏକ ଉନ୍ନତ ଜୀବନ ଅତିବାହିତ କରିବା ପାଇଁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ l ଆଜିର ଏହି ସମାରୋହରେ ୫ ଟି ଭିନ୍ନ କ୍ଷମ ଦମ୍ପତ୍ତି ଙ୍କୁ ଅଢେ଼ଇ ଲକ୍ଷ ଲେଖାଏଁ ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା l 5 ଜଣ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ସନ୍ତାନ ମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା l 6 ଜଣ ଭିନ୍ନକ୍ଷମ ଙ୍କୁ ରୋଜଗାର ପାଇଁ ମାଗଣାରେ ଜେରକ୍ସ ମେସିନ୍ ଦିଆଗଲା l 9 ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରଦାନ କରାଗଲା l ବିଭିନ୍ନ ଦିବ୍ୟାଙ୍ଗ ମାନଙ୍କୁ ଭିନ୍ନକ୍ଷମ ଭତ୍ତା କାର୍ଡ ସହିତ ଅର୍ଥ ପ୍ରଦାନ କରାଗଲା l ଅନେକଙ୍କୁ ହୁଇଲ ଚେୟାର ପ୍ରଦାନ କରାଗଲା l ଏହି ଅବସରରେ ଭିନ୍ନକ୍ଷମ ମାନଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା l କାର୍ଯ୍ୟକ୍ରମ ପରିଚାଳନା ରେ ସାମାଜିକ ସୁରକ୍ଷା ବିଭାଗ କର୍ମଚାରୀ ଏଵଂ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ସହଯୋଗ କରିଥିଲେ l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?






