ନୂଆପଡା ରେ ଜିଲ୍ଲା ସ୍ତରୀୟ ସମବାୟ ବିକାଶ କମିଟି ବୈଠକ ଅନୁଷ୍ଠିତ

Nov 29, 2025 - 21:25
 0  4
ନୂଆପଡା ରେ ଜିଲ୍ଲା ସ୍ତରୀୟ ସମବାୟ ବିକାଶ  କମିଟି ବୈଠକ ଅନୁଷ୍ଠିତ

ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସମବାୟ ବିକାଶ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଉପ ଜିଲ୍ଲାପାଳ ଶୂର୍ମି ସୋରେନ୍ , ଡି ଆର୍ ସି ଏସ ଶିବ ପ୍ରସାଦ ସ୍ୱାଇଁ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରିୟ ଅଧିକାରୀ ଉପସ୍ଥିତ ଥିଲେ l ସମସ୍ତଙ୍କୁ ସ୍ବାଗତ କରି ଜିଲ୍ଲାପାଳ କହିଲେ ଯେ କୃଷି ଓ କୃଷକର ସର୍ବାଙ୍ଗୀନ ଉନ୍ନତି ପାଇଁ ସମବାୟ ସଂସ୍ଥାର ବିକାଶ ଅତ୍ୟନ୍ତ ଆବଶ୍ୟକ l ପ୍ରାଥମିକ ସ୍ତରରେ ଏହା କୃଷକ ମାନଙ୍କ ସମସ୍ତ ଆବଶ୍ୟକତା ପୂରଣ କରି ଗ୍ରାମାଞ୍ଚଳର କୃଷକ ମାନଙ୍କ ବିଶ୍ୱାସ ଭାଜନ ହୋଇଥାଏ l ସମବାୟ ସୁରକ୍ଷିତ ରହିଲେ କୃଷକ ସମାଜ ସମୃଦ୍ଧ ହେବ l ଏହାପରେ ଆସନ୍ତା ବର୍ଷ ପାଇଁ ନୂଆପଡ଼ା ଜିଲ୍ଲାର ସମବାୟ ବିକାଶ ଉପରେ ବିଶଦ ଆଲୋଚନା କରାଯାଇଥିଲା। ଏହି ବୈଠକ ରେ ସମସ୍ତ ସମବାୟ ସମିତି ସଭାପତି ଓ ସମ୍ପାଦକ ମାନେ ଯୋଗଦାନ କରି ନୂଆପଡ଼ା ଜିଲ୍ଲା ରେ ସମବାୟର ବିକାଶ ପାଇଁ ସୁଚିନ୍ତିତ ମତାମତ ରଖିଥିଲେ । ନୂଆପଡ଼ା ଜିଲ୍ଲାରେ ଖରିଫ ଧାନ କିଣା, ସାର ଓ ବିହନ ର ସୁବଣ୍ଟନ, କେ ସି ସି ଋଣ ପ୍ରଦାନ, ମାଇକ୍ରୋ ଏ ଟି ଏମ ଦ୍ଵାରା ଟଙ୍କା ଉଠାଣ କିଭଳି ଭାବେ ସୁଚାରୁ ରୂପେ ହୋଇ ପାରିବ, ସେଥି ପାଇଁ ବିସ୍ତୃତ ଆଲୋଚନା କରାଯାଇଥିଲା l

ନୂଆପଡ଼ାରୁ ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ