।। ନୂଆପଡା ଜିଲ୍ଲାର ଲୋକ ନାୟକ ସ୍ୱର୍ଗୀୟ ଘାସିରାମ ମାଝି ଙ୍କ ୯୬ତମ ଜନ୍ମ ଜୟନ୍ତୀ ପାଳିତ ।।

Jul 15, 2024 - 20:29
 0  16
।। ନୂଆପଡା ଜିଲ୍ଲାର ଲୋକ ନାୟକ ସ୍ୱର୍ଗୀୟ ଘାସିରାମ ମାଝି ଙ୍କ ୯୬ତମ ଜନ୍ମ ଜୟନ୍ତୀ ପାଳିତ ।।

ନୂଆପଡା : ଆଜି ପବିତ୍ର ନବମୀ ତିଥି ବାହୁଡା ଯାତ୍ରା ଅବସରରେ ତଥା ସୁଗୀୟ ପୂର୍ବତନ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ କଲ୍ୟାଣ ତଥା ଆଦିବାସୀ କଲ୍ୟାଣ ମନ୍ତ୍ରୀ ସ୍ଵର୍ଗୀୟ ଶ୍ରୀଯୁକ୍ତ ଘାସିରାମ ମାଝୀ। ନୂଆପଡା ଜିଲ୍ଲାର ପ୍ରତିଷ୍ଠାତା ତଥା ଜିଲ୍ଲା ବିନ୍ଧାଣୀ ଙ୍କ ଜନ୍ମ ଜୟନ୍ତୀ ସ୍ଥାନୀୟ ମୃତିକା ସଂରକ୍ଷଣ ସଭାଗୃହ ଠାରେ ଘାସିରାମ ମାଝି ମେମୋରିଆଲ ଚେରିଟେବଲ ଟ୍ରଷ୍ଟ୍ର ଦ୍ବାରା ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସ୍ଵର୍ଗୀୟ ଶ୍ରୀ ମାଝୀଙ୍କ ଫୋଟଚିତ୍ରରେ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କଲାପରେ ଶିକ୍ଷୟିତ୍ରୀ ଶରସ୍ଵତୀ ଶବରଙ୍କ ତତ୍ବାବଧାନରେ ସାଲେଉଟା ସ୍କୁଲର ଛାତ୍ରୀମାନେ ସ୍ବାଗତ ସଂଗୀତ ଗାନ କରିବା ସହ ସ୍ବର୍ଗୀୟ ଘାସିରାମ ମାଝୀଙ୍କ ସ୍ମୃତି ଚାରଣ ପୂର୍ବକ ନୃତ୍ୟ ମାଧ୍ୟମରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ପରେ ପୁର୍ବତନ ଓକିଲ ସଂଘ ସଭାପତି ପ୍ରସନ୍ନ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ତଥା ଟ୍ରଷ୍ଟ ର ଅଧ୍ୟକ୍ଷା ସରୋଜିନୀ ମାଝୀଙ୍କ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସହରର ତଥା ସହର ବାହାରର ବହୁ ବରିଷ୍ଠ ବୃଦ୍ଧିଜିବୀ, ଆଇନଜିବୀ ଯାଆ ପୂର୍ବତନ ନ୍ୟାସନାଲ କଲେଜ ନୂଆପଡା ଅଧ୍ୟକ୍ଷ ଶିବପ୍ରସାଦ ବେହେରା, ଶ୍ରମିକ ନେତା ଜଦୁମଣୀ ପାଣିଗ୍ରାହୀ, ବରିଷ୍ଟ ଆଇନଜିବୀ ଘାସିରାମ ମାଝୀ, ଜିଲ୍ଲାପରିଷଦ ସଦସ୍ୟ ଭାନୁ ମାଝୀ । ଶିକ୍ଷାବିତ ପ୍ରବୋଧ ହୋତା, ଶିକ୍ଷାବିତ କମଲ ପଣ୍ଡା, ଆଇନଜିଵୀ ପିଂଟୁ ପାଣିଗ୍ରାହୀ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଖାମସି' ମାଝୀ, ବାଲକୃଷ୍ଣ ଶବର, ସୋମନାଥ ଖମାରୀ ସନ୍ତୋଷ ମହାନ୍ତି, ଦିବ୍ୟ ମାଝୀ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗୀୟ ଘାସିରାମଙ୍କ ସ୍ମୃତି ଚାରଣ କରିବା ସହିତ ଘାସିରାମ ମାଝୀ ହେଉଛନ୍ତି ନୂଆପଡା ଜିଲ୍ଲାର ବିନ୍ଧାଣି ଯାହା ପାଇଁ ଆଜି ନୂଆପଡ଼ା ଏକ ଜିଲ୍ଲାରେ ପରିଗଣିତ ହୋଇ ଲୋକେ ବହୁ ସମସ୍ତ ସୁବିଧାରେ ଉପଲବ୍ଧି ପାଇପାରୁଛନ୍ତି ବୋଲି କହିବା ସହିତ ସ୍ଵର୍ଗୀୟ ଶ୍ରୀ ମାଝୀଙ୍କୁ ଲୋକ ନାୟକ ଭାବରେ ଅଭିହିତ କରାଯାଇପାରେ ବୋଲି ଆସିଥିବା ଅତିଥି ମାନେ ନିଜ ନିଜ ମତପୋଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନିୟମିତ ରକ୍ତଦାତା କିଶୋର କୁମାର ପରିତା, ଯୁବନେତା ସୁଧିର ମିଶ୍ର ଶିକ୍ଷକ ସୁଶାନ୍ତ ମୁଣ୍ଡ, ସିଆରସିସି ଶରତ କୁମାର ପଣ୍ଡା, ଭକ୍ତବନ୍ଧୁ ଧରୁଆ ପ୍ରମୁଖ ଯୋଗଦାନ କରି ସୁଗୀୟ ଶ୍ରୀ ମାଝୀଙ୍କ ସ୍ମୃତି ଚାରଣ କରିଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ