ନୂଆପଡ଼ାରେ ପରିବହନ ବିଭାଗର ଅଟୋମେଟେଡ୍ ଟେଷ୍ଟିଂ ସିଷ୍ଟମ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଆଭାସୀ ମାଧ୍ୟମରେ ଉଦ୍ଘାଟିତ

ନୂଆପଡ଼ାରେ ବାଣିଜ୍ଯ ଓ ପରିବହନ ବିଭାଗ ଦ୍ଵାରା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦ୍ଘାଟିତ ବିଭିନ୍ନ କାର୍ଯ୍ୟକ୍ରମର ସିଧା ପ୍ରସାରଣ ପାଇଁ ସ୍ଥାନୀୟ ଓସ୍ୱାନ୍ ହଲ୍ ରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ତାରେଶ୍ୱରୀ ସାହୁ, ବି ଡି ଓ ରୋହିତ ଭୋଇ, ଆଞ୍ଚଳିକ ପରିବହନ ଅଧିକାରୀ ମାନ ସିଂ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଏମଭିଆଇ ଉପେନ୍ଦ୍ର କୁମାର ପୁସିକା, ପିଡବ୍ଲ୍ୟୁଡି ବିଭାଗ ସହ-ନିର୍ବାହୀ ଯନ୍ତ୍ରୀ ସୁକାନ୍ତ କୁମାର ଗର୍ଡିଆ, ଡି ଟି ଏମ୍ ଆକାଶ ମହାପାତ୍ର, ଟି ଏସ୍ ଆଇ ପ୍ରଜ୍ଞା ପାରମିତା ଭୋଇ, ଡି ଇ ଜି ଏମ୍ ବିରେନ୍ଦ୍ର ସିଂ ଦଣ୍ଡସେନା, କଦମ୍ ରୁ ଯାଜ୍ଞସେନୀ ମହାପାତ୍ର, ପ୍ରତିଭା ହୋତା , ସ୍ଵେଚ୍ଛାସେବୀ ବିଜୟ କୁମାର ରାଉତରାୟ, ବିଭିନ୍ନ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ସ୍ଵେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ରାଜ୍ୟର ବିଭିନ୍ନ ଜିଲ୍ଲାରେ ବାଣିଜ୍ଯ ଓ ପରିବହନ ବିଭାଗର ନୂତନ ପ୍ରକଳ୍ପ ଗୁଡିକର ଶୁଭ ଉଦ୍ଘାଟନ ଏବଂ ଶିଳାନ୍ୟାସ, ନୂତନ ଜଗନ୍ନାଥ ଏକ୍ସପ୍ରେସ ବସ୍, ଅଟଳ ବସ୍ ଷ୍ଟାଣ୍ଡ ଗୁଡିକର ଉଦ୍ଘାଟନ ଇତ୍ୟାଦି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଆଭାସୀ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା l ଉପସ୍ଥିତ ସମସ୍ତ ଅତିଥି ଏବଂ ସଭ୍ଯ ସଭ୍ୟା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁନ୍ୟ ଦୁର୍ଘଟଣା ପାଇଁ ନିଆ ଯାଇଥିବା ଶପଥ ପାଠରେ ଅଂଶ ଗ୍ରହଣ କରିଥିଲେ l ନୂଆପଡ଼ା ଜିଲ୍ଲାରେ ସ୍ଵୟଂକ୍ରିୟ ଯାନ ଚାଳନା ପରୀକ୍ଷା କେନ୍ଦ୍ର ପ୍ରକଳ୍ପର ଶିଳାନ୍ଯାସ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଆଭାସୀ ମାଧ୍ୟମରେ ହୋଇଥିଲା l ନୂଆପଡ଼ା ଜିଲ୍ଲାରେ ଏହି କେନ୍ଦ୍ର ଶୀଘ୍ର ନିର୍ମିତ ହୋଇ କାର୍ଯ୍ୟକ୍ଷମ ହେଲେ ଜିଲ୍ଲାର ପରିବହନ କ୍ଷେତ୍ରରେ ଏକ ନୂତନ ଉପଲବ୍ଧି ହେବ ବୋଲି ଜିଲ୍ଲାପାଳ ଆଶା ପ୍ରକାଶ କରିଛନ୍ତି l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?






