।। ନୂଆପଡ଼ା ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ପ୍ରଶମନ ଦିବସ ପାଳିତ ।।
ନୂଆପଡ଼ା,ତା ୨୯/୧୦/୨୪ ଆଜି ନୂଆପଡ଼ା ଜିଲ୍ଲାରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଜିଲ୍ଲା ପ୍ରଶାସନ ର ଜରୁୀକାଳୀନ ଶାଖା ଆନୁକୁଲ୍ୟ ରେ ପାଳିତ ହୋଇ ଯାଇଛି l ଏହି ଅବସରରେ ଆଜି ସକାଳ ୭.୩୦ ଘଟିକା ସମୟରେ ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ଏକ ମିନି ମାରାଥନ କୁ ଜିଲ୍ଲାପାଳ ମଧୁସୂଦନ ଦାଶ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଥିଲେ। ଆୟୋଜିତ ମିନି ମାରାଥନ ରେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରୁ ବାହାରି କାନୋଟ ଛକରୁ ପୁଣି ପ୍ରତ୍ୟାବର୍ତ୍ତନ କରିଥଲେ l ପରେ ପରେ ଏନଏସଏସ, ରେଡକ୍ରସ, ଗାଇଡ଼ ସମେତ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ର ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ମହିଳା ସ୍ଵଂୟ ସହାୟକ ଦଳ କର୍ମକର୍ତ୍ତା, ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଶତାଧିକ ସଂଖ୍ୟାରେ ଏକ ସଚେତନତା ଶୋଭାଯାତ୍ରାରେ ବିଭିନ୍ନ ସ୍ଲୋଗାନ ସହ ସହର ପରିକ୍ରମା କରିଥିଲେ l ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ସଦଭାବନା ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯୟ ଓ ପ୍ରଶମନ ଦିବସ ପାଳନ ନିମନ୍ତେ ସଚେତନତା ସଭା ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟଅତିଥି ଭାବେ ବନଖଣ୍ଡ ଅଧିକାରୀ ଅଜିଜ ଖାନ୍ ଓ ସମ୍ମାନିତ ଅତିଥି ଭାବରେ ବନଖଣ୍ଡ ଅଧିକାରୀ ମହାଦେବ ବଡ଼ାଇକ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ଭୋଇ, ଅତିରିକ୍ତ ପୋଲିସ ଅଧିକ୍ଷକ ଇନ୍ଦ୍ରମଣି ବେହେରା ପ୍ରମୁଖ ଯୋଗଦେଇଥିଲେ l ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଅତିଥି ପରିଚୟ ପ୍ରଦାନ କରି ସଭାର ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ସମ୍ବନ୍ଧରେ ସୂଚନା ଦେଇଥିଲେ l ଡେପୁଟି କଲେକ୍ଟର ଆଲୋକ କୁମାର ଅନୁଗୁଳିଆ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ l ଅତିଥିମାନେ ୧୯୯୯ ମହାବାତ୍ୟା ଓ ପରେ ଆସିଥିବା ଫାଇଲିନ, ହୁଡହୁଡ, ଦାନା ଇତ୍ୟାଦି ବିଭିନ୍ନ ପ୍ରାକୃତିକ ବିପତ୍ତିର ସ୍ମୃତି , ଅଭିଜ୍ଞତା ଓ ସଫଳ ପରିଚାଳନା ଉପରେ ମତବ୍ୟକ୍ତ କରିଥଲେ lସମସ୍ତ ପ୍ରକାର ପ୍ରାକୃତିକ ବିପଦକୁ କିଭଳି ଭାବରେ ମୁକାବିଲା କରାଯାଇପାରିବ ଏବଂ ଏହି କାର୍ଯ୍ୟରେ ଯୁବ ସମାଜ, ଛାତ୍ରଛାତ୍ରୀ ତଥା ସ୍ଥାନୀୟ ସ୍ବେଛାସେବୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ସଦସ୍ୟା ଙ୍କ ଗୁରୁତ୍ୱପୂର୍ଣ ଭୂମିକା ଉପରେ ବିଶଦ ଆଲୋଚନା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରଇତ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ପ୍ରଶମନ ସମୟରେ ନିଜର କର୍ତ୍ତବ୍ୟ ସମ୍ବନ୍ଧରେ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ସେ ଉପଯୁକ୍ତ ପ୍ରାକ ପ୍ରସ୍ତୁତି ଏବଂ ଆଧୁନିକ ପ୍ରଯୁକ୍ତି ବିଜ୍ଞାନ ର ସହଯୋଗରେ ଓଡିଶା କିଭଳି ବିଭିନ୍ନ ମହାବାତ୍ୟା କୁ ସଫଳତା ର ସହିତ ମୁକାବିଲା କରି ପ୍ରଶଂସିତ ହୋଇଛି ତାହାର ଉଦାହରଣ ଦେଇଥିଲେ l ଦିବସ ପାଳନ ଉପଲକ୍ଷେ ଆୟୋଜିତ ବିଭିନ୍ନ ଚିତ୍ରାଙ୍କନ, ରଚନା, ତର୍କ ପ୍ରତିଯୋଗିତା ର ସଫଳ ଛାତ୍ର ଛାତ୍ରୀ ତଥା ମିନିମାରାଥନରେ ଉଭୟ ପୁରୁଷ ଓ ମହିଳା ବର୍ଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଏବଂ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଶେଷରେ ଜରୁରୀ ଶାଖା ଓସଡାମା ପ୍ରକଳ୍ପ ଅଧିକାରୀ ମହେନ୍ଦ୍ର କୁମାର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ l ସଭାଶେଷରେ ଅଗ୍ନିଶମ ବିଭାଗ ଅଧିକାରୀ ଓ ଆଗ୍ନିକ ମାନେ ପ୍ରାକୃତିକ ବିପର୍ଜୟ ଓ ଦୁର୍ଘଟଣା ରେ ଆହତ ହୋଇଥିବା ବ୍ୟକ୍ତି ଙ୍କୁ କିଭଳି ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇପାରିବ ଏବଂ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ଭାବରେ ଜନସାଧାରଣ ଙ୍କୁ ଉଦ୍ଧାର କରିହେବ ତାର ନମୁନା ପ୍ରଦର୍ଶନ କରିଥିଲେ। ସମାରୋହରେ ରେ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ପଦାଧିକାରୀ, ଅଗ୍ନିଶମ ବିଭାଗର କର୍ମଚାରୀ ଏବଂ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା, ଛାତ୍ର ଛାତ୍ରୀ ଓ ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0