ନୂଆପଡ଼ା ଜିଲ୍ଲାପାଳଙ୍କ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟ ର ସମୀକ୍ଷା ବୈଠକ

Nov 29, 2024 - 20:55
 0  11
ନୂଆପଡ଼ା ଜିଲ୍ଲାପାଳଙ୍କ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟ ର ସମୀକ୍ଷା ବୈଠକ

ନୂଆପଡ଼ା, ତା 29. 11.24 ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟର ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଏପିଡି ଯୋଗେଶ୍ୱର ଭୋଇ , ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦାଶ, ବିଭାଗର ସମସ୍ତ ଯନ୍ତ୍ରୀ, ବିଦ୍ୟୁତ୍ ବିଭାଗର ଅଧିକାରୀ ଗଣ ଯୋଗ ଦେଇଥିଲେ l ଜିଲ୍ଲାର ମୋଟ 635 ଗାଁରୁ 552 ଗାଁ କୁ ହର୍ ଘର୍ ଜଲ୍ ଯୋଜନାରେ ସାମିଲ କରାଯାଇଛି l 612 ଗାଁ ରେ ଗ୍ରାମ୍ୟ ଜଳ ପରିମଳ କମିଟି ଗଠିତ ହେଇଛି lଏଥିରୁ 357ଗାଁ କୁ ଜଳଯୋଗାଣ ହୋଇସାରିଛି l ଜିଲ୍ଲାର 5 ଟି ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ରୁ 221 ଟି ଗାଁ, 221 ଟି ଅନ୍ୟାନ୍ୟ ପ୍ରକଳ୍ପ ରୁ 410 ଟି ଗାଁ ଏଵଂ 16 ଟି ସୌର ଚାଳିତ ପମ୍ପ ରୁ 13 ଟି ଗାଁ କୁ ପାନୀୟ ଜଳ ଯୋଗାଇ ଦେବା ବ୍ୟବସ୍ଥା ହେଇଛି l ଜିଲ୍ଲାପାଳ କହିଲେଯେ ତହସିଲଦାର ଓ ବିଦ୍ୟୁତ୍ ବିଭାଗ ସହାୟତାରେ ବାକି ଥିବା ପ୍ରକଳ୍ପ ଗୁଡ଼ିକର କାମ ଶୀଘ୍ର ସମ୍ପନ୍ନ କରାଯିବ l ଠିକାଦାର ମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଶ୍ଚିତ ଭାବରେ ସମସ୍ତ କାମ ସାରିବେ ନ ହେଲେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ l ହର୍ ଘର୍ ଜଲ୍ ଯୋଜନାରେ ସମସ୍ତ ଗ୍ରାମର ପ୍ରତି ଘରକୁ ଶୀଘ୍ର ପାନୀୟ ଜଳ ପାଇପ୍ ଯୋଗେ ଯୋଗାଇ ଦେବା ପାଇଁ ଯତ୍ନବାନ ହେବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ଆଜିର ଏହି ବୈଠକରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଲଛମନ୍ ଓରାମ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଙ୍କ ସମେତ ଜଳ ଓ ପରିମଳ ମିଶନ ର ସମସ୍ତ ଅଧିକାରୀ, ପ୍ରକଳ୍ପ ରେ କାମ କରୁଥିବା ସମସ୍ତ ଠିକାଦାର ଯୋଗଦେଇଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ