ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ସଦଭାବନା ସଭା ଗୃହରେ ଜାତୀୟ ସମ୍ବିଧାନ ଦିବସ ପାଳିତ

Nov 26, 2024 - 21:59
 0  9
ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ସଦଭାବନା ସଭା ଗୃହରେ ଜାତୀୟ ସମ୍ବିଧାନ ଦିବସ ପାଳିତ

ନୂଆପଡ଼ା ,ତା:୨୬.୧୧.୨୪ ଆଜି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ସଦଭାବନା ସଭା ଗୃହରେ ଜାତୀୟ ସମ୍ବିଧାନ ଦିବସ-୨୦୨୪ ପାଳିତ ହୋଇଯାଇଅଛି। ଭାରତ ବର୍ଷରେ ଏକ ସମ୍ବିଧାନ ଏକ ବିଧାନ ଏବଂ ଏକ ଭାରତ ଶ୍ରେଷ୍ଠ ଭାରତ ଗଠନ ର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି l ଏହି ସମୟରେ ଦେଶର ପ୍ରତ୍ୟେକ ନାଗରିକ ସମ୍ବିଧାନ ପ୍ରତି ପ୍ରଗାଢ ସମ୍ମାନ ପ୍ରଦର୍ଶନ ପୂର୍ବକ ଦେଶ ପ୍ରେମରେ ଉଦବୁଦ୍ଧ ହେବେ lଆମ ସମ୍ବିଧାନ ଆମ ସ୍ୱାଭିମାନ ହେବା ଆବଶ୍ୟକ ବୋଲି ବୈଠକ ରେ ମତପ୍ରକାଶ ପାଇଛି। ବିଶେଷ ରୂପେ ସମ୍ବିଧାନ ପ୍ରଣୟନରେ ଭାରତ ରତ୍ନ ବାବା ସାହେବ୍ ଭୀମରାଓ ଆମ୍ବେଦକର ଙ୍କ ଅବଦାନ ଅତୁଳନୀୟ ଅଟେ ବୋଲି ସଭାରେ ଅତିଥିମାନେ ମତବ୍ୟକ୍ତ କରିଥିଲେ l ସଭାରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ,ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ଅବସରରେ ଜିଲ୍ଲାପାଳ ସମସ୍ତଙ୍କୁ ଭାରତୀୟ ସମ୍ବିଧାନ ର ମୁଖବନ୍ଧ ପାଠ କରାଇ ଥିଲେ l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ