।। ନିଶାମୁକ୍ତ ଦେଶ ଆହ୍ବାନରେ ଗାନ୍ଧି ଜୟନ୍ତୀ ପାଳିତ ।।

Oct 2, 2024 - 20:32
 0  209
।। ନିଶାମୁକ୍ତ ଦେଶ ଆହ୍ବାନରେ ଗାନ୍ଧି ଜୟନ୍ତୀ ପାଳିତ ।।

ବରୀ, ତା ୦୨.୧୦.୨୦୨୪ ରିଖ, ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ, ବରୀ ଶାଖା ତରଫରୁ ନିଶା ମୁକ୍ତ ଦେଶ ଆହ୍ବାନ ରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଛି l ଗାନ୍ଧିଜୀ ଚାହୁଁଥିଲେ ଯେ ସ୍ବାଧୀନତା ପ୍ରାପ୍ତିର ୨୪ଘଣ୍ଟା ମଧ୍ଯରେ ଦେଶ ନିଶାମୁକ୍ତ ହେଉ । ଏଣୁ ନିଶାମୁକ୍ତ ଭାରତ ହିଁ ତାଙ୍କ ଜୟନ୍ତୀ ଦିନ ତାଙ୍କ ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି । ସେହି ଉଦ୍ଦେଶ୍ଯରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ, ରାଜଧାନୀ ଭୁବନେଶ୍ଵର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମାନବ ଶୃଙ୍ଖଳ ଜରିଆରେ ନିଶାମୁକ୍ତ ଓଡିଶା ଦାବି କରିଛି । ଆଜି ସକାଳେ ବରୀ ମାଉଣ୍ଟ ସ୍ଥିତ ବରୀ ର ସହିଦ୍ ମାନଂକ ପ୍ରତିମୂର୍ତ୍ତି ସମ୍ମୁଖରେ ମୋନl ର ବରିଷ୍ଠ ପ୍ରତିନିଧି ତଥା ବିଶିଷ୍ଟ ସମାଜସେବୀ କୁଳମଣୀ ଶୁକ୍ଳ ଙ୍କ ନେତୃତ୍ୱ ରେ ଶତାଧିକ ନିଶା ନିବାରଣ ମହିଳା କର୍ମୀ ଓ ଯୁବ ସମାଜସେବୀ ଯୋଗ ଦେଇ ଗାନ୍ଧିଜୀ ଙ୍କ ପ୍ରତି ଶ୍ରଦ୍ଧା ନିବେଦନ ସହିତ ଏକ ମାନବ ଶୃଙ୍ଖଳ ସଂଗଠିତ କରି ଅବିଳମ୍ବେ ନିଶାମୁକ୍ତ ଓଡିଶା ପାଇଁ ଦାବି କରିଥିଲେ। ଯୁବ ସମାଜସେବୀ ତଥା ଅଭିଯାନ ର ବରିଷ୍ଠ ସଦସ୍ୟ ସତ୍ୟ ରଞ୍ଜନ କର ଙ୍କ ପରିଚାଳନା ରେ ସର୍ବଶ୍ରୀ କୁଳମଣୀ ଶୁକ୍ଳ, କାହ୍ନୁ ଚରଣ ବେହୁରା, ସାବିତ୍ରୀ ଦାସ, ସ୍ନେହଲତା ଧଳ, ତିଳୋତ୍ତମା ସେଠି, ବନ୍ଦିତା ଦାସ୍, ପ୍ରଶାନ୍ତ ପଢ଼ିହାରି, କେଦାରନାଥ ସାହୁ, ପିତାମ୍ବର ଭୂୟାଁ , ଅରୁଣ ସ୍ବାଇଁ ପ୍ରମୁଖ ଆଜି ର ଆହ୍ବାନ ଉପରେ ବିସ୍ତୃତ ବକ୍ତବ୍ୟ ରଖିଥିଵାବେଳେ ବରୀ ରମାଦେବୀ ଆଶ୍ରମ ର ପରିଚାଳିକା ସୀତାରାଣୀ ଦେଓ, ପ୍ରଣତି ଜେନା ଗାନ୍ଧୀ ଭଜନ ଗାନ କରିଥଲେ ଓ ମାତୃ ମଙ୍ଗଳ କେନ୍ଦ୍ର ର ପରିଚାଳିକା ଭାରତୀ ଘୋଷ୍ ଧନ୍ୟବାଦ୍ ଅର୍ପଣ କରିଥିଲେ l ଶେଷରେ ସମସ୍ତେ ବରୀ ରମାଦେବୀ ଆଶ୍ରମ ରେ ମିଳିତ ହୋଇ ଏକ ସଭା ସହ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା l

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ