ନିମ୍ନମାନର କାର୍ଯ୍ୟ ନେଇ ମୋରଡା ବିଡ଼ିଓ ଙ୍କୁ ଅଭିଯୋଗ
ମୋରଡା,୨୭/୧୦ଇମିସ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ଚିତ୍ରଡା ବିଜ୍ଞାପିତ ଅଞ୍ଚଳ ପରିଷଦରେ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟ ବେଆଇନ ଭାବେ ଅତ୍ୟନ୍ତ ନିମ୍ନ ମାନର ନିର୍ମାଣ ହେଉଥିବାର ଅଭିଯୋଗ ହୋଇଛି। ଏନେଇ ଆଜି ଗ୍ରାମବାସୀ ମୋରଡା ବିଡ଼ିଓ ଅଣାକର ନାଏକଙ୍କ ଜରିଆରେ ମୟୂରଭଞ୍ଜ ଜିଲାପାଳଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ ମୁତାବକ, ଚିତ୍ରଡା ଏନଏସି ଘୋଷଣା ହେବା ପରେ ବ୍ଲକ କିମ୍ଵା ପଞ୍ଚାୟତର କୌଣସି ଉନ୍ନୟନମୂଳକ କାର୍ଯ୍ୟ ନିର୍ମାଣର ନିର୍ଦେଶ ହୋଇ ନ ଥିବା ବେଳେ ଥିବା ବେଳେ ପଂଚାୟତ ରାଜ ବିଭାଗ ପକ୍ଷରୁ ୩ ଲକ୍ଷ ଟଙ୍କା ବ୍ୟୟ ଅଟକଳ ମୂଲ୍ୟରେ କନିଷ୍ଠ ଯନ୍ତ୍ରୀ ଙ୍କ ନାମରେ କାର୍ଯ୍ୟlଦେଶ ପ୍ରଦାନ କରାଯାଇଅଛି.ଉକ୍ତ ଏନଏସି ଅଧୀନ ଡ଼ାଙ୍ଗରବିଲା ପିଡବ୍ଲ୍ୟୁଡି ରୋଡ଼ ଠାରୁ କାଜଲ ସୋରେନ ଘର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ କରି ଲକ୍ଷାଧିକ ଟଙ୍କା ହରିଲୁଟ କରିବାକୁ ଉଦ୍ୟମ କରୁଛନ୍ତି ଯନ୍ତ୍ରୀ । ସରକାରଙ୍କ ଏଷ୍ଟିମେଟ ତଥା ଗାଇଡ଼ ଲାଇନ ଅନୁସାରେ ଉକ୍ତ କାର୍ଯ୍ୟରେ ୧ଫୁଟ କଟ ଅଫ ,୨ ଇଞ୍ଚ ବାଲି ଓ ୪ଇଞ୍ଚ ମେଟାଲ କଂକ୍ରିଟ ଓ ୪ଇଞ୍ଚ ଚିପ୍ସ କଂକ୍ରିଟ ରହିବା କଥା ମାତ୍ର ତାହା ହୋଇନାହିଁ। ଉକ୍ତ କାର୍ଯ୍ୟ ରେ ବ୍ୟବହୃତ ହୋଇଥିବା ସିମେଣ୍ଟ ଓ ଚିପ୍ସ ଅତ୍ୟନ୍ତ ନିମ୍ନମାନର ହୋଇଥିବା ବେଳେ କାଦୁଅ ମିଶା ବାଲିରେ କଂକ୍ରିଟ ମିଶ୍ରଣ କରାଯାଇଛି ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି। ସେହିପରି ପଞ୍ଚାୟତ ସମିତି ମୋରଡା ତରଫରୁ ଏମପି ଲାଡ ଅଧୀନ ରେ ୩ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିବା ବିଶ୍ରାମଗାର କାର୍ଯ୍ୟଟି ସୂଚନା ଫଳକରେ ଲେଖା ହୋଇଥିବା ସ୍ଥାନରେ ନ ହୋଇ କୌଣସି ନିର୍ଦ୍ଧେଶ ବିନା ରାଜାବନ୍ଧ ନିକଟରେ ଥିବା ଗୋଚର ଜାଗା ରେ, ବିନା ଜମି ମଞ୍ଜୁରୀ ଆଦେଶରେ ବେଆଇନ ଭାବେ ଅତ୍ୟନ୍ତ ନିମ୍ନମାନର ନିର୍ମାଣ କରାଯାଇଛି। ଏଷ୍ଟିମେଟ ଅନୁସାରେ ଗ୍ରେଡ ବିମ ଓ କୋଲମ ନିର୍ମାଣ କରାଯାଇନାହଁ। ତେବେ ୮ଇଞ୍ଚ ମେଟାଲ କଂକ୍ରିଟ,୧ଫୁଟ ର କଲୋମ ବେଶ ହୋଇନଥିବା ବେଳେ କଳଙ୍କିଯୁକ୍ତ ରୋଡ଼ ରେ କାର୍ଯ୍ୟ କରାଯାଇଛି। ଉକ୍ତ ଦୁଇଟି କାର୍ଯ୍ୟର ଲାବୋରିଟରୀ ଟେଷ୍ଟ କରାଯିବା ସହିତ ଯୁଗ୍ମ ତଦନ୍ତ କରି ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୋରଡା ବିଡ଼ିଓ ଅଣାକର ନାୟକ ଙ୍କ ଜରିଆରେ ଜିଲ୍ଲପାଳ ଙ୍କୁ ଅଭିଯୋଗ ପ୍ରଦାନ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0