ନିଆଁରେ ପୋଡି ଗୁରୁତର ବ୍ୟବସାୟୀଙ୍କ ମୃତ୍ୟୁ ; ଶୋକରେ ବୁଡିଲା କୋଲାବିରା ଅଂଚଳ
କୋଲାବିରା, ୨୬ ।୧(ଫାଷ୍ଟ ନ୍ୟୁଜ ଓଡିଶା): ଜାଲେଣୀ ଗ୍ୟାସ ଜନିତ ଦୁର୍ଘଟଣାରେ ଗୁରୁତର ଆହତ ବ୍ୟବସାୟୀଙ୍କ ଚିକିତ୍ସାଧନ ଅବସ୍ଥାରେ ଶୁକ୍ରବାର ସକାଲି ମୃତ୍ୟୁ ଘଟିଛି । ଗୁରୁବାର ଭୋରରୁ ନିଆଁର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିବା ଦମ୍ପତିଙ୍କ ମଧ୍ୟରୁ ଶୁକ୍ରବାର ଭୋରରୁ ରାଉରକେଲା ଆଇଜିଏଚ ରେ ଚିକିତ୍ସାଧନ ଅବସ୍ଥାରେ ସ୍ବାମୀ ସୁରେନ୍ଦ୍ର ଟଣକାର(୬୭)ଙ୍କ ମୃତ୍ୟୁ ହୋଇଥିବା ବେଲେ ପତ୍ନୀ ପୁଷ୍ପାଳି ଏବେମଧ୍ୟ ଗୁରୁତର ଅବସ୍ଥାରେ ଚିକିତ୍ସାଧନ ଅଛନ୍ତି । ଅକାଳ ମୃତ୍ୟୁ ବରଣ କରିଥିବା ସୁରେନ୍ଦ୍ର ଜିଲ୍ଲାର ଜଣେ ଜଣାଶୁଣା ବିଶିଷ୍ଟ ବ୍ୟବସାୟୀ। ହୋଟେଲ ବ୍ୟବସାୟ ସାଙ୍ଗକୁ ତାଙ୍କର ଟ୍ରାନ୍ସପୋର୍ଟ ବ୍ୟବସାୟ ରହିଛି । ସେଜଣେ ପରୋପକାରୀ ଏବଂ ଧର୍ମପରାୟଣ ବ୍ୟକ୍ତି ଭାବରେ ଅଂଚଳର ଜନସାଧାରଣଙ୍କ ନିକଟରେ ଚିର ପରିଚିତ । ତାଙ୍କର ମୃତ୍ୟୁରେ ଅଂଚଳରେ ଗଭୀର ଶୋକ ପ୍ରକାଶ ପାଇଛି । ତାଙ୍କ ଦୁଇପୁଅ ରକି ଓ ଲିଙ୍କନ ଏବଂ ଜଣେ ଝିଅ ମୋନାଲିଶା(ରିଙ୍କି) ଭଉଣୀ ମିନୀ ସାଙ୍ଗକୁ ପୁତ୍ର ବଧୁ ନାତି ନାତୁଣି ଭାଇ ଭାଇବନ୍ଧୁ ଅଛନ୍ତି । ସଂଧ୍ୟାରେ ସ୍ବର୍ଗତ ସୁରେନ୍ଦ୍ରଙ୍କ ମର ଶରୀର କୋଲାବିରା ଗ୍ରାମକୁ କୁ ପହଂଚିବା ପରେ ଶେଷ ଦର୍ଶନ ପାଇଁ ବହୁ ସଂଖ୍ୟକ ଜନସାଧାରଣ ଏକତ୍ରୀତ ହୋଇଥିଲେ । କୋଲାବିରା ତେଲେନ ନଦୀକୂଳ ସୁଶାନରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା । ବଡ ପୁଅ ଗୌରହରୀ (ରକି) ପ୍ରିଅଜନ, ଶୁଭେଚ୍ଛୁଙ୍କ ଗହଣରେ ମୁଖାଗ୍ନୀ ଦେଇ ଶେଷକୃତ୍ୟ ସମ୍ପନ୍ନ କରିଥିଲେ । କୋଲାବିରା ଛକସ୍ଥିତ ଶକୁନ୍ତଲା ହୋଟେଲର ଏହି ମାଲିକ ଦମ୍ପତି ଗୁରୁବାର ଭୋରରୁ ଗ୍ୟାସ ଜାଲିବାକୁ ଯାଇ ଗ୍ୟାସରେ ପୋତି ଉଭୟେ ଦୁର୍ଘଟଣାର ଶିକାର ହୋଇଥିଲେ । ସ୍ବାମୀ ସ୍ତ୍ରୀ ଉଭୟଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ଆଜିଏଚରେ ଭର୍ତି କରାଯାଇଥିଲା । ମୃତ ସୁରେନ୍ଦ୍ର ଟଣକାର ଏବଂ ତାଙ୍କ ପତ୍ନୀ ପୁଷ୍ପାଜଳି ଟଣକାର(୬୦) ନିତିଦିନ ପରି ଗୁରୁବାର ଭୋର ସାଢେ ୪ଟାରେ ଉଠି ନିତ୍ୟକର୍ମପାଇଁ ପାଣି ଗରମ କରିବାକୁ ରୋଷେଇଘର ଭିତରକୁ ପଶି ଗ୍ୟାସ ଜଳେଇବାକୁ ଚେଷ୍ଟା କରିବା ମାତ୍ରେ କୋଠରୀ ଭିତରେ ଭର୍ତି ହୋଇଥିବା ଗ୍ୟାସରେ ନିଆଁ ଲାଗି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ରଥମେ ସ୍ତ୍ରୀ ପୁଷ୍ପାଜଳି ନିଆର ଆଗୋସରେ ଆସି ଆର୍ଟ ଚିତ୍କାର କରିବା ପରେ ସ୍ବାମୀ ସୁରେନ୍ଦ୍ର ଆଗପଛ ବିଚାର ନକରି ସ୍ତ୍ରୀ ଙ୍କୁ ରକ୍ଷା କରିବାକୁ ଭିତରକୁ ଦୌଡି ଆସିଥିଲେ ଏବଂ ସେ ମଧ୍ୟ ଭୟଙ୍କର ନିଆଁର ସମ୍ମୁଖୀନ ହୋଇଥିଲେ । ଗ୍ୟାସରେ ଲାଗିଥିବା ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ସେମାନେ ଉଭୟେ ହଠାତ୍ ବାହାରକୁ ବାହାରି ପାରିନଥିଲେ ଏବଂ ନିଆଁରେ ପୋତି ଗୁରୁତର ଆହତ ହୋଇଥିଲେ । ପରିବାର ତଥା ଆଖପାଖ ଲୋକେ ପ୍ରଚଣ୍ଡ ସବ୍ଦ ସାଙ୍ଗକୁ ଆର୍ତ ଚିତ୍କାର ଶୁଣି ଦୌଡି ଆସି ସେମାନଙ୍କୁ ନିଆଁ ଲାଗିଥିବା କୋଠରୀ ଭିତରୁ ଉଦ୍ଧାର କରିବା ସହିତ ତୁରନ୍ତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ମାତ୍ର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଉଭୟଙ୍କୁ ସେଠାରୁ ରାଉରକେଲା ସୁନାନ୍ତର କରାଯାଇଥିଲା । ମାତ୍ର ସେଠାରେ ଚିକିତ୍ସାଧନ ଅବସ୍ଥାରେ ସୁରେନ୍ଦ୍ରଙ୍କ ଶୁକ୍ରବାର ଭୋରରୁ ମୃତ୍ୟୁ ଘଟିଥିବା ବେଳେ ବର୍ତମାନ ସୁଦ୍ଧା ପତ୍ନୀ ପୁଷ୍ପାଜଂଳି ବିପଦମୁକ୍ତ ହୋଇନାହାନ୍ତି । ମୃତ୍ୟୁ ଖବର ପ୍ରସାରିତ ହେବା ମାତ୍ରେ ବିଭିନ୍ନ ବର୍ଗରୁ ଶୋକ ପ୍ରକାଶ ପାଇବା ସହିତ ମର୍ମାହତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି । ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ମଧ୍ୟ ଶେଷ ଦର୍ଶନ କରିବା ସହିତ ସବାଧାରରେ ସାମିଲ ହୋଇ ମଶାଣି ପର୍ଯ୍ୟନ୍ତ ଯାଇଥିଲେ। କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?
Like
2
Dislike
0
Love
0
Funny
0
Angry
0
Sad
1
Wow
0