।। ନସ୍କାପାଲିରେ କୁରାଳ ପୂଜା ।।

Nov 28, 2025 - 20:43
 0  7
।। ନସ୍କାପାଲିରେ କୁରାଳ ପୂଜା ।।

କିର୍ମିରା୨୮।୧୧(ଫାଷ୍ଟ ନିଉଜ ଓଡ଼ିଶା)କିର୍ମିରା ବ୍ଳକ ନସ୍କାପାଲିରେ ବ୍ଳକସ୍ତରୀୟ କୁମ୍ଭାର ସମାଜର କୁରାଳ ପୂଜା ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ପୋଖରୀରୁ କଳସ ଆଣି ପୂଜାସ୍ଥଳରେ ସ୍ଥାପନ କରିଥିଲେ ଏବଂ ପୂଜା ଓ ପୁରାଣ ପାଠ ଆରମ୍ଭ ହୋଇଥିଲା।ଏଥିରେ ପୂର୍ବତନ ବିଧାୟିକା ଦୀପାଳି ଦାସ ଯୋଗଦେଇ ଲକ୍ଷ୍ମୀ ନାରାୟଣଙ୍କୁ ଦର୍ଶନ କରି ସମସ୍ତଙ୍କର ମନସ୍କାମନା ପାଇଁ ପ୍ରର୍ଥନା କରିଥିଲେ।କର୍ତ୍ତା ଭାବରେ ପଲସ୍ତି ରଣାସହ ଧର୍ମିଣୀ ପୂର୍ଣ୍ଣିମା ରଣା ଏବଂ ପୂଜକ ଭାବେ ଗଣେଷ ପାଣିଗ୍ରାହୀ ଦାୟିତ୍ବ ନିର୍ବାହ କରିଥିଲେ।ପୂଜା ଅବସରରେ ମନୋରଞ୍ଜନ ପାଇଁ ଶିଶୁ ମାନଙ୍କ ନାଚ ପ୍ରତିଯୋଗିତା ଓ ସଂକୀର୍ତ୍ତନ୍ୟ ମଣ୍ତଳୀ ବରଗଡ ବୈଠକ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମକୁ କମିଟୀ ସଭାପତି ପଲସ୍ତି ରଣା,ଉପସଭାପତି ବିଜୁ ରଣା,ରବିନ୍ଦ୍ର ରଣା,ଫକୀର ରଣା,ବିକାଶ ରଣା,ଡୋଲାମଣି ରଣା ସହ ସମସ୍ତ ସଭ୍ୟ ସହଯୋଗ କରିଥିଲେ।

କିର୍ମିରା ରୁ ଦେବାଶିଷ ସିଂ ଠାକୁରଙ୍କ ରିପୋର୍ଟ_First News Odisha

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ