ନରେନ୍ଦ୍ର ମୋଦୀ ମାଆଙ୍କୁ ଅପମାନ ପ୍ରତିବାଦରେ ବାରିପଦା ବିଜେପି ପକ୍ଷରୁ ରାହୁଲଙ୍କ ତୈଳଚିତ୍ର ଦାହ

Sep 1, 2025 - 22:03
 0  3
ନରେନ୍ଦ୍ର ମୋଦୀ ମାଆଙ୍କୁ ଅପମାନ ପ୍ରତିବାଦରେ  ବାରିପଦା ବିଜେପି ପକ୍ଷରୁ ରାହୁଲଙ୍କ ତୈଳଚିତ୍ର ଦାହ

ବାରିପଦା: ନିକଟରେ ବିହାରରେ ରାହୁଲ ଗାନ୍ଧୀଙ୍କଙ୍କ "ଭୋଟର ଅଧିକାର ଯାତ୍ରା" ସମୟରେ କଂଗ୍ରେସ ସଭମଞ୍ଚରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ମାଆଙ୍କ ପ୍ରତି ଅଶାଳୀନ ଓ ଅପମାନଜନକ ମନ୍ତବ୍ୟ ଦିଆଯାଇଥିବାରୁ ଏହାକୁ ବିଜେପି ପକ୍ଷରୁ ସୋମବାର ଦିନ ଏଠାରେ ଦୃଢ଼ ବିରୋଧ କରାଯାଇଛି। ପ୍ରତିବାଦ ପ୍ରକଟ କରିବାକୁ ଯାଇ ବିଜେପି କର୍ମକର୍ତ୍ତାମାନେ ଏଠାରେ ସାଧାରଣରେ ରାହୁଲଙ୍କ ତୈଳଚିତ୍ରରେ ଅଗ୍ନି ସଂଯୋଗ ପୂର୍ବକ ତାକୁ ଦାହ କରିଛନ୍ତି। ବାରିପଦା ସହର ଶାଖା ପକ୍ଷରୁ ସୋମବାର ସନ୍ଧ୍ୟାରେ ସ୍ଥାନୀୟ ଟ୍ରାଫିକ ଛକ ନିକଟରେ ଆୟୋଜିତ ଏହି ବିକ୍ଷୋଭ ପ୍ରଦର୍ଶନ, ପ୍ରତିବାଦ ସଭା ଓ ତୈଳଚିତ୍ର ଦାହ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ପ୍ରବକ୍ତା କବିବିଷ୍ଣୁ ଶତପଥୀ ତଥା ଶୋଭାବତୀ ଓତା, ସରୋଜିନୀ କିସ୍କୁ, ବିଜୟ କୁମାର ଦାସ, ଦେବବ୍ରତ ସାମଲ, ସୁବ୍ରତ ମୁଖୀ, ତରୁଣ ପାଲବାବୁ, ଦୁର୍ଗାମଣି ଆଚାର୍ଯ୍ୟ, ସସ୍ମିତା ପୃଷ୍ଟି,ଶଙ୍କର୍ଷଣ ପଣ୍ଡା, ସପନ ଘୋଷ, ସୃଷ୍ଟି ଓତା, ଶମ୍ଭୁନାଥ ସାହୁ, ମାନସୀ ତ୍ରିପାଠୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ସମବେତ ଶତାଧିକ ଦଳୀୟ କର୍ମୀ ଏହି ଅବସରରେ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ଏବଂ ରାହୁଲଙ୍କ ବିପକ୍ଷରେ ବିଭିନ୍ନ ଧ୍ଵନି ଦେଉଥିବା ଲକ୍ଷ୍ୟ କରାଯାଇଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ