।। ନବରଙ୍ଗପୁରଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ:ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ରାଶି ବଣ୍ଟନ ।।

Oct 7, 2024 - 19:10
 0  109
।। ନବରଙ୍ଗପୁରଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ:ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ରାଶି ବଣ୍ଟନ ।।

ନବରଙ୍ଗପୁର, ( ରଞ୍ଜିତନାୟକ ) ତା: ୦୭.୧୦.୨୦୨୪ ଆଜି ସହର ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ ମିହିର କୁମାର ପଣ୍ଡାଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ! ଏଥିରେ ସି ଡି ଓ ,ଜିଲ୍ଲା ପରିଷଦ ଶ୍ରୀ ବିରଞ୍ଚି ନାରାୟଣ ଦରୱାନ, ଉପଜିଲ୍ଲାପାଳ,ନବରଙ୍ଗପୁର ପ୍ରକାଶ ମିଶ୍ର ଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ! ଏହି ଜନ ଶୁଣାଣି ଶିବିରରେ ମୋଟ ୬୦ ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ ! ସେଥିମଧ୍ୟରୁ ୫୦ ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୧୦ ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା ! ଏହି ଅବସରରେ ଜିଲ୍ଲା ଶ୍ରମ ବିଭାଗ ତରଫରୁ ଶ୍ରମିକ କଲ୍ୟାଣ ଯୋଜନା ହିତାଧୀକାରୀମାନଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଥିଲା ! ବିବାହକାଳୀନ ସହାୟତା ବାବଦରେ ୩୮,୫୦,୦୦୦/- ଟଙ୍କା, ପ୍ରସୂତିକାଳୀନ ସହାୟତା ପାଇଁ ୪,୩୦,୦୦୦/- ଟଙ୍କା, ଶିକ୍ଷାବୃତି ସହାୟତା ପାଇଁ ୪୧,୮୯,୬୦୦/- ଟଙ୍କା, ମୃତ୍ୟୁକାଳୀନ ସହାୟତା ପାଇଁ ୧,୭୩,୦୦,୦୦୦/- ଟଙ୍କା, ଅନ୍ତେଷ୍ଟିକ୍ରିୟା ସହାୟତା ପାଇଁ ୪,୦୫,୦୦୦/- ଟଙ୍କା ଏବଂ ସର୍ବମୋଟ ୧୦୩୩ ହିତାଧିକାରୀଙ୍କୁ ୨,୬୧,୭୪,୬୦୦ /- ଟଙ୍କା ତାଙ୍କ ଆକାଉଣ୍ଟ ରେ ପ୍ରଦାନ କରାଯାଇଥିଲା ! ଜନଶୁଣାଣୀ ଶିବିରରେ ଟଙ୍କଧର ଜାନୀ, ତୈଳ କନାଥ ଗଉଡ,ସଦନ ପୂଜାରୀ ଙ୍କୁ ବିବାହକାଳୀନ ସହାୟତା ପ୍ରତ୍ୟେକ ୫୦,୦୦୦ ଟଙ୍କା, ସ୍ବର୍ଗତ ମାନକି ଭତ୍ରା,ମଙ୍ଗଳଦେଈ ଭତ୍ରା,ଭଗବାନ ଗୌଡଙ୍କ ନିକଟ ସମ୍ପର୍କୀୟ ଙ୍କୁମୃତ୍ୟୁ କାଳୀନ ସହାୟତା ପ୍ରତ୍ୟେକ ୨,୦୫,୦୦୦ ଟଙ୍କା, ଜୟନ୍ତୀ ଗୌଡଙ୍କୁ ଶିକ୍ଷା ସହାୟତା ୮୪୦୦ ଟଙ୍କା,ନବୀନ ଗଉଡ ଙ୍କୁ ପ୍ରସୂତିକାଳୀନ ସହାୟତା ୧୦,୦୦୦ ଟଙ୍କା ଜିଲ୍ଲାପାଳଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ