ନବରଙ୍ଗପୁର ଠାରେ ହର୍ ଘର୍ ତ୍ରିରଙ୍ଗା ଶୋଭାଯାତ୍ରା

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା:୧୩.୦୮.୨୦୨୫ ରିଖ: ସ୍ଥାନୀୟ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ପରିସରରେ ହର୍ ଘର୍ ତ୍ରିରଙ୍ଗା ଶୋଭାଯାତ୍ରା କୁ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ ଓ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଙ୍କ ଉପସ୍ଥିତି ରେ ଏକ ସାଇକେଲ ଏବଂ ମୋଟର ସାଇକେଲ ଶୋଭାଯାତ୍ରା ଆରମ୍ଭ ହୋଇ ସଦାଶିବ ପାର୍କ ଠାରେ ସମାପ୍ତ ହୋଇଥିଲା ! ଏଥିରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଡି ଡ଼ବ୍ଲୁ ଓ ରବୀନ୍ଦ୍ର ପାଲକା, ଡି ଆଇ ପି ଆର୍ ଓ ମନୋଜ ବେହେରା, ବି ଡି ଓ ସୁନିଲ ଖୂରା,ଜିଲ୍ଲା କ୍ରୀଡ଼ା ଅଧିକାରୀ ସମୀର କୁମାର ପାତ୍ର, ଦେବଦାସ ମହାକୁଡ,ଜ୍ୟୋତି ପରିଛା ଙ୍କ ସମେତ ବିଭିନ୍ନ କାର୍ଯ୍ୟଳୟ କର୍ମଚାରୀ,ବିଦ୍ୟାଳୟ ,ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ସାମିଲ ହୋଇଥିଲେ ! ଏହି କାର୍ଯ୍ୟକ୍ରମ ଅଗଷ୍ଟ ୨ ରୁ ଅଗଷ୍ଟ ୧୫ ପର୍ୟ୍ୟନ୍ତ ଅନୁଷ୍ଠିତ ହେଉଛି ! "ପ୍ରତ୍ୟେକ ଘରେ ତ୍ରିରଙ୍ଗା "କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହୋଇ ନିଜକୁ ଭାରତୀୟ ବୋଲି ଗର୍ବ କରିବା ଏବଂ ରାଜ୍ୟବ୍ୟାପୀ ଜନ ଆନ୍ଦୋଳନର ଜଣେ ଗର୍ବିତ ସ୍ବେଛାସେବୀ ବୋଲି ନିଜକୁ ପ୍ରତିପାଦିତ କରିବା ଏହି ଶୋଭାଯାତ୍ରା ରେ ଜିଲ୍ଲାବାସୀ ଙ୍କୁ ସନ୍ଦେଶ ଦିଆଯାଇଥିଲା ! ସମସ୍ତେ ଭାରତ ମାତା କି ଜୟ,ବନ୍ଦେ ମାତରଂ ଧ୍ଵନୀ ଦେଇ ଅତି ସୁନ୍ଦର ଭାବରେ ଜନ ସାଧାରଣ ଙ୍କୁ ଅନୁପ୍ରାଣିତ କରିଥିଲେ !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?






