ନବରଙ୍ଗପୁର ଠାରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ନିମନ୍ତେ ଶୋଭାଯାତ୍ରା

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୧୬.୦୬.୨୦୨୫ ରିଖ: ସମସ୍ତ ପ୍ରକାର ବୃତ୍ତି ଓ କାର୍ଯ୍ୟରେ ଶିଶୁ ଶ୍ରମିକ ନିରାକରଣ କରିବାପାଇଁ ଏକ ୧୫ ଦିନିଆ ସଚେତନତା କାର୍ଯ୍ୟକ୍ରମ ଉପଲକ୍ଷେ ଆଜି ଏକ ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ( ରେଭିନୁ ) ବିଶ୍ବଜିତ ବର୍ମନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ! ଏହି ପଦଯାତ୍ରାଟି ନବରଙ୍ଗପୁର ସହରର ଆମ୍ବେଦକର ଛକରୁ ଆରମ୍ଭ ହୋଇ ଚାଉଁରିୟାଗୁଡା ଛକ ପର୍ଯ୍ୟନ୍ତ କୌଣସି କର୍ମ, ବ୍ୟବସାୟିକ, ବୃତ୍ତି ରେ ୧୫ ବର୍ଷ ପୂର୍ଣ୍ଣ କରିନଥିବା ଶିଶୁ ଙ୍କୁ ଶିଶୁ ଶ୍ରମିକ ଭାବେ ନିୟୋଜିତ ନ କରିବାକୁ ଏବଂ ୧୫ ରୁ ୧୮ ବର୍ଷ ବୟସ ର କିଶୋର ଙ୍କୁ ବିପଦ ସଂକୁଳ ବୃତ୍ତିରେ ନିୟୋଜନ ନ କରିବା ଉପରେ ବିଭିନ୍ନ ସ୍ଲୋଗାନ ପୋଷ୍ଟର ଓ ପ୍ରଚାର ପତ୍ରିକା ମାଧ୍ୟ୍ୟମରେ ସାଧାରଣ ଲୋକ ତଥା ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକ ମାନଙ୍କୁ ସଚେତନତା ବାର୍ତା ଦିଆଯାଇଥିଲା ! ଏହି ସଚେତନତା ଶୋଭାଯାତ୍ରା ରେ ଜିଲ୍ଲା ଶ୍ରମ ଅଧିକାରୀ ଛୋଟରାୟ ଟୁଡୁ, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ୍ୟା ଅଜନ୍ତା ସୁଭଦର୍ଶିନୀ, ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ବିଭିନ୍ନ ଶ୍ରମିକ ସଂଘ ର କର୍ମକର୍ତ୍ତା ପରମେଶ୍ୱର ବିଶୋଇ, ଖଗେଶ୍ୱର ବିଶୋଇ, ବେସରକାରୀ ସଂଘ ର ସଦସ୍ୟ ଉମା ସତାନାମୀ, ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ପ୍ରୋଜେକ୍ଟ ଏସୋସି ଏଟ, ପ୍ରଭାସିନୀ ପଟ୍ଟନାୟକ ଓ ଅନ୍ୟ ଟ୍ରେଡ ୟୁନିଅନ କର୍ମକର୍ତା ମାନଙ୍କ ମଧ୍ୟରେ ସୁଜିତ ହିଆଲ, ସାହିଲ ଭତରା, ସଲମାନ ନାଗ, ବିପିନ ନାଗ, ଦେବରାଜ ଗୌଡ଼ ଓ ଟ୍ରେଡ ୟୁନିଅନ ସଭ୍ୟ/ସଭ୍ୟାମାନେ ବହୁ ସଂଖ୍ୟା ରେ ଯୋଗ ଦେଇଥିଲେ !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?






