।। ନବରଙ୍ଗପୁର ଠାରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ଏବଂ ଜାତୀୟ ବିପର୍ଯୟ ହ୍ରାସ ଆଗାମୀ ୨୯ ଅକ୍ଟୋବର ୨୦୨୪ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ।।

Oct 22, 2024 - 15:55
 0  86
।। ନବରଙ୍ଗପୁର ଠାରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ଏବଂ ଜାତୀୟ ବିପର୍ଯୟ ହ୍ରାସ ଆଗାମୀ ୨୯ ଅକ୍ଟୋବର ୨୦୨୪ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ।।

ନବରଙ୍ଗପୁର,(ରଞ୍ଜିତ ନାୟକ ) ତା: ୨୧.୧୦.୨୦୨୪: ଆସନ୍ତା ୨୯.୧୦.୨୦୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳନ ଅବସରରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟର ଅଶୋକ ମେହେଟ୍ଟା ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ! ବୈଠକରେ ୨୯ ତାରିଖ ଦିନ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଏକ ସଭା ସହ ସକାଳ ୮.୦୦ ଘ ସମୟରେ ଏକ ମାରାଥନ ଦୌଡ଼ ସଦାଶିବ ପାର୍କ ଠାରୁ ଆରମ୍ଭ ହୋଇ ପୁରୁଣା ମଣ୍ଡେଇ ପଡିଆ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ! ମଣ୍ଡେଇଁ ପଡିଆ ଠାରୁ ସ୍କୁଲ କଲେଜ ଛାତ୍ର ଛାତ୍ରୀ, ଏସ ଏଚ୍ ଜି ସଭ୍ୟା, ଆଶା କର୍ମୀ,ଅଙ୍ଗନବାଡ଼ି କର୍ମୀ,ସ୍ଵଚ୍ଛ ସାଥୀ,ସ୍ଵେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା, ସରକାରୀ ଅଧିକାରୀଙ୍କ ଗ୍ରହଣ ରେ ଏକ ଶୋଭାଯାତ୍ରା ବାହାରି ମିଶନ ଶକ୍ତି ସମ୍ମିଳନୀ ଗୃହ ପର୍ଯ୍ୟନ୍ତ ଯିବ ! ଏହି ଉପଲକ୍ଷେ ଆସନ୍ତା ୨୫.୧୦.୨୦୨୪ ରିଖ ଦିନ ହାଇସ୍କୁଲ କଲେଜ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ ! ଅଗ୍ନିଶମ ବିଭାଗ ତରଫରୁ ବିପର୍ଯୟ ସମୟ ପୂର୍ବରୁ ଓ ପରେ କିପରି ପଦକ୍ଷେପ ଗ୍ରହଣ କରାଯିବ ତା ଉପରେ ଏକ ପ୍ରଦର୍ଶନ ହେବ ! ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡଃ ମଳୟ କୁମାର ତ୍ରିପାଠୀ, ଡେପୁଟି କଲେକ୍ଟର ଗୀତାଞ୍ଜଳି ବେହେରା, ନବରଙ୍ଗପୁର ତହସିଲଦାର କୈଳାଶ ଚନ୍ଦ୍ର ତ୍ରିପାଠୀ,ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା,ଅତିରିକ୍ତ ମଙ୍ଗଳ ଅଧିକାରୀ ଭରତ ଚନ୍ଦ୍ର ସାହୁ, ପୌର ପରିଷଦ ନିର୍ବାହୀ ଅଧିକାରୀ ସମରେଶ ମହାନ୍ତି, ରାମ ଶଙ୍କର ଦାସ, ଜିଲ୍ଲା କ୍ରୀଡା ଅଧିକାରୀ ଅଶ୍ୱିନ କୁମାର ମାଝୀ, ନବରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡଃ ସୁନୀଲ ଖୋରା, ଜିଲ୍ଲା ଅଗ୍ନିଶମ ଅଧିକାରୀ ଦେବୀ ପ୍ରସାଦ ଦାସ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପ୍ରତିନିଧି ପ୍ରଭାତ କୁମାର ପଟନାୟକ ସହ ଜରୁରୀ କାଳୀନ ଉପ ବିଭାଗର ତ୍ରିପତି ବାଲାଜୀ ସାହୁ ଉପସ୍ଥିତ ଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ