ନବରଙ୍ଗପୁର ଠାରେ ରଥଯାତ୍ରା ଓ ବାହୁଡା଼ ଯାତ୍ରା ନିମନ୍ତେ ପ୍ରଶାସନର ପ୍ରସ୍ତୁତି ବୈଠକ

Jun 23, 2025 - 20:20
 0  78
ନବରଙ୍ଗପୁର ଠାରେ ରଥଯାତ୍ରା ଓ ବାହୁଡା଼ ଯାତ୍ରା ନିମନ୍ତେ ପ୍ରଶାସନର ପ୍ରସ୍ତୁତି ବୈଠକ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୩.୦୬.୨୦୨୫: ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ଵ ) ବିଶ୍ଵଜିତ ବର୍ମନ ଙ୍କ ଅଧ୍ୟକ୍ଷତାରେ ନବରଙ୍ଗପୁର ସଦର ମହକୁମା ଠାରେ ରଥଯାତ୍ରା ଓ ବାହୁଡା଼ ଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି !ପ୍ରଥମେ ତହସିଲଦାର ତଥା ନିର୍ବାହୀ ଅଧିକାରୀ, ଦେବୋତ୍ତର ବିଭାଗ କୈଳାଶ ଚନ୍ଦ୍ର ତ୍ରିପାଠୀ ସମସ୍ତଙ୍କୁ ସ୍ଵାଗତ କରିବା ସହ ସଭା ପରିଚାଳନା କରିଥିଲେ !ପ୍ରତିବର୍ଷ ଭଳି ଚଳିତ ବର୍ଷ ରଥଯାତ୍ରାରେ ନେତ୍ର ଉତ୍ସବ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ବିଭିନ୍ନ ରିତି ନୀତି ଅନୁସାରେ ଶାନ୍ତି ଶୃଙ୍ଖଳା ସହ ପାଳନ ପାଇଁ ବିଭିନ୍ନ ପ୍ରସ୍ତାବ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାୟିତ୍ଵ ଅର୍ପଣ କରାଗଲା ! ଶାନ୍ତି ଶୃଙ୍ଖଳା ରକ୍ଷା ଓ ଟ୍ରାଫିକ ଏବଂ ବାଇପାସ ପାଇଁ ପୋଲିସ ବ୍ୟବସ୍ଥା,ଶ୍ରୀଜଗନ୍ନାଥ ଏବଂ ଗୁଣ୍ଡିଚା ମନ୍ଦିର ପ୍ରତ୍ୟହ ସଫେଇ ଓ ପରିମଳ ପାଇଁ ପୌରପାଳିକା ,ଶ୍ରୀ ଜଗନ୍ନାଥ ମନ୍ଦିର,ଲକ୍ଷ୍ମୀ ମନ୍ଦିର ଓ ଗୁଣ୍ଡିଚା ମନ୍ଦିର ଚୁନ ଓ ରଙ୍ଗ କରିବା ପାଇଁ ରାସ୍ତା ଓ ଗୃହନିର୍ମାଣ ବିଭାଗ, ଜରୁରୀ ପ୍ରାଥମିକ ଚିକିତ୍ସା ପାଇଁ ସ୍ବାସ୍ଥ୍ୟ ,ଅଗ୍ନିଶମ ବିଭାଗ ର ଦାୟିତ୍ଵ, ପାନୀୟ ଜଳ ଯୋଗାଣ ପାଇଁ ଜନସ୍ବାସ୍ଥ୍ୟ ବିଭାଗ, ବିଦ୍ୟୁତ ବିଚ୍ଛିନ୍ନ ଓ ସରାବରାହ ପାଇଁ ଉପଯୁକ୍ତ ବ୍ୟବସ୍ଥା ଟି ପି ଏସ ଓ ଡି ଏଲ, ଧାରା ବୀବରଣୀ ଓ ସୁଚନା କେନ୍ଦ୍ର ସ୍ଥାପନ ପାଇଁ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ବିଭାଗ,ରଥଯାତ୍ରା ଦିନ ମଦ ବିକ୍ରୟ ବନ୍ଦ ପାଇଁ ଅବକାରୀ ବିଭାଗ, ପ୍ରଭୁ ଜଗନ୍ନାଥ ଙ୍କ ସୁନା ଅଳଙ୍କାର ସୁରକ୍ଷା ପାଇଁ ପୋଲିସ୍ ବ୍ୟବସ୍ଥା ଉପରେ ଆଲୋଚନା ହୋଇ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଦାୟିତ୍ୱ ଦିଆଗଲା! ଦେବୋତ୍ତର କମିଟି ସଭାପତି ଝାଡେଶ୍ୱର ଖାଡଙ୍ଗା ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା କୁ ଶାନ୍ତି ଶୃଙ୍ଖଳା ସହ ପାଳନ ପାଇଁ ପ୍ରଶାସନ ଓ ବଦାନ୍ୟ ବ୍ୟକ୍ତି ଙ୍କ ସହଯୋଗ ଉପରେ କହିଥିଲେ !ଓଡ଼ିଶା ସ୍ବାଧୀନତା ସଂଗ୍ରାମୀ ସହିଦ ସ୍ମୃତି କାର୍ଯ୍ୟକାରୀ ସଭାପତି ମୁନା ତ୍ରିପାଠୀ ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଗୁଣ୍ଡିଚା ଯାତ୍ରା ରେ ପ୍ରଶାସନ ଅଧିକାରୀଙ୍କ ସହଯୋଗ ,ଭାରିଯାନ ଚଳାଚଳ କଟକଣା, ବାଇପାସ୍ ରାସ୍ତା ଓ ଶାନ୍ତି ଶୃଙ୍ଖଳା ଉପରେ ଗୁରୁତ୍ବ ଦେଇ କହିଥିଲେ ! ବରିଷ୍ଠ ଆଇନଜୀବି ତଥା ରାଜ ପୁରୋହିତ, ଦେବୋତ୍ତର କମିଟି ନରସିଂହ ତ୍ରିପାଠୀ ମହାପ୍ରଭୁ ଙ୍କ ରୀତିନୀତି ପୂଜାର୍ଚ୍ଚନା ଉପରେ ସବିଶେଷ ଉପସ୍ଥାପନ କରିଥିଲେ ! ସୁଚନା ଅନୁସାରେ ତା:୨୬.୦୬.୨୦୨୫ ରିଖ: ଦିନ ନେତ୍ର ଉତ୍ସବ ଓ ନବ ଯୌବନ ଦର୍ଶନ, ଗୁଣ୍ଡିଚା ଯାତ୍ରା ତା:୨୭.୦୬.୨୦୨୫ ରିଖ: ଦିନ ସକାଳ ୬.୩୦ ରେ ରଥ ପ୍ରତିଷ୍ଠା,୯.୩୦ ପହଣ୍ଡି,୧.୩୦ ରୁ ୩.୦୦ ପର୍ଯ୍ୟନ୍ତ ସାଧାରଣ ଦର୍ଶନ,୩.୩୦ ରୁ ରଥ ଟଣା, ତା:୦୧.୦୭.୨୦୨୫ ରିଖ: ହେରା ପଞ୍ଚମୀ,ତା:୦୫.୭.୨୦୨୫ ରିଖ: ବାହୁଡା଼ ଯାତ୍ରା ଏବଂ ୩.୦୦ ରେ ରଥ ଟଣା,୦୬.୭.୨୦୨୫ ରିଖ ସୁନା ବେଶ,୦୭.୭.୨୦୨୫ ରିଖ ନୀଳାଦ୍ରି ବିଜୟ ଅନୁଷ୍ଠିତ ହେବ! ବୈଠକରେ ଗୁଣ୍ଡିଚା ମନ୍ଦିର ନିର୍ମାଣ ରେ ନିଜର ସ୍ୱ ଅର୍ଜିତ ୭୦ ଲକ୍ଷରୁ ଉର୍ଦ୍ଧ୍ବ ଅର୍ଥଖର୍ଚ୍ଚ ଓ ସମୟ ଦେଇଥିବା ସମାଜସେବୀ ଜଗନ୍ନାଥ ଚୌଧୁରୀଙ୍କ କାର୍ଯ୍ୟ କୁ ସମସ୍ତେ ଉଚ୍ଚ ପ୍ରଶଂସା କରିଥିଲେ ! ଅତିରିକ୍ତ ଜିଲ୍ଲାପାଳ ବର୍ଷା ଋତୁରେ ସମ୍ଭାବ୍ୟ ଡାଇରିଆକୁ ଦୃଷ୍ଟିରେ ରଖି ଅନ୍ନଭୋଗ ପାଇଁ ଆବଶ୍ୟକ ସ୍ୱଚ୍ଛତା ଓ ପରିଚ୍ଛନ୍ନତା ବ୍ୟବସ୍ଥା ଉପରେ ଗୁରୁତ୍ବ ଦେବାକୁ ଜଗନ୍ନାଥ ମନ୍ଦିର କମିଟି କୁ କହିଥିଲେ ! ସେଭଳି ବିଭିନ୍ନ ହୋଟେଲ,ଉଠା ଖାଦ୍ୟ ଦୋକାନୀ ରେ ଯେଭଳି ବାସି ଓ ଅନୁପଯୁକ୍ତ ଖାଦ୍ୟ ବିକ୍ରୟ ନ ହେବ, ଖାଦ୍ୟ ନିରୀକ୍ଷକ,ପୌରପାଳିକା ଓ ସ୍ଵାସ୍ଥ୍ୟ ବିଭାଗ ପଦକ୍ଷେପ ନେବାକୁ କହିଥିଲେ ! ବୈଠକରେ ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଯଦୁମଣି ନାୟକ,ସାଂସଦ ପ୍ରତିନିଧି କିଶୋରୀ ପଟ୍ଟନାୟକ,ନବରଙ୍ଗପୁର ବିଧାୟକ ପ୍ରତିନିଧି ଏ ସୁରେଶ ଶାସ୍ତ୍ରୀ,ଏସ ଡି ପି ଓ କୃଷ୍ଣଚନ୍ଦ୍ର ଭତରା, ପି ଏ, ଆଇ ଟି ଡି ଏ ରାଜୀବ କୁମାର ସାହୁ,ଡି ଆଇ ପି ଆର୍ ଓ ମନୋଜ କୁମାର ବେହେରା,ଆଇ ଆଇ ସି ସମ୍ବିତ ବେହେରା,ଜଗନ୍ନାଥ ମହାପାତ୍ର,ଦେବୋତ୍ତର କମିଟି ର ମନୋନୀତ ସମସ୍ତ ସଭ୍ୟ,ବିଭିନ୍ନ ବିଭାଗୀୟ ଅଧିକାରୀ ,ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ! ଶେଷରେ ତହସିଲଦାର ଧନ୍ୟବାଦ୍ ଅର୍ପଣ କରିଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ