ନବରଙ୍ଗପୁର ଠାରେ ବିକାଶ ମେଳା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୧୬.୦୬.୨୦୨୫ ରିଖ: ଗତ ତା: ୧୪.୦୬.୨୦୨୫ ରିଖ: ରେ ସ୍ଥାନୀୟ ମଣ୍ଡେଇ ପଡିଆ ଠାରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ମାନ୍ୟବର ଇସ୍ପାତ ଓ ଖଣି, ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦ୍ଘାଟନ କରିଛନ୍ତି ! ଏହି ବିକାଶ ମେଳା ଉପଲକ୍ଷେ ପ୍ରତି ସନ୍ଧ୍ୟା ରେ ମଣ୍ଡେଇ ପଡିଆ ମଞ୍ଚ ରେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି ! ଉଦ୍ଘାଟନ ଦିବସ ପ୍ରଥମ ସନ୍ଧ୍ୟାରେ ପୁରୁଶୋତ୍ତମ କଳା କେନ୍ଦ୍ର, ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟ ଦଳ,ଉମରକୋଟ ର ମାତାଙ୍ଗି ଡାନ୍ସ ଗ୍ରୁପ୍, ଡିଭାଇନ ଡାନ୍ସ ଏକାଡେମୀ,ସାଇରାମ କଳା କେନ୍ଦ୍ରର କଳାକାର ମାନେ ନୃତ୍ୟ ପରିବେଷଣ କରିଥିଲେ ! ଗତ କାଲି ତା: ୧୫.୦୬.୨୦୨୫ ରିଖ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଏ କେ ଡାନ୍ସ ଗ୍ରୁପ୍, ସ୍ୱାତିକ ଡାନ୍ସ ଏକାଡେମୀ, ଡିଭାଇନ ଡାନ୍ସ ଏକାଡେମୀ, ଗ୍ରାମଦେବୀ ନୃତ୍ୟଦଳ, ସାଇରାମ୍ କଳାକେନ୍ଦ୍ର ଅନୁଷ୍ଠାନର କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ !ସାଂସ୍କୃତିକ ଅନୁଷ୍ଠାନ ଙ୍କୁ ମଞ୍ଚରେ ସାର୍ଟିଫିକେଟ ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା ! ପ୍ରଥମ ଓ ଦ୍ବିତୀୟ ଦିବସ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅତିଥି ରୂପେ ଡି ଆଇ ପି ଆର୍ ଓ ମନୋଜ କୁମାର ବେହେରା,ତହସିଲଦାର ,ନବରଙ୍ଗପୁର କୈଳାଶ ଚନ୍ଦ୍ର ତ୍ରିପାଠୀ, ଡି ସି ଓ ଘାଷିଆ ହରିଜନ, ସହକାରୀ ସି ଇ ଓ ଓରମାସ୍ ଉମା ମହେଶ, ଏ ଡି ଡବ୍ଲୁ ଓ ଭରତ ଚନ୍ଦ୍ର ସାହୁ ପ୍ରମୂଖ ଅତିଥି ରୂପେ ଯୋଗଦେଇଥିଲେ ! ଜିଲ୍ଲା ସଂସ୍କୃତି ବିଭାଗ ର ଆତ୍ମ ପ୍ରକାଶ ସାହୁ, ଏ ସନ୍ତୋଷ କୁମାର, ନିଳାମ୍ବର ନାୟକ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?






