ନବରଙ୍ଗପୁର ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ଗଣ ଦୌଡ଼

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୦୫.୦୪.୨୦୨୫ ରିଖ: ଆଜି ସକାଳ ୬.୦୦ ଘ ସମୟରେ ନବରଙ୍ଗପୁର ସହର ସ୍ଥିତ ସଦାଶିବ ତ୍ରୀପାଠୀ ପାର୍କ ନିକଟରୁ ଏକ ଗଣ ଦୌଡ଼ ର ଆୟୋଜନ କରାଯାଇଥିଲା ! ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ପତାକା ଦେଖାଇ ଗଣ ଦୌଡ଼ ର ଶୁଭାରମ୍ଭ କରିଥିଲେ ! ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ ) ବିଶ୍ୱଜିତ୍ ବର୍ମନ୍, ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ତପନ କୁମାର ଖୁଣ୍ଟିଆ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ,ପୌରପାଲିକା ଅଧ୍ୟକ୍ଷ କୁନୁ ନାୟକ, ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ଆର୍ ସି ଡି,ଏକ୍ସ୍ ବୋର୍ଡ, ମ୍ୟୁନିସିପାଲଟି ବିଦ୍ୟାଳୟ ର ଛାତ୍ର, ଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ! ଜନସାଧାରଣ ଙ୍କ ମଧ୍ୟରେ ଐତିହ ଓ ସଂସ୍କୃତି ପ୍ରତି ଗର୍ବ ସୃଷ୍ଟି କରିବା,ସାଂସ୍କୃତିକ ବିବିଧତା କୁ ପାଳନ କରିବା,ମାନସିକ ସୁସ୍ଥତା କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଗଣ ଦୌଡ଼ ର ଆୟୋଜନ କରାଯାଇଥିଲା ! ଏହି ଗଣ ଦୌଡ଼ ପୋଲିସ ପଡିଆ ପର୍ଯ୍ୟନ୍ତ ଯାଇଥିଲା ! ପୌରପାଳିକା ନିର୍ବାହୀ ଅଧିକାରୀ ସମରେଶ ମହାନ୍ତି ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ସମୀର କୁମାର ପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଗଣ ଦୌଡ଼ ଆୟୋଜନ କରାଯାଇଥିଲା !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?






