ନବରଙ୍ଗପୁର ଜିଲ୍ଲାରେ ମୂଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୦୭.୦୭.୨୦୨୫ ରିଖ: ଓଡ଼ିଶା ସରକାର "ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା " ଦ୍ଵାରା ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ବଦ୍ଧ ପରିକର।ମେଡିକାଲ କଲେଜର ଅଭିଜ୍ଞ ଓ ବରିଷ୍ଠ ବିଶେଶଜ୍ଞ ଡାକ୍ତର ଏଥିପାଇଁ ଆଜି ନବରଙ୍ଗପୁର ଜିଲ୍ଲା କୁ ଗସ୍ତ କରିଛନ୍ତି ! ଏହି ସ୍ବାସ୍ଥ୍ୟ ସେବା ପାଇବା ପାଇଁ ବିଭିନ୍ନ ରୋଗ ସ୍ନାୟୁ ରୋଗ,ପେଟ ଓ ଗ୍ୟାସ ଜନିତ ରୋଗ, ମୂତ୍ରାଶୟ ଜନିତ ରୋଗ,ହୃଦରୋଗ , କିଡନୀ ଜନିତ ରୋଗ ରେ ପୀଡ଼ିତ ବ୍ୟକ୍ତି ୯୩୮ ଜଣ ୬/୭/୨୦୨୫ ତାରିଖ ସୁଦ୍ଧା ନିଜର ନାମକୁ ବିଭିନ୍ନ ବ୍ଲକ ରେ ଅବସ୍ଥିତ ସ୍ବାସ୍ଥ୍ୟ କେନ୍ଦ୍ରରେ ପଞ୍ଜୀକୃତ କରିଛନ୍ତି ! ଆଜି ଏହି ପରିପେକ୍ଷି ରେ ସୁବାସ ଚନ୍ଦ୍ର ବୋଷ ମେଡିକାଲ କଲେଜ ରୁ ସ୍ନାୟୁ ବିଭାଗ ଡ ରାକେଶ ମହାନ୍ତି, ମୂତ୍ରାଶୟ ବିଭାଗ ଡ ବିଶ୍ଵଜିତ ସାହୁ, କିଡନୀ ଜନିତ ବିଭାଗ ଡ ଲିପିକା ପାଣିଗ୍ରାହୀ, ହୃଦରୋଗ ବିଭାଗ ଡ ସୁମିତ୍ କୁମାର ସାହୁ, ପେଟ ଓ ଗ୍ୟାସ ଜନିତ ବିଭାଗ ଡ ରାକେଶ ମହାନ୍ତି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ ଅନୁଷ୍ଠିତ ମୁଖ୍ୟ ମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଶିବିର ରେ ରୋଗୀମାନଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି ! ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା ପରେ ଆସନ୍ତା ୮/୭ ଓ ୯/୭/୨୦୨୫ ରେ ରୋଗୀମାନଙ୍କୁ ସୁପର ସ୍ପେସିଆଲିଷ୍ଟ ବରିଷ୍ଠ ଅଭିଜ୍ଞ ଡାକ୍ତର ମାନଂକ ଦ୍ଵାରା ଚିକିତ୍ସା କରାଯିବାର ବ୍ୟବସ୍ଥା କରାଯାଇଛି ! ୧୦/ ୦୭/୨୦୨୫ ରିଖ ଦିନ ରୋଗୀମାନଙ୍କୁ ସ୍ବାସ୍ଥ୍ୟ ସେବା ଜନିତ ପରାମର୍ଶ ଓ ଔଷଧ ପ୍ରଦାନ କରାଯିବ ! ଆଜି ମୋଟ ୨୬୩ ଜଣ ରୋଗୀ ନିଜର ନାମ ପଞ୍ଜିକୃତ କରି ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି ! ଏହି ଶିବିରକୁ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ପରିଦର୍ଶନ କରି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କୁ ନିରୀକ୍ଷଣ ସହ ରୋଗୀମାନଙ୍କ ଯେଭଳି କୌଣସି ଅସୁବିଧା ନ ହୁଏ ତା ଉପରେ ବିଶେଷ ଦୃଷ୍ଟି ଦେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ କହିଥିଲେ। ଏହି ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ଓ ଏହାର ସଫଳ ରୂପାୟନ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ ସନ୍ତୋଷ କୁମାର ପଣ୍ଡା ଙ୍କ ନେତୃତ୍ଵ ରେ ଡି ପି ଏଚ ଓ ଡ ନବକିଶୋର ବେହେରା, ଡ ସୁକାନ୍ତ ଶତପଥୀ, ଡି ପି ଏମ , ଏନ୍ ଏଚ ଏମ ଶଙ୍କର ଆଚାର୍ଯ୍ୟ,ଡାକ୍ତର, ଫାର୍ମାସିଷ୍ଟ, ନର୍ସ,ହସ୍ପିଟାଲ ମ୍ୟାନେଜର, ଆୟୁଷ ଡାକ୍ତର, ସ୍ଵାସ୍ଥ୍ୟ ବିଭାଗ ର କର୍ମଚାରୀ ସହଯୋଗ କରିଥିଲେ !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?






