ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଳକ ଅନ୍ତର୍ଗତ ମାଝିଗୁଡା ଗ୍ରାମର କାଜୁ ବଗିଚାରେ ଲାଗିଲା ନିଆଁ ! ପରିବାର ସର୍ବସ୍ୱାନ୍ତ
ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଳକ ଅନ୍ତର୍ଗତ ମାଝିଗୁଡା ଗ୍ରାମ ନିକଟରେ ଥିବା କାଜୁ ବଗିଚାରେ ଗ୍ରାମ୍ୟ ଜଙ୍ଗଲ କମିଟି ସଭ୍ୟ ଙ୍କ ଅବହେଳା ଯୋଗୁଁ ହଠାତ୍ ଜଙ୍ଗଲ ରେ ନିଆଁ ଲଗାଇ ଦେବା ଦ୍ୱାରା ଏହା ନିକଟରେ ଥିବା ସେହି ଗ୍ରାମର କୈଳାସ ଦୋରା ଙ୍କ ଡଙ୍ଗର ଜମିରେ ଲାଗି ଥିବା ଆନୁମାନିକ ଏକ ଶହ ଅସିଏ ରୁ ଉର୍ଦ୍ଧ୍ବ କାଜୁ ଗଛ ସମ୍ପୂର୍ଣ୍ଣ ଜଳି ଯାଇ ଥିବା କୈଳାସ ଦୋରା ଦୁଃଖ ର ସହିତ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ! ପ୍ରକାଶ ଥାଉକି କୈଳାସ ଦୋରା ଅତି ଗରିବ ଶ୍ରେଣୀର ଚାଷୀ ରହିଥିବା ବେଳେ ନବରଙ୍ଗପୁର ଉଦ୍ୟାନ ବିଭାଗ ତରଫରୁ କାଜୁ ଚାରା ରୋପଣ ପାଇଁ ତାଙ୍କ ଜମିରେ ଚାରା ଗଛ ଲଗାଯାଇଥିଲା ! ଏହାର ପାରିଶ୍ରମିକ ତଥା ସରକାରଙ୍କ ତରଫରୁ କୌଣସି ରିହାତି ମିଳି ନାହିଁ ଓ ନିଆଁ ଲାଗି ଯାଇ ନଷ୍ଟ ହୋଇଯାଇଥିବା କାଜୁ ଗଛ ର ବୀମା ରାଶି ପ୍ରଦାନ କରାଯାଇନାହିଁ ! ପରିଶେଷରେ ଗରୀବ ଚାଷୀ ପରିବାର ନିରୁପାୟ ହୋଇ ନବରଙ୍ଗପୁର ସଦର ଥାନାରେ ଗ୍ରାମ୍ୟ କମିଟି ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି ! ଏହି ସବୁ ବିଷୟ କୁ ତଦନ୍ତ ପରିସରଭୁକ୍ତ କରାଯାଇ ଉକ୍ତ କାର୍ଯ୍ୟ ରେ ଲିପ୍ତ ଥିବା ବ୍ଯକ୍ତି ମାନଙ୍କୁ ଉଚିତ୍ କାର୍ଯ୍ୟାନୁଷ୍ଠାନ କରିବା ନିମନ୍ତେ ସାଧାରଣରେ ଦାବୀ ଜୋର ଧରିଛି !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0