।। ନବରଙ୍ଗପୁର ଜିଲ୍ଲା ଜନଜାତି ସୁରକ୍ଷା ମଞ୍ଚ ତରଫରୁ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି ନେଇ ସାମ୍ବାଦିକ ସମ୍ବଳିନୀ ।।

Sep 26, 2024 - 20:10
 0  170
।। ନବରଙ୍ଗପୁର ଜିଲ୍ଲା ଜନଜାତି ସୁରକ୍ଷା ମଞ୍ଚ ତରଫରୁ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି ନେଇ ସାମ୍ବାଦିକ ସମ୍ବଳିନୀ ।।

ନବରଙ୍ଗପୁର,୨୬,୦୯,୨୦୨୪,( ରଞ୍ଜିତ ନାୟକ ) ଆଜି ସ୍ଥାନୀୟ ଭତ୍ରା ଭବନ ଠାରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବୀ ଓ କଣ୍ଟାଗାଁ ନାବାଳିକା ଦୁଷ୍କର୍ମ ମାମଲାରେ ପୋଲିସ ଦ୍ଵାରା ଧରା ପଡ଼ିଥିବା ଦୁଇଜଣ ଅଭିଯୁକ୍ତଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ ନବରଙ୍ଗପୁର ଜିଲ୍ଲା ଜନଜାତି ମଞ୍ଚ ତରଫରୁ ସାମ୍ବାଦିକ ସମ୍ବିଳନୀ କରାଯାଇଛି, ଆଜି ଏହି ବିଷୟ ନେଇ ସାମ୍ବାଦିକ ସମ୍ବିଳନୀରେ ଦକ୍ଷିଣ ଓଡିଶା ଜନଜାତି ମଞ୍ଚର ସଭାପତି ଶ୍ରୀ ଅର୍ଜୁନ ଭତରା ସୂଚନା ଦେଇଛନ୍ତି ଯେ,ନବରଙ୍ଗପୁର ଜିଲ୍ଲା ତଥା ଅବିଭକ୍ତ କୋରାପୁଟ ଜିଲ୍ଲା ତଫସିଲ ଭୁକ୍ତ ଜାତି ଓ ଜନଜାତି ଅଂଚଳ ସମ୍ବିଧାନର ପଞ୍ଚମ ଅନୁଛେଦରେ ଅନ୍ତର୍ଭୁକ୍ତ ଥିବାରୁ ଅନ୍ୟ ଜିଲ୍ଲାରୁ ଛାତ୍ର ଛାତ୍ରୀ ଆସି ଚାକରି ଓ ଅନ୍ୟ ସବୁ କ୍ଷେତ୍ରରେ ପ୍ରାଧ୍ୟାନ୍ୟ ବିସ୍ତାର କରୁଥିବାରୁ ଏହି ସବୁ ଜିଲ୍ଲାରେ ଥିବା ବେକାର ମୂଳ ଅଧିବାସୀଙ୍କ ସାମ୍ବିଧାନିକ ଅଧିକାର ଖୁର୍ଣ୍ଣ ହେଉଛି ଓ ଶିକ୍ଷିତ ଯୁବକ ଯୁବତୀ କାମ ନପାଇ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି,ତେଣୁ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ନିର୍ଦେଶରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦେବା ଓ ବିଭିନ୍ନ କ୍ଷେତ୍ରରେ ମୂଳ ଅଧିବାସୀଙ୍କୁ କର୍ମ ସଂସ୍ଥାନ ଯୋଗାଇଦେବାକୁ ଦାବୀ କରିଛନ୍ତି ! ଯଦି ଏହି ସବୁ ପ୍ରମୁଖ ଦାବୀ ସରକାର ନମlନନ୍ତି, ଆଗାମୀ ଦିନରେ ଜନମଞ୍ଚ ଏହାକୁ ବିରୋଧ କରିବା ସହ ଧାରଣା ଓ ଅନଶନ କରିବ ଓ ରାଜରାସ୍ତାକୁ ଆସି ଆନ୍ଦୋଳନ କରିବ ! ଏହି ସାମ୍ବାଦିକ ସମ୍ବିଳନୀରେ ଦକ୍ଷିଣ ଓଡ଼ିଶା ଜନଜାତି ସୁରକ୍ଷା ମଞ୍ଚର ସଭାପତି ଅର୍ଜୁନ ଭତ୍ରା, ରତନ ମାଝୀ, ବୁଦୁ ଜାନି, ଜିତ୍ରୁ ଜାନି, ଗୁରୁବାନ୍ଧୁ ଗଦବା ଆଦି ସଭ୍ୟ ଉପସ୍ଥିତ ଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ