ନବରଙ୍ଗପୁର ଜିଲ୍ଲା ଓ. ୟୁ. ଡବ୍ଲୁ. ଜେ, ସାମ୍ବାଦିକ ସଂଙ୍ଘକୁ ଶେଷରେ କ୍ଷମା ପ୍ରାର୍ଥନା କଲେ, ନବରଙ୍ଗପୁର ବ୍ୟାଙ୍କ ଅଫ ମହାରାଷ୍ଟ୍ର ବ୍ୟାଙ୍କ ପରିଚାଳକ ଓ କୋଷାଦକ୍ଷ

Dec 21, 2024 - 15:52
 0  99
ନବରଙ୍ଗପୁର ଜିଲ୍ଲା ଓ. ୟୁ. ଡବ୍ଲୁ. ଜେ, ସାମ୍ବାଦିକ ସଂଙ୍ଘକୁ ଶେଷରେ କ୍ଷମା ପ୍ରାର୍ଥନା କଲେ, ନବରଙ୍ଗପୁର ବ୍ୟାଙ୍କ ଅଫ ମହାରାଷ୍ଟ୍ର ବ୍ୟାଙ୍କ ପରିଚାଳକ ଓ କୋଷାଦକ୍ଷ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା:୨୧/୧୨/୨୦୨୪ ରିଖ ନବରଙ୍ଗପୁର ସହରସ୍ଥିତ ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ରରେ ଗତ: ୩୦/୧୧/୨୦୨୪ ତାରିଖ ରେ ବ୍ୟାଙ୍କ ପରିସରରେ ବ୍ୟାଙ୍କ କୋଷାଧକ୍ଷ ସାମାନ୍ୟ ଘଟଣାକୁ ନେଇ ଉତ୍ତେଜିତ ହୋଇ ଓ. ୟୁ. ଡବ୍ଲୁ. ଜେ,ନବରଙ୍ଗପୁର ଜିଲ୍ଲା ସଂଙ୍ଘର ବରିଷ୍ଟ ସାମ୍ବାଦିକ ତଥା ସାଧାରଣ ସମ୍ପାଦକ ଶ୍ରୀ ଅଶୋକ ସାହୁଙ୍କୁ ଅଶୋଭନୀୟ ଆଚରଣ ଓ ଗାଳିଗୁଲଜ କରିଥିବା ନେଇ ଶ୍ରୀ ଅଶୋକ ସାହୁଙ୍କ ତରଫରୁ ଥାନାରେ ଅଭିଯୋଗ ସହ ସଂଙ୍ଘ ତରଫରୁ ସେହି ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ ଦାବି କରାଯଇଥିଲା ଓ ଏଥିସହିତ ରାଜ୍ୟ ସଂଙ୍ଘକୁ ଏହି ବିଷୟନେଇ ଅବଗତ କରାଯାଇଥିଲା ! ଶେଷରେ ସେହି ବ୍ୟାଙ୍କ କର୍ମଚାରୀ ନିଜ ଭୁଲ ବୁଝିପାରି ବ୍ୟାଙ୍କ ଶାଖା ପରିଚାଳକଙ୍କ ସହ ନବରଙ୍ଗପୁର ସଦର ଥାନାକୁ ଆସି ଲିଖିତ ଭାବେ କ୍ଷମାପ୍ରାର୍ଥନା କରିଛନ୍ତି ଓ ଏଭଳି କିଛି ଭବିଷ୍ୟତରେ କୈଣସି ଗ୍ରlହକଙ୍କୁ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିବେ ନାହିଁ ବୋଲି ପ୍ରତିଶୃତି ଦେଇଛନ୍ତି ! ଏହାକୁ ଜିଲ୍ଲା କମିଟି ବିଚାରକୁ ନେଇ ଦୁଇ ପକ୍ଷଙ୍କ ସହମତିରେ ଆପୋଷ ବୁଝାମଣl ଭିତ୍ତିରେ ଥାନାରୁ ଗତ: ୧୪/୧୨/୨୦୨୪ ତାରିଖ ରେ ଶ୍ରୀ ଅଶୋକ ସାହୁ ଦେଇଥିବା ଏଫ. ଆଇ. ଆର. ଟିକୁ ସଦର ଥାନାରୁ ପ୍ରତ୍ୟାହାର କରିଛନ୍ତି ! ସୂଚନା ଯୋଗ୍ୟ ଯେ ଏହି ବିଷୟ ନେଇ ଜିଲ୍ଲା ସାମ୍ବାଦିକ ସଂଙ୍ଘ ସହ ନବରଙ୍ଗପୁର ଜିଲ୍ଲାର ଅନେକ ବୁଦ୍ଧିଜୀବୀ ଓ ଜନସାଧାରଣ ଏଭଳି ଅମାନବୀୟ ଘଟଣାକୁ ନାପସନ୍ଦ କରିବା ସହ ତୁରନ୍ତ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଡ଼ କାର୍ଯ୍ୟାନୁଷ୍ଠାନ କରାଯିବାକୁ ଦାବୀ ରଖିଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ