ନଦୀରେ ବୁଡି ଛାତ୍ର ନିଖୋଜ
ବରୀ,ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ସ୍ବାଇଁଖଣ୍ଡ ପଞ୍ଚାୟତ କଳାଖଣ୍ଡ ଗ୍ରାମ ନିକଟ ବ୍ରାହ୍ମଣୀ ନଦୀର ଭୂୟାଁ ଗଣ୍ଡରେ ବୁଡି ନହଣ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଅଶୋକ ଦାସଙ୍କ ପୁଅ ଆଲୋକ ଦାସ ନିଖୋଜ। ସମ୍ପୁକ୍ତ ଛାତ୍ର ଜଣକ ବାଲିଆ ପଞ୍ଚାୟତ ଆଖଡ଼ାଡିହ ଗ୍ରାମର ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଦମକଳ ବାହୀନି ପହଞ୍ଚି ଖୋଜା ଖୋଜି କରୁଥିବା ଦେଖାଯାଇଛି । ନଦୀ କୂଳରେ ସଂପୃକ୍ତ ଛାତ୍ରର ସ୍କୁଲ ବ୍ୟାଗ ପଡ଼ିଥିବା ଦେଖିବାକୁ ମିଳିଛି। ଅଗ୍ନିଶ୍ରମ ବହୁ ଖୋଜା ଖୋଜି କରିଥଲେ ମଧ୍ୟ ବାଳକ ଜଣଙ୍କ ଉଦ୍ଧାର ହୋଇ ନାହିଁ। ଅନ୍ଧାର କାରଣରୁ ଅଗ୍ନିଶ୍ରମ ବାହୀନି ଫେରି ଯାଇଛନ୍ତି।
ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0