ଧାନ ଗୋଦମରେ ଅତର୍କିତ ଚଢାଉ ; ବେଆଇନଭାବରେ ଗଚ୍ଛିତ ଧାନ ଜବତ୍

Jan 21, 2026 - 21:43
 0  34
ଧାନ ଗୋଦମରେ ଅତର୍କିତ ଚଢାଉ ; ବେଆଇନଭାବରେ ଗଚ୍ଛିତ ଧାନ ଜବତ୍

କୋଲାବିରା, ୨୧ ।୧ (ଫାଷ୍ଟ ନ୍ୟୁଜ ଓଡିଶା): ଯୋଗାଣ ବିଭଗ ପକ୍ଷରୁ ଅତର୍କିତ ଚଢାଉ ସମୟରେ କୋଲାବିରା ବ୍ଲକ ଅନ୍ତର୍ଗତ ମାଲିଡିହି ଗ୍ରାମରେ ଟୋକାରାମ ସାହୁ ଏବଂ ରାଜେଶ ପୁଝାରୀଙ୍କ ନିକଟରେ ବେଆଇନ ଭାବରେ ଗଚ୍ଛିତ ଥିବା ଧାନ ଏବଂ ଗାଡିରେ ଲୋଡ ହୋଇଥିବା ଧାନକୁ ଜବତ୍ କରାଯାଇ ତଦନ୍ତ କରାଯାଉଛି । ଜିଲ୍ଲା ଯୋଗାଣ ଅଧୁକାରୀ ଦୁର୍ଗାଚରଣ ବେଶ୍ରା ଙ୍କ ନେତୃତ୍ବରେ ଯୋଗାଣ ବିଭାହର ଅଧ୍ବକାରୀ ମାନେ ଏହିଚଢାରରେ ସାମିଲ ରହିଥିଲେ କୋଲାବିରା ଅତିରିକ୍ତ ତହସିଲଦାର କୈାସିକ ମେହେର ମାଜିଷ୍ଟ୍ରେଟ ଭାବରେ ଉପସ୍ଥିତ ରହିଥିଲେ । କୋଲାବିରା ପୁଲିସ ଏହି କାର୍ଯ୍ୟରେ ସହଯୋଗ କରିଥିଲା । କେତେକ ଚାଷୀଙ୍କ ଧାନ ଦୁଇଟି ଟ୍ରକରେ ଲୋଡ କାରାଯାଇଥିଲା ଯାହାକି ତାପର ଦିନ ମଣ୍ଡିକୁ ନେଇ ସେଠାରେ ଅନୁସାଙ୍ଗିକ କାଗଜପତ୍ର ପ୍ରସ୍ତୁତ ହେବାପରେ ମିଲକୁ ନେବାର କାର୍ଯ୍ୟକ୍ରମ ରିଥିବା ବିଷୟରେ ବେପାରି ରାଜେଶ ପୁଜାରୀ ତାଙ୍କର ପକ୍ଷ ରଖୁଥିବା ବେଳେ ବେପାରି ଟୋକାରାମ ସାହୁଙ୍କ ଗୋଦମରେ ଗଚ୍ଛିତ ରହିଥିବା ହଜାର ହଜାର ବସ୍ତା ଧାନକୁ ଜବତ କରାଯାଇ ତାର ତଦନ୍ତ କରାଯାଉଥିବା ବେଳେ ରାଜେଶଙ୍କ ନିକଟରୁ ଯୋଗାଣ ବିଭାଗ ଦ୍ବାରା ଜବତ୍ ଟ୍ରକ୍ ଦ୍ଵୟ ଥନାକୁ ଅଣାନଯାଇ କୌଣସି ମିଲକୁ ନେଇ ରଖାଯାଇଥିବା ଜଣାପଡିଛି । ଧାନ ଚୋରା ଚାଲାଣ, ଚାଷୀଙ୍କ ଧାନର ଅଭାବି ବିକ୍ରୀ ସାଙ୍ଗକୁ ବଳକା ଧାନର ଥଇଥାନ କରିବାକୁ ନେଇ ଚାଷୀ ନିଶ୍ବ ହେଉଥିବା ବେଲେ ଧାନ ବେପାରୀଙ୍କ ଚୋରା ଚାଲାଣ ଉପରେ ସରକାର ଅଙ୍କୁଶ ଲଗେଇବାରେ ବିଫଳ ହେଉଛନ୍ତି । ଏପରି ସ୍ଥଳେ ଅସମୟରେ ବେଆଇନ ଭାବରେ ଗଛିତ ଓ ଚୋରଚାଲାଣ କୁ ପ୍ରତ୍ୟକ୍ଷ ଭାବରେ ବିଭାଗୀୟ ଅଧୁକାରୀଙ୍କ ଚଢାଉ ସମୟରେ ସତ୍ୟ ପ୍ରମାଣିତ ହେବା ପରେ ବିଭାଗର ଆଭିମୁଖ୍ୟ କଣ ରହିବ ତାକୁ ନେଇ ଉତ୍କଣ୍ଠା ସୃଷ୍ଟି ହୋଇଛି । ତେବେ ଆଜି ଯେଉଁ ୧୦ଜଣ ଚାଷୀଙ୍କ ଧାନ ମଣ୍ଡିକୁ ନେବା ପାଇଁ ଲୋଡ ହେଉଥିଲା ସେ ସମସ୍ତ ଚାଷୀଙ୍କୁ ନେଇ ରାଜେଶ ଜିଲ୍ଲା ଯୋଗାଣ ଅଧୁକାରୀଙ୍କ ନିକଟକୁ ଯାଇ ସେମାନଙ୍କ ଧାନ ରହିଥ‌ିବା ବିଷୟରେ ବିବୃତି ଦେଇଥିବା ଜଣାପଡିଛି ।

କୋଲାବିରା ରୁ ସମିର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା 

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ