।। ଧରଣୀଧର ବିଶ୍ଵବିଦ୍ୟାଳୟକୁ ଅଯଥା ବଦନାମ ଉଦ୍ୟମ: ପୀଡିତା ଛାତ୍ରୀ ନ୍ୟାୟ ଲାଗି ଉପକୁଳପତିଙ୍କ ସହ ସଖୀ କେନ୍ଦ୍ରରେ ଦେଲେ ଦରଖାସ୍ତ ।।

May 3, 2024 - 20:10
 0  28
।। ଧରଣୀଧର ବିଶ୍ଵବିଦ୍ୟାଳୟକୁ ଅଯଥା ବଦନାମ ଉଦ୍ୟମ:                ପୀଡିତା ଛାତ୍ରୀ ନ୍ୟାୟ ଲାଗି ଉପକୁଳପତିଙ୍କ ସହ ସଖୀ କେନ୍ଦ୍ରରେ ଦେଲେ ଦରଖାସ୍ତ ।।

ଧରଣୀଧର ସ୍ଵୟଂଶାସିତ ମହାବିଦ୍ୟାଳୟ ଏବେ ବିଶ୍ୱବିଦ୍ୟାଳୟରେ ପରିଣତ ହେଲା ପରେ ଅଯଥା ବିବାଦ ଏହାର ପିଛା ଛାଡ଼ୁ ନାହିଁ। ସତେକି କଲେଜ୍ ୟୁନଭରସିଟି ହେବାକୁ ରାଜି ନଥିଲା ଆଉ କଲେଜ୍ ପିଲେ ୟୁନଭରସିଟି ହୱାକୁ ସହି ପାରୁ ନାହାନ୍ତି ! ଶିଶୁ ଅବସ୍ଥାରେ ଥିବା ବିଶ୍ଵବିଦ୍ୟାଳୟ ଏବେ ବଦନାମୀ ଲାଗି କ୍ଷତାକ୍ତ ହେବା ପରି ଲାଗୁଛି। ସୂଚନା ଯୋଗ୍ୟ କି ଏପ୍ରିଲ ୨୦ ତାରିଖ ସନ୍ଧ୍ୟାରେ ବିଶ୍ବବିଦ୍ୟାଳୟ ଲେକଚର୍ କଲୋନୀରେ ଜଣେ +୩ ଦ୍ୱିତୀୟ ବର୍ଷର ସ୍ଥାନୀୟ ଛାତ୍ରୀ ଜଣେ ବିଭାଗୀୟ ଅଧ୍ୟାପକଙ୍କ ଘରକୁ ତାଙ୍କ ଛୁଆକୁ ପଢ଼ାଇବାକୁ ଯାଇଥିବା ବେଳେ ଅସଦାଚରଣର ଶିକାର ହୋଇଥିଲେ। କିଛି ପିଲା କଲେଜ୍ ଝିଅ ଲେକଚର ଘରକୁ କୁଆଡ଼େ ଆସିଛି ବୋଲି ବାହାରେ ତୁମୁଳକାଣ୍ଡ କରିଥିଲେ। ପରେ ଏହି ଘଟଣାକୁ ଯୌନ ବ୍ୟଭିଚାର ପ୍ରସଙ୍ଗ କରା ଯାଇଥିଲା। ତେବେ କେହି ଭାଇରାଲ୍ କରିଥିବା ଭିଡ଼ିଓରୁ ସ୍ପଷ୍ଟ ହୋଇ ଥିଲା କି କିଛି ଯୁବକ ଉକ୍ତ ଛାତ୍ରୀ ଓ ଇଂରାଜୀ ଅଧ୍ୟାପକଙ୍କୁ ତାଙ୍କ ଘରେ ପାଚେରୀ ଡେଇଁ ଅଶ୍ଳୀଳ ଭାଷା ପ୍ରୟୋଗ କରୁଛନ୍ତି। ତେବେ କିଏ ପାଚେରୀ ଡେଇଁ ଭିଡିଓ କରିଥିଲା ସେ ସାମ୍ନାକୁ ଆସୁନି ବୋଲି ଜଣା ଯାଇଛି। ତେବେ କିଛି ଗଣମାଧ୍ୟମକୁ ସୂଚନା ଦିଆ ଗଲା କି ଲେକଚରଙ୍କ ଘରେ ଅନ୍ତରଙ୍ଗ ଦୃଶ୍ୟର ଭିଡିଓ ହୋଇଛି ଯାହା ପ୍ରମାଣିତ ହୋଇନି। ତେବେ ଏହି ଘଟଣା ନେଇ କଲେଜ୍ ଛାତ୍ରୀ ଲୋପାରାଣୀ (ଛଦ୍ମନାମ)କୁ କିଛି ହଷ୍ଟେଲ ଛାତ୍ର ତରୁଣ ନାମକ ଛାତ୍ରଙ୍କ ନେତୃତ୍ୱରେ ଜବରଦସ୍ତି ଅଟକେଇ ରଖି ନିର୍ଯ୍ୟାତନା ଦେଇ ଥିବାର ଆରୋପ କରି ସେ ଉକ୍ତ ଘଟଣା ପରଦିନ ବିଶ୍ଵବିଦ୍ୟାଳୟ ଉପକୁଳପତିଙ୍କୁ ଲିଖିତ ନ୍ୟାୟ ଲାଗି ଦେଲା ବେଳେ ସେ ଦରଖାସ୍ତ ନେଇ ନଥିଲେ । ଏପରିକି ଲୋପାଙ୍କୁ ଅପରାଧୀ ପରି ଘଣ୍ଟା ଘଣ୍ଟା ବସାଇ ରଖି ଦରଖାସ୍ତ ଗ୍ରହଣ କରି ନଥିଲେ। ଶେଷରେ ଏପ୍ରିଲ ୩୦ ତାରିଖ ଦିନ ତାଙ୍କର ଅଭିଯୋଗ ପତ୍ରକୁ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ବହୁତ ଡେରିରେ ଗ୍ରହଣ କରି ଏଯାଏ ପୋଲିସ ପାଖକୁ ପଠାଇ ନାହିଁ। ତେବେ ଏହା ମଧ୍ୟରେ କିଛି ଛାତ୍ରଙ୍କ ଦରଖାସ୍ତକୁ ଗ୍ରହଣ କରି ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଲୋପାରାଣୀଙ୍କ ବାପାଙ୍କୁ ହାଜର ହୋଇ ପକ୍ଷ ରଖିବାକୁ ନୋଟିସ ଦେଇଛନ୍ତି। ଏପଟେ ଲୋପାଙ୍କ ଦରଖାସ୍ତ ପ୍ରଥମ ଦିନରୁ ନରଖି ନୋଟିସ ଜାରି କରିଥିବାରୁ ପୀଡିତା ଛାତ୍ରୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କହିଛନ୍ତି ବର୍ତ୍ତମାନ ଧରଣୀଧର ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଧୃତରାଷ୍ଟ୍ର ହୋଇ ଯାଇ ଦ୍ରୌପଦୀଙ୍କ ବସ୍ତ୍ର ହରଣ ଦେଖିବାକୁ ପ୍ରୟାସ କରୁଛନ୍ତି। ଜଣେ ଝିଅ ନିର୍ଯ୍ୟାତନାର ଶିକାର ହେଲା ବେଳେ କିଛି ପ୍ରତିକାର କରି ନପାରି ଓଲଟା ନୋଟିସ ଦେବା ଘୋର ଅନ୍ୟାୟ। ଗୋଟେ ଝିଅକୁ ବଦନାମ କରିବା ହଜାରେ ଥର ହତ୍ୟା ସହ ସମାନ ତେଣୁ ଲୋପା ବଞ୍ଚିବାକୁ ନ୍ୟାୟ ଚାହିଁଛନ୍ତି। ଦରକାର ହେଲେ ସେ ମୁଖ୍ୟମନ୍ତ୍ରୀ ମହିଳା କମିଶନଙ୍କ ସହ ବିଭିନ୍ନ ଏଜେନସୀକୁ ଯିବେ କହିଛନ୍ତି। ଦେଖା ଯାଇଛି ଏହା ମଧ୍ୟରେ ସେହି ଇଂରାଜୀ ଅଧ୍ୟାପକଙ୍କୁ ବିଭାଗୀୟ ମୁଖ୍ୟ ପଦରୁ ଅପସାରଣ କରି ୨ ମାସରେ କ୍ୱାର୍ଟର ଛାଡ଼ିବାକୁ ଆଦେଶ ଦିଆ ଯାଇଛି। ପୁଣି ଜଣେ ବରିଷ୍ଠ ଓକିଲଙ୍କ ନେଇ ଏକ ତଦନ୍ତ କମିଟି ଗଢା ଯାଇଛି। ତେବେ ପୀଡିତା ଛାତ୍ରୀ ଲୋପା ଉପକୁଳପତିଙ୍କୁ ଉଡ଼ା କଥା ନୁହେଁ ବରଂ ସତ୍ୟତା ଭିଡିଓ ଦେଖି ଉପଦ୍ରବକାରୀ ଅସାମାଜିକ ଯୁବକ ଓ ଛାତ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ସଖୀ ୱାନ ଷ୍ଟପ୍ ସେଣ୍ଟରରେ ନିଜ ପରିବାର ସହ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି। ଏପରିକି ସେ ନ୍ୟାୟ ସତୀତ୍ୱ ଲାଗି ସମସ୍ତ ମେଡିକାଲ ଯାଞ୍ଚ କରିବାକୁ ରାଜି ବୋଲି ଚରମ ପତ୍ରରେ ଲେଖିଛନ୍ତି। ଏହି ଘଟଣା ଗୁରୁତର ହେଉଥିବାରୁ ବୁଦ୍ଧିଜୀବିମାନେ ତତ୍କାଳ ଏହାର ସମାଧାନ ଆପୋଷ ଆଲୋଚନା ମାଧ୍ୟମରେ ସମାପ୍ତ କରିବାକୁ ନିବେଦନ କରିଛନ୍ତି ।

କେନ୍ଦୁଝର ଜିଲ୍ଲା ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ