।। ଧନସୁଲି ଗ୍ରାମ ପଞ୍ଚାୟତ ରେ ବିକାଶ ବାହନ ରଥକୁ ସ୍ୱାଗତ ।।

Jun 19, 2025 - 21:14
 0  13
।।  ଧନସୁଲି ଗ୍ରାମ ପଞ୍ଚାୟତ ରେ ବିକାଶ ବାହନ ରଥକୁ ସ୍ୱାଗତ ।।

କଳାହାଣ୍ଡି ଜିଲ୍ଲା ଫାଷ୍ଟ ନ୍ୟୁଜ ଓଡ଼ିଶା (ବାବୁଲି ହାରିଜନ)ତା:-୧୯/୦୬/୨୦୨୫ ଜୟପାଟଣା ବ୍ଳକ ରେ ଧନସୁଲି ଗ୍ରାମପଞ୍ଚାୟତ ଅନ୍ୟତମ ବିଜେପି ସରକାର ର କେନ୍ଦ୍ର ରେ ୧୧ବର୍ଷ ଓ ରାଜ୍ଯ ରେ ୧ ବର୍ଷ ପୁରଣ ହୋଇଥିବା ବେଲେ ଏହି ସ୍ମରଣୀୟ ଦିବସ କୁ ପାଲନ ପାଇଁ ପ୍ରତି ବ୍ଲକ ସ୍ତର ରେ ପ୍ରସାସନ ପକ୍ଷରୁ ରାଜ୍ଯ ସରକାର ଙ୍କ ୧ ବର୍ଷ ର ଉପଲବ୍ଧି ଲୋକାଭିମୁଖୀ ଯୋଜନା କୁ ଗାଁ ଗାଁ ରେ ପହଞ୍ଚିବା ପାଇଁ ବିକାଶ ବାହନ ରଥର ଶୁଭାରମ୍ଭ ହୋଇସାରିଛି। ଜୟପାଟଣା ବ୍ଲକ ଧନସୁଲି ଗ୍ରାମପଞ୍ଚାୟତ ରେ ଏହି ରଥ ଗୁରୁବାର ଦିନ ପହଞ୍ଚିଚି। ଏହି ଅବସରରେ ଆଯୋଜିତ କାର୍ୟ୍ଯ କ୍ରମ ରେ ସ୍ଥାନୀୟ ସରପଞ୍ଚ କୈଲାଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ମୁଖ୍ଯ ଅତିଥି ଭାବେ, ,ଭାରତୀୟ ଜନତା ପାର୍ଟି ର ସମସ୍ତେ ମଞ୍ଚରେ ଉପସ୍ଥିତ ରହି ରାଜ୍ଯ ସରକାର ଙ୍କ ଲୋକାଭିମୁଖୀ ଯୋଜନା ଉପରେ ମଞ୍ଚାଷିନ ଅତିଥି ବ୍ରୁନ୍ଦ ମତ ପ୍ରକାଶ କରିଥିଲେ। ଏହି ଅବସରରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଅନ୍ତୋଦୟ ଗ୍ରୁହ ଯୋଜନା ରେ ଆବାସ ଘର କାର୍ୟାଦେଶ, ବର୍ଧିତ ଭତ୍ତା, ବିକଲାଂଗ ଭତ୍ତା, କିଶାନ କ୍ରେଡିଟ୍ କାର୍ଡ୍ ଇତ୍ୟାଦି ଉପସ୍ଥିତ ଅତିଥି ମାନେ ବଣ୍ଟନ କରିଥିଲେ। କାର୍ୟ୍ଯ କ୍ରମରେ ପଞ୍ଚାୟତ କର୍ମଚାରୀ ଙ୍କ ସହିତ ସମଗ୍ର ପଞ୍ଚାୟତବାସୀ ସମେତ ସ୍ଥାନୀୟ ମିଶନ ଶକ୍ତି ଅଧିନସ୍ଥ ମହିଲା କର୍ମଚାରି ଓ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଲା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

 କଳାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନ ଙ୍କ ରିପୋର୍ଟ first news Odisha

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ