।। ଧନଶୁଲି ପଞ୍ଚାୟତ ଚତାବାନ୍ଦୁଗୁଡ଼ାର ଗାଁ ଭିତର ରାସ୍ତା ଅତି ଶୋଚନୀୟ ।।

Sep 25, 2024 - 11:20
 0  12
।। ଧନଶୁଲି ପଞ୍ଚାୟତ ଚତାବାନ୍ଦୁଗୁଡ଼ାର ଗାଁ ଭିତର ରାସ୍ତା ଅତି ଶୋଚନୀୟ ।।

ଛତାବାନ୍ଦୁଗୁଡ଼ା ଏକ ଆଦିବାସୀ ପାହାଡିଆ ଗାଁ ହେଇ ଥିବାରୁ ଏହି ଗାଁକୁ ପ୍ରଶାସନ ଦୃଷ୍ଟି ଆକର୍ଷଣ କରୁ ନାହାଁନ୍ତି ଯାହା ଫଳରେ ଆଜି ଛତାବାନ୍ଦୁଗୁଡ଼ାର ଏକ ସାହିକୁ ଆଜିକୁ 50ବର୍ଷରୁ ଅଧିକ୍ ଦିନ ବିତି ଯାଇ ଥିଲେ ମଧ୍ୟ ଏକ ରାସ୍ତା ହେଇ ପାରୁ ନାହିଁ ଯାହା ଫଳରେ ଆଜି ଏହି ସାହିର ଲୋକ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ଏଣୁ ଆଜି ଏହି ଗ୍ରାମବାସୀ ପ୍ରଶାସନକୁ ଦୃଷ୍ଟିଗୋଚର କରିବା ପାଇଁ ଗୁହାରି କରୁଛନ୍ତି। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଧନସୁଳି ପଞ୍ଚାୟତ ଅନ୍ତର୍ଗତ ଛତାବାନ୍ଦୁଗୁଡା ଗ୍ରାମର ଜନସାଧାରଣଙ୍କ ନୀତି ଦିନ ଯାତାୟତ ତଥା ସ୍କୁଲ,କଲେଜ, ହସ୍ପିଟାଲ୍,ବ୍ୟାଙ୍କ୍,ପଞ୍ଚାୟତ କାର୍ଯ୍ୟ,ଚାଷ ଜମି ତଥା ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଯାତାୟତ କରିବା ପାଇଁ ମୁଖ୍ୟ ରାସ୍ତା ଅଟେ। କିନ୍ତୁ ଏହି ରାସ୍ତା ଅତି ଶୋଚନୀୟ ରହିଥିବା ଦେଖିବାକୁ ମିଲିଛି ।ଗ୍ରାମବାସୀ କହିବା ଅନୁଯାୟୀ ଏବିଷୟରେ ବାରମ୍ବାର ପଞ୍ଚାୟତ ଓ ବ୍ଲକ ପ୍ରଶାସନ କୁ ଅଭିଯୋଗ କଲେ ମଧ୍ୟ କୌଣସି ପ୍ରକାର ସୁଫଳ ମିଳୁନଥିବା ଅଭିଯୋଗ ଆଣିଛନ୍ତି,ଏହି ରାସ୍ତା ଦେଇ ସ୍କୁଲ ଛାତ୍ରଛାତ୍ରୀ ଯିବା ଆସିବା ମଧ୍ୟ କରି ଥାଆନ୍ତି, ସରକାର ଗ୍ରାମ୍ୟ ଉନ୍ନୟନ କରିବା ପାଇଁ ଅନେକ ପ୍ରକାର ବିକାଶ ମୂଳକ ଯୋଜନା କରୁଛନ୍ତି କିନ୍ତୁ ବଡ ବଡିଆ ଅଫିସର ବାବୁ ମାନେ ଆଦିବାସୀ ଅଧ୍ୟସିତ ଗାଁ ମାନଙ୍କୁ କାହିଁକି ଦୃଷ୍ଟିଗୋଚର କରୁ ନାହାଁନ୍ତି ତାହା ଏକ ବଡ ପ୍ରଶ୍ନ,ଗାଁକୁ ବିକାଶ ମାଁକୁ ସମ୍ମାନ ଏହି ପରି ଅନେକ ପ୍ରକାର ନାରା ରାଜ୍ୟ ସରକାର ଦେଉଛନ୍ତି ହେଲେ ଧନସୁଳୀ ପଞ୍ଚାୟତର ଛତାବାନ୍ଦୁଗୁଡା ଗ୍ରାମର ଏହି ସାହିର ରାସ୍ତା ଅତିଶୋଚନୀୟ ଅବସ୍ଥାରେ ରହିଛି କିନ୍ତୁ ଏହି ରାସ୍ତା ଗ୍ରାମବାସୀ ପାଇଁ ନୀତି ଦିନ ବ୍ୟବହୃତ ହେଇ ଥାଏ,ଦେଖାଯାଉ ଖବର ପ୍ରସାରଣ ପରେ ପ୍ରଶାସନ ଏହି ଗାଁ ପ୍ରତି କେବେ ଦୃଷ୍ଟିଗୋଚର କରି କିଭଳି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

କଳାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନଙ୍କ ରିପୋର୍ଟ୍ FIRST NEWS ODISHA.

What's Your Reaction?

Like Like 0
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ