।। ଦ୍ଵିତୀୟ ଶ୍ରୀକ୍ଷେତ୍ରରେ ମତ୍ସ୍ୟ ଓ କୁର୍ମ ବେଶରେ ତିନିଠାକୁର ଦୁର୍ଲଭ ବେଶ ଦେଖିବାକୁ ବ୍ୟାପକ ଜନ ଗହଳି ।।

Jul 10, 2024 - 21:39
 0  9
।। ଦ୍ଵିତୀୟ ଶ୍ରୀକ୍ଷେତ୍ରରେ ମତ୍ସ୍ୟ ଓ କୁର୍ମ ବେଶରେ  ତିନିଠାକୁର ଦୁର୍ଲଭ ବେଶ ଦେଖିବାକୁ ବ୍ୟାପକ ଜନ ଗହଳି ।।

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମଙ୍ଗଳବାର ସନ୍ଧ୍ୟାରେ ରଥଟଣା ସରିବା ପରେ ତିନି ଠାକୁର ସୁଦର୍ଶନ ମହାରାଜ ଙ୍କ ସହିତ ପହଣ୍ଡି ହୋଇ ରାତିରେ ଗୁଣ୍ଡିଚା ମନ୍ଦିର ଜନ୍ମ ବେଦିରେ ବିଜେ କରିଛନ୍ତି. ତେବେ ବୁଧବାର ଜନ୍ମ ବେଦିରେ ତିନି ଠାକୁର ପରମ୍ପରା ଅନୁଯାୟୀ ଆଜି ପ୍ରଥମ ଦିନରେ ମତ୍ସ୍ୟ ଓ କୁର୍ମ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି. ଏହି ଦେବ ଦୁର୍ଲଭ ବେଶ ଦେଖିବାକୁ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଥିଲା. ସେହିପରି ଗୁଣ୍ଡିଚା ମନ୍ଦିରରେ ପଣ୍ଡିତ ଭାଗବତ ପଣ୍ଡାଙ୍କ ତତ୍ୱାବଧାନରେ ଚାଲିଥିବା ପ୍ରବଚନ କାର୍ଯ୍ୟକ୍ରମ ପରିବେଶକୁ ଭକ୍ତିରସ ମୟ କରିଥିଲା. ସମଗ୍ର ବଡ଼ ଦାଣ୍ଡ ସହ ନିକଟବର୍ତ୍ତୀ ଅଞ୍ଚଳରେ ରଥ ଯାତ୍ରା ପାଇଁ ମୀନାବଜାର, ସର୍କସ, ଦୋଳି, ବିଭିନ୍ନ ବ୍ୟବସାୟୀ ଓ ଉଠା ଦୋକାନୀ ମାନେ ପସରା ମେଳାଇଛନ୍ତି. ତେବେ ମହାପ୍ରଭୁଙ୍କ ବେଶ ଦର୍ଶନ ଏବଂ ମେଳାରେ ବ୍ୟାପକ ଭିଡ଼ ଲାଗିଥିବା ବେଳେ, ଶାନ୍ତିଶୃଙ୍ଖଳା ରକ୍ଷା ଏବଂ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି. ।

ମୟୂରଭଞ୍ଜ ବାରିପଦା ରୁ ଗୌର ଦାସଗିରି ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ