ଦେଶିଆ ନାଟକ ମାନଙ୍କରେ ପରିବେଷିତ ହେଉଥିବା ଅଶ୍ଳୀଳ ନୃତ୍ୟ, ଅଶ୍ଳୀଳ ଗୀତ ଓ ଅଶ୍ଳୀଳ ପୋଷାକ ଉପରେ ରୋକ ଲଗେଇବା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସ୍ମାରକ ପତ୍ର ପ୍ରଦାନ
ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୦୩.୦୭.୨୦୨୫ ରିଖ: ନବରଙ୍ଗପୁର ଜିଲ୍ଲା ଏକ ଆଦିବାସୀ ଅଧୁଷିତ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲାର ୧୦ଗୋଟି ବ୍ଲକରେ ବିଭିନ୍ନ ସମୟରେ ଆଞ୍ଚଳିକ ପର୍ବ ପର୍ବାଣୀ ତଥା ଜାନି ଯାତରା ସବୁ ପାଳିତ ହୋଇଥାଏ ! ଏହି ଅବସରରେ ଜନସାଧାରଣ ମାନଙ୍କ ମନରଞ୍ଜନ ସକାଶେ ଦେଶିଆ ନାଟକ ସବୁ ପରିବେଷିତ ହୋଇଥାଏ ! ଦେଶିଆ ନାଟକ ମାନଙ୍କରେ ବିଶେଷ କରି ଆଞ୍ଚଳିକ ଚଳଣି, ପରମ୍ପରା, ଭାଷା ଓ ବେଶଭୁଷା ସବୁକୁ ଦୃଷ୍ଟିରେ ରଖି ଦେଶିଆ ନାଟଗୁରୁ ମାନେ ନାଟକ ର କାହାଣୀ, ସଂଳାପ ଓ ଗୀତ ରଚନା କରିଥାନ୍ତି ! ଯାହାକି ସମାଜକୁ ସଚେତନତା ବାର୍ତ୍ତା ଦେବା ସହ ଶିକ୍ଷା ମଧ୍ୟ ପ୍ରଦାନ କରିଥାଏ ! କିନ୍ତୁ ବିଗତ ୭/୮ବର୍ଷ ହେବ କିଛି କୋରାପୁଟିଆ ନାଟଗୁରୁ ମାନେ ଏସବୁ କୁ ଆଡେଇ ଦେଇ ନାଟକରେ ଅଶ୍ଳୀଳ ଗୀତ, ଅଶ୍ଳୀଳ ନୃତ୍ୟ, ଅଶ୍ଳୀଳ ସଂଳାପ ଓ ଅଶ୍ଳୀଳ ପୋଷାକ ପରିଧାନ ସାଙ୍ଗକୁ ସତ ସତୀଆ ଚାବୁକ ମାଡ଼, ମିଳନ ଦୃଶ୍ୟ, ଜୀବନ୍ତ ଜୀବଜନ୍ତୁଙ୍କ ପ୍ରଦର୍ଶନ ଆଦିକୁ ଗୁରୁତ୍ୱ ଦେଉଥିବାରୁ ଦିନକୁ ଦିନ ସମାଜ କଳୁଷିତ ହେବାରେ ଲାଗିଛି !ଏସବୁ ଦୃଶ୍ୟ ସପରିବାର ବସିକି ଦେଖିବା ସମ୍ଭବ ହେଉନଥିବା ବେଳେ ଯୁବକ ଯୁବତୀ ତହିଁରେ ବିଶେଷ ଭାବେ ପ୍ରଭାବିତ ହେଉଥିବା ଦେଖିବାକୁ ମିଳୁଛି !ଫଳରେ ଜିଲ୍ଲାର ବିଭିନ୍ନ ଗ୍ରାମ ଗୁଡିକରେ ଅସାମାଜିକ କାର୍ଯ୍ୟ କଳାପ ବୃଦ୍ଧି ପାଉଛି,ସମାଜରେ ବାଲ୍ୟ ବିବାହ,ଧର୍ଷଣ, ବଳାତ୍କାର ଭଳି ଅସାମାଜିକ କାର୍ଯ୍ୟ ସବୁ ବୃଦ୍ଧି ପାଉଛି ! ଏଣୁ କୋରାପୁଟିଆ ନାଟଗୁରୁ ମାନଙ୍କର ଏଭଳି କାର୍ଯ୍ୟ କଳାପ ଉପରେ ରୋକ ଲଗେଇବା ପାଇଁ ଆଜି ନବରଙ୍ଗପୁର ଜିଲ୍ଲା ଶାବର ଶ୍ରୀକ୍ଷେତ୍ର ଦେଶିଆ ନାଟଗୁରୁ ସଙ୍ଘ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ,ଜିଲ୍ଲା କଳା ସଂସ୍କୃତି ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ବ୍ଲକ କଳା ସଂସ୍କୃତି ସଙ୍ଘ ସଭାପତି ଏବଂ ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିବା ସୂଚନା ମିଳିଛି !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0