ଦୁର୍ନୀତି ଗ୍ରସ୍ତ ଜି ଆର ଏସ ଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ :ଜାଣିଶୁଣି ଘଣ୍ଟ ଘୋଡାଉଛି କି ବ୍ଲକ ପ୍ରଶାସନ

ଲାଞ୍ଜିଗଡ଼,(କୋରାପୁଟ ପ୍ରଥମ ଖବର) ଗତ କିଛି ଦିନ ତଳେ ଲାଞ୍ଜିଗଡ ବ୍ଳକ ଆଦିବାସୀ ଅଧ୍ୟୁଷିତ ଲାଖବାହିଲି ପଞ୍ଚାୟତ ଘାଟିକୁଣ୍ଡରୁ ଓ ବେନଗାଁ ପଞ୍ଚାୟତ ଲିଟିବୁଣ୍ଡେଲ ଗାଁ ରାସ୍ତା କାମ ହେବା ପୂର୍ବରୁ ଅର୍ଥ ରାଶି ଆତ୍ମସାତ କରି ଥିବା ଜି ଆର ଏସ ଓ ଗାଁ ସାଥି ଙ୍କ ନାମରେ ଅଭିଯୋଗ ହେବା ପରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା l ଏ ସମ୍ପର୍କରେ ବ୍ଲକ ପ୍ରଶାସନ ପାଖରେ ମଧ୍ୟ୍ୟ ଖବର ଅବଗତ ଥିଲେ ମଧ୍ୟ୍ୟ ଖବର ପ୍ରସାରଣର ଆଜକୁ ୪୦ ଦିନ ବିତିଯାଇଥିଲେ ମଧ୍ୟ ଏବେ ଯାଏଁ ଉକ୍ତ ଜିଆରଏସ ଓ ଗାଁ ସାଥି ଙ୍କ ବିରୋଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ କି ତଦନ୍ତ ମଧ୍ୟ୍ୟ କରା ଯାଇ ନାହିଁ l ଏତେ ବଡ ଘୋଟଲା କୁ ପ୍ରଶାସନ କାହିଁକି ତଦନ୍ତ ନ କରି ଦୁର୍ନୀତି ଗ୍ରସ୍ତ ଜିଆରଏସ ଓ ଗାଁ ସାଥି କୁ ପ୍ରୋତ୍ସାହନ ଦେଉଛି ବା ଜାଣିଶୁଣି ବ୍ଲକ ପ୍ରଶାସନ ଘଣ୍ଟ ଘୋଡ଼ାଉଛି ବୋଲି ଅଞ୍ଚଳ ବାସୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି l ତେବେ ଦୁର୍ନୀତି ଗ୍ରସ୍ତ ଜି ଆର ଏସ ଓ ଗାଁ ସାଥି ଙ୍କ ବିରୋଧରେ କେବେ ବ୍ଲକ ପ୍ରଶାସନ କାର୍ଯ୍ୟନୁଷ୍ଠାନ ନେବ ବୋଲି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l ମନରେଗା ଯୋଜନାର ଦେଖାରେଖା କରୁଥିବା ଦୁର୍ନୀତି ଗ୍ରସ୍ତ ଜି ଆର ଏସ ଓ ଗାଁ ସାଥିଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ତଦନ୍ତ କରାଯାଉନାହିଁ।ତେଣୁ ଦୁର୍ନୀତି ଗ୍ରସ୍ତ ଜିଆରଏସ ଏବଂ ଗାଁ ସାଥିଙ୍କ ବିରୋଧରେ ସଠିକ ଭାବରେ ତଦନ୍ତ ପରିସରଭୁକ୍ତକୁ ଅଣାଯାଇ ଦୁର୍ନୀତି ଗ୍ରସ୍ତ ଜିଆରଏସ ଓ ଗାଁ ସାଥୀ ଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଞ୍ଚଳରେ ଦାବି ଜୋର ଧରିଛି l
What's Your Reaction?






