ଦୁର୍ଗମ ଅଞ୍ଚଳ ଲୋକ ମାନଙ୍କ ମୈଳିକ ସୁବିଧା ରୁ ବଞ୍ଚିତ ଏମାନଙ୍କ ପାଇଁ ସରକାର ଙ୍କ ବିକାଶର ଅପହଞ୍ଚ

Sep 14, 2024 - 17:10
 0  5
ଦୁର୍ଗମ ଅଞ୍ଚଳ ଲୋକ ମାନଙ୍କ  ମୈଳିକ ସୁବିଧା ରୁ ବଞ୍ଚିତ ଏମାନଙ୍କ ପାଇଁ ସରକାର ଙ୍କ ବିକାଶର ଅପହଞ୍ଚ

ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ମୁନିଗୁଡ଼ା ବ୍ଲକ ଅଧିନସ୍ଥ ଶରଦାପୁର ଗ୍ରାମ ପଞ୍ଚାୟତ ର ପଡାଗୁଡି ଗ୍ରାମ କୁ ଯିବା ରାସ୍ତା। ଏହି ଭଳି ଦୁର୍ଗମ ଅଞ୍ଚଳ ରହିଛି ଯାହାକି ଅଞ୍ଚଳ ର ଲୋକ ବହୁତ ଅସୁବିଧା ସମ୍ମୁଖୀନ ହୋଇ ଝାଟିମାଟି କୁଡ଼ିଆ ଘରେ ପାହାଡ଼ ପାଦଦେଶରେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି। ଏହି ଦୁର୍ଗମ ଅଞ୍ଚଳ ରେ ନାଁ ଅଛି ରାସ୍ତା ଘାଟ ନାଁ ଅଛି ପାନୀୟ ଜଳ ସୁବିଧା ନାଁ ପାଇପାରୁଛନ୍ତି ଶିକ୍ଷା ର ବିକାଶ ନାଁ ଅଛି ଏମାନଙ୍କ ପାଖରେ ମୈଳିକ ସୁବିଧା ଏଠାରେ ବିକାଶ ର ନାମରେ ବାଟ ବଣା ହୋଇଯାଇଛି। ଏହି ଦୁର୍ଗମ ଅଞ୍ଚଳ ଗ୍ରାମ ମାନଙ୍କରେ ୪୦ ରୁ ଉର୍ଦ୍ଧ ପରିବାର ବସବାସ କରୁଛନ୍ତି । ହଁ ଆଜ୍ଞା ଏଇ ହେଉଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ର ଦୁର୍ଗମ ଇଲାକା ପଡାଗୁଡି ଓ ଗାନ୍ଦୁରି ଗ୍ରାମକୁ ଯିବା ରାସ୍ତା। ଏହି ଅଞ୍ଚଳ ର ଲୋକ ମାନଙ୍କୁ ଏହି ପର୍ବତ ଘାଟି ଦେଇ ଯାତାୟତ କରିବାକୁ ପଡ଼ିଥାଏ। ଯାହା କି ଏହି ଘାଟି କୁ ପାରି ହୋଇ ପଡାଗୁଡି ଓ ଗାନ୍ଦୁରି ଗ୍ରାମ କୁ ଯିବା ପାଇଁ ହେଲେ ଘାଟି ମଝିରେ ମଝିରେ ଦୁଇ ତିନିଥର ଅଟକି ଅଟକି ଯିବାକୁ ପଡିଥାଏ। ସ୍ଥାନୀୟ ଲକ୍ଷ୍ମୀପୁର RD ରାସ୍ତା ଠାରୁ ପ୍ରାୟ ୫ ରୁ ୬ କିଲୋମିଟର ପଡ଼ିଥାଏ ଏହି ଚଲା ରାସ୍ତା। ଏହି ଦୁର୍ଗ ଅଞ୍ଚଳ ପଡାଗୁଡି ଓ ଗାନ୍ଦୁରି ଗ୍ରାମ କୁ ସଂଯୋଗ କରୁଥିବା ଡଙ୍ଗର ପାହାଡ଼ ଘାଟି ଚଲା ରାସ୍ତା। ସ୍ବାଧୀନତା ର ସାତ ଦଶନ୍ଧି ବିତିଯାଇଥିଲେ ମଧ୍ୟ ଏହି ପରି ଦୁର୍ଗମ ଅଞ୍ଚଳ ରେ ପହଞ୍ଚି ପାରୁନାହିଁ ମୈଳିକ ସୁବିଧା। ଦୁର୍ଗମ ଅଞ୍ଚଳ ହେଇଥିବା ରୁ ଏହି ଗ୍ରାମ ପ୍ରତି କୌଣସି ପ୍ରଶାସନ କିମ୍ବା କୁଜି ନେତାମାନଙ୍କ ଦୃଷ୍ଟି ପଡ଼ିନଥିବା ଅଞ୍ଚଳରେ ଗ୍ରାମ ବାସୀ କହୁଥିବା ଶୁଣିବାକୁ ମିଳିଛି। କେନ୍ଦ୍ର ସରକାର ଓ ରାଜ୍ୟସରକାର ଡିଜିଟାଲ ଓଡ଼ିଶା କରିବା ପାଇଁ ବିକାଶ ନାଁ ରେ କୋଟି କୋଟି ଟଙ୍କାର ବଜେଟ୍ ମଞ୍ଜୁର ସତ। କିନ୍ତୁ ବିକାଶ ସ୍ବପ୍ନ ରେ ବିକାଶ ପରିଣତ ହୋଇ ରହି ଯାଇଛି । ଅତି ଦୁଃଖଦାୟକ ଏହି ଗ୍ରାମକୁ ଗୋଟିଏ ହେଲେ ମୋ କୁଡିଆ ପକ୍କାଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କି ଇନ୍ଦିରା ଆବାସ ଗ୍ରୃହ ପରି ପକ୍କାଘର ଟିଏ ବି ହୋଇ ନାହି ଏଯାଏ ବ୍ଲକ ପ୍ରଶାସନ ର ଅଫିସର ମାନଙ୍କ କାହାରି ଦେଖା ନାହଁ ବୋଲି ଅଭିଯୋଗ ହେଉଛି। କୋଟି କୋଟି ସରକାର ଙ୍କ ଆସୁଥିବା ଯେତିକି ଯୋଜନା କାହା ସ୍ଵାର୍ଥ ପାଇଁଁ ଆମ ରାଜ୍ଯ ସରକାର ଙ୍କର କାର୍ଯ୍ୟ ମାଳ ମାଳ କିନ୍ତୁ କାମ ରେ ଶୂନ୍ୟ ଫଳ। ଏହି ଦୁର୍ଗମ ଅଞ୍ଚଳ ପାଇଁ ସ୍ଥାନୀୟ ପ୍ରଶାସନ କିମ୍ବା ରାଜନୈତିକ ନେତା ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ କେବେ ଦୃଷ୍ଟି ଦେଇ ଦୁର୍ଗମ ଅଞ୍ଚଳ ବାସି ଙ୍କ ଦୁଃଖ ଦୂର କରିବେ ,ତାହା ଦେଖିବାକୁ ବାକି ରହିଲା।

ରାୟଗଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ