ଦୀର୍ଘ ବର୍ଷ ହେବ କର୍କଟ ପୀଡ଼ିତା ଯୁଜୁଛନ୍ତି ଚିକିତ୍ସା ଲାଗି ଏପଟେ ଅର୍ଥ ସାଜିଛି ବାଧକ

Feb 7, 2025 - 22:06
 0  117
ଦୀର୍ଘ ବର୍ଷ ହେବ କର୍କଟ ପୀଡ଼ିତା ଯୁଜୁଛନ୍ତି  ଚିକିତ୍ସା ଲାଗି ଏପଟେ ଅର୍ଥ ସାଜିଛି ବାଧକ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୦୭/୦୨/୨୦୨୫: ରିଖ ସରକାରଙ୍କ ପକ୍ଷରୁ ଗରୀବ ରୋଗୀଙ୍କ ଚିକିତ୍ସା ନିମନ୍ତେ ସହାୟତା ବ୍ୟବସ୍ଥା ଉପଲବ୍ଧ ରହିଥିଲେ ମଧ୍ୟରେ ତୃଣମୂଳ ସ୍ତରରେ ଯୋଜନା ହାତପାହାନ୍ତାରେ ନାହିଁ ! ଆଦିବାସୀ ଅଧ୍ୟୁଷିତ ନଵରଙ୍ଗପୁର ଜିଲ୍ଲାରେ ଵହୁ ଗରୀବ ପରିବାର ରୋଗୀଙ୍କ ପାଇଁ ସରକାରୀ ସହାୟତା ମିଳିବା କାଠିକର ପାଠ ହୋଇଯାଇଛି ! ଚିକିତ୍ସା ଅଭାବରୁ ଗତ ୫ ବର୍ଷ ଧରି ଯନ୍ତ୍ରଣା ରେ ଛଟପଟ ହେଉଥିବା ଏମିତି ଜଣେ ଗରୀବ ରୋଗୀଙ୍କ ଵିକଳ ଚିତ୍ର ପାପଡାହାଣ୍ଡି ବ୍ଲକ ରେ ଦେଖିବାକୁ ମିଳିଛି ! ସୂଚନାଯୋଗ୍ୟ ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଲକ ଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଚେଡେମାରୁଗୁଡା ଗ୍ରାମର ଡମୁ ମାଝୀଙ୍କ ପତ୍ନୀ ମତି ମାଝୀ ଵୟସ ( ୬୦ ) ଗତ ୫ ବର୍ଷ ତଳେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବାବେଳେ ନିଜସ୍ଵ ଖର୍ଚ୍ଚରେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସତ ହେଉଥିଲେ ! ତେଵେ ଆବଶ୍ୟକୀୟ ଅର୍ଥ ଅଭାବରୁ ଅଧୁରା ଚିକିତ୍ସା ରେ ଫେରି ଆସିଥିଲେ ! ଦିନ ମଜୁରିଆ ପରିବାର ପାଖରେ ଅର୍ଥ ନ ଥିବାରୁ ଚିକିତ୍ସା ଵଦଳରେ ଯନ୍ତ୍ରଣା ରେ ଛଟପଟ ହେଉଛନ୍ତି ! ମୁହଁରେ ମାଂସ ପିଣ୍ଡୁଳା ବଢୁଥିବାରୁ ଖାଦ୍ୟ ଖାଇବା କଷ୍ଟକର ହୋଇଯାଇଛି ! ତେଵେ ସରକାରୀ ସହାୟତା ମିଳି ପାରିଲେ ଚିକିତ୍ସା ସମ୍ଭବ ହୋଇ ପାରିବ ଵୋଲି ପରିବାର ଲୋକେ ଦୁଃଖ ପ୍ରକାଶ କରିଛନ୍ତି ! ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇଦେବା ପାଇଁ ପରିବାର ଓ ଏପଟେ ଗ୍ରାମବାସୀ ଅନୁରୋଧ କରିଛନ୍ତିି ! ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ସରକାର କଣ ପଦକ୍ଷେପ ନେଉଛନ୍ତି !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ