।। ଦଶହରାରେ ରାବଣ ପୋଡ଼ି ଦେଖିବାକୁ ୫୦ ହଜାରରୁ ଉର୍ଦ୍ଧ୍ବ ଜନ ସମାଗମ ।।

Oct 15, 2024 - 18:00
 0  10
।। ଦଶହରାରେ ରାବଣ ପୋଡ଼ି ଦେଖିବାକୁ ୫୦ ହଜାରରୁ ଉର୍ଦ୍ଧ୍ବ ଜନ ସମାଗମ ।।

ବାରିପଦା -୧୫/୧୦/୨୪:ଅସତ୍ଯ ଉପରେ ସତ୍ୟ ଓ ଅନ୍ୟାୟ ଉପରେ ନ୍ୟାୟର ବିଜୟର ପ୍ରତୀକ ଭାବରେ ରାବଣ ପୋଡ଼ି ଉତ୍ସବ ପାଳନ କରାଯାଇଥାଏ । ତେବେ ମୟୁରଭଞ୍ଜ ଜିଲ୍ଲା ସାରସକଣାରେ ରାବଣ ପୋଡି ଦେଖିବାକୁ ୫୦ ହଜାରରୁ ଉର୍ଦ୍ଧ୍ବ ଜନ ସମାଗମ ପରିଲକ୍ଷିତ । ରାବଣ ପୋଡି ଦେଖିବାକୁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଭିଡ଼ ସହ ଉତ୍ସାହ ଦେଖିବାକୁ ମିଳିଛି । ଏନେଇ ଝାରପୋଖରିଆ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ରାବଣ ପୋଡ଼ି ଉତ୍ସବ ପାଇଁ ପୂଜା ମଣ୍ଡପ କର୍ତ୍ତୃପକ୍ଷଙ୍କୁ ଅନୁମତି ଦିଆଯାଇଥିଲା । ସେଗୁଡିକ ହେଲା ସାରସକଣା, ରାଜାଲୋକା, ଯୋକାରେ ରାବଣ ପୋଡି ପାଇଁ ଅନୁମତି ଦିଆଯାଇଥିଲା।ଯେହେତୁ ଲୋକଙ୍କ ଉପସ୍ଥିତିରେ ରାବଣ ପୋଡ଼ି ବା ଆତସବାଜି କାର୍ଯକ୍ରମ ରହିବ। ତେଣୁ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ପୋଲିସ ମୃତୟନ କରାଯାଇଥିଲା । ବିଶେଷ କରି ପୋଲିସ ପକ୍ଷରୁ ରାବଣ ପୋଡ଼ି ସ୍ଥଳ ମଧ୍ୟ ଯାଞ୍ଚ କରାଯାଇଥିଲା। ରାବଣ ପୋଡ଼ି ସମୟରେ ରାବଣର ଉଚ୍ଚତା ଦେଖି ଲୋକଙ୍କ ଦେଖିବା ପାଇଁ ଠିଆ ହେବାର ସ୍ଥାନ ନିରୂପଣ କରାଯାଇଥିଲା। ରାବଣ ପୋଡ଼ି ଠାରୁ ୧୦୦ରୁ ୨୦୦ମିଟର ଦୁରରେ ଲୋକେ ଠିଆ ହେବାର ବ୍ୟବସ୍ଥା କରାଯାଇଥିଲା। ଏଥିସହ ଅଗ୍ନିଶମ ବାହିନୀର ଗୋଟିଏ ଟିମ୍ ମଧ୍ୟ ଉପସ୍ଥାତ ରହି ଆଲର୍ଟ ରହିଥିଲେ। ଯେଉଁମାନେ କି ଫାୟାର ଗାଡି ସହ ବିଭିନ୍ନ ନିଆଁଲିଭା ସରଞ୍ଜାମ ଧରି ଉପସ୍ଥିତ ରହିଥିଲେ। ଏଥିସହ ଏକ ମେଡିକାଲ ଟିମ୍ ମଧ୍ୟ ନିୟୋଜିତ ରହିଥିଲେ ଅର୍ଥାତ୍ ଏକ ଆମ୍ବୁଲାନ୍ସ ସହ ଯେପରି ନିଆଁରେ କୌଣସି ଅପ୍ରୀତିକର ପରିସ୍ଥିତି ଉତ୍ପନ୍ନ ନ ହୁଏ ସେନେଇ ପ୍ରସ୍ତତ ରହିଥିଲେ। ପୂଜା ମଣ୍ଡପରେ ସ୍ବେଚ୍ଛାସେବୀଙ୍କ ସହ ପୋଲିସ ମଧ୍ୟ ମୁତୟନ ରହିଥିଲେ। ରାବଣ ପୋଡ଼ି ସମୟରେ ଯେପରି ରାସ୍ତାରେ ଯିବା ଆସିବାରେ ସମସ୍ୟା ନହୁଏ ସେଥିପ୍ରତି ଧ୍ୟାନ ଦିଆଯାଇଥିଲା। ରାବଣପୋଡ଼ି ବେଶ୍ ଧୁମଧାମରେ ପାଳିତ ହୋଇଛି, ଆତସବାଜି ପ୍ରଦର୍ଶନ ସହ ରାବଣ ପୋଡି ନେଇ ବେସ ଉତ୍ସାହ ଦେଖିବାକୁ ମିଳିଥିଲା।ଏଥି ସହ ରାବଣ ପୋଡି ସମୟରେ ରାବଣ ଦହନ ଦେଖିବା ପାଇଁ ପାଖାପାଖି ୫୦ ହଜାର ରୁ ଉର୍ଦ୍ଧ ଲୋକ ଏକତ୍ରିତ ସୋଇଥିଲେ।ଏନେଇ ପୁଜା କମିଟି ପକ୍ଷରୁ ୪୫ଫୁଟ ଉଚତାର ରାବଣ ମୂର୍ତ୍ତି ତିଆରି କରାଯାଇ ଥିଲା । ସାରସକଣା ହାଟପଡ଼ିଆରେ ଧୁମଧାମରେ ପାଳିତ ହୋଇଯାଇଛି ରାବଣ ପୋଡି‌ ।

ବାରିପଦାରୁ -ଗୌର ଦାସଗିରି,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ