ଦଶହରା ଦେଖି ଫେରିବାବେଳେ ଅଘଟଣ 2 ବାଇକ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ 4 ମୃତ 3 ଗୁରୁତର

Oct 27, 2023 - 19:04
 0  19
ଦଶହରା ଦେଖି ଫେରିବାବେଳେ ଅଘଟଣ 2 ବାଇକ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ 4 ମୃତ 3 ଗୁରୁତର

ନୂଆପଡା : ନୂଆପଡା ଜ଼ିଲ୍ଲା ଅନ୍ତର୍ଗତ ବୋଡେ଼ନ ଥାନା ଝିନିଖୋଲ ଛକ ନିକଟରେ ଏକ ବଡ ଧରଣର ସଡକ ଦୁର୍ଘଟଣା ହୋଇଛି l ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣା ସ୍ଥଳରେ 3 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କର ଗୁରୁତର ଅବସ୍ଥାରେ ନୂଆପଡା ଏବଂ ବୋଡେ଼ନ ସ୍ଵାସ୍ଥକେନ୍ଦ୍ରରେ ଭର୍ତି କରାଯାଇଛି l ମୃତ୍ୟୁ 4 ଜଣ ହେଲେ ରୋହିତ ମାଝି, ପିଙ୍କୁ ମାଝୀ, ହେମାନନ୍ଦ ମାଝୀ, ଏବଂ ଶ୍ରୀକାନ୍ତ ମାଝୀ l ଗୁରୁତରମାନେ ହେଲେ କୃଷ୍ଣ ଚନ୍ଦ୍ର ମାଝୀ, ହେମସାଗର ମାଝୀ ମୋହନ ମାଝୀ l ଘଟଣା ସ୍ଥଳରେ ବୋଡେ଼ନ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଅଧିକ ତଦନ୍ତ ଚଳାଇଛନ୍ତି l ସମସ୍ତେ ଦଶହରାରେ ରାବଣ ଦହନ ଦେଖି ଘରକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି l ସମସ୍ତଙ୍କୁ ସଚେତନା ଓ ସତର୍କ କରାଯିବା ପରେ ମଧ୍ୟ ସଡକ ଦୁର୍ଘଟଣା ବଡି ବଡ଼ି ଚାଲିଛି l ଅଧିକାଂଶ ସଡକ ଦୁର୍ଘଟଣା ମଦ୍ୟପାନ ଓ ଦ୍ରୁତ ଗତିରେ ଗାଡି ଚାଳନା ପାଇଁ ଘଟୁଛି l ଦ୍ରୁତ ଗତି ସବୁବେଳେ ବିପଦ ଆଣିଥାଏ l ଏଦିଗରେ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ