।। ଦରମା ନ ମିଳିବାରୁ କାର୍ଯ୍ୟବନ୍ଦ ଆନ୍ଦୋଳନଜିଲ୍ଲାପାଳ କୁ ଦେଲେ ଦାବିପତ୍ର ।।

Sep 26, 2024 - 20:01
 0  400
।। ଦରମା ନ ମିଳିବାରୁ କାର୍ଯ୍ୟବନ୍ଦ ଆନ୍ଦୋଳନଜିଲ୍ଲାପାଳ କୁ ଦେଲେ ଦାବିପତ୍ର ।।

କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକର ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ସିଆରପି,ଏମ୍‌ବିକେ, ବ୍ୟାଙ୍କମିତ୍ର, ପ୍ରାଣୀମିତ୍ର, କୃଷିମିତ୍ର ଓ ଏଲ୍‌ଏସ୍‌ପିଙ୍କୁ ଗତ ୬ ମାସ ହେଲା ଦରମା ମିଳିଥିବା ନ ଅଭିଯୋଗ ସାମ୍ନାକୁ ଆସିଛି। ଯାହାକୁ ନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏ ନେଇ ସେମାନେ ଉପରୋକ୍ତ ଅଧିକାରୀଙ୍କୁ ଏ ସମ୍ପର୍କରେ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଶେଷରେ ସେମାନେ ବୁଧବାରଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଏ ସମ୍ପର୍କରେ ଭବାନୀପାଟଣା ଜିଲ୍ଲାପାଳକୁ ଆଜି ହଜାର ହଜାର ସଂଖ୍ୟା ରେ ମହିଳା କର୍ମୀ ମାନେ ଜିଲ୍ଲାପାଳ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଗତ ୬ ମାସ ହେଲା ସେମାନେ କାର୍ଯ୍ୟ କରି ମଧ୍ୟ ଦରମା ପାଉ ନ ଥିବାରୁ ସେମାନଙ୍କ ପରିବାର ଚଳିବା କଷ୍ଟକର ହୋଇପଡ଼ିଛି। ଏହାର ସମାଧାନ କରା ନ ଗଲେ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ମିଳିଛି।

 ଭବାନୀ ପାଟଣା ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ୍ ଫାଷ୍ଟ news ଓଡ଼ିଶା

What's Your Reaction?

Like Like 1
Dislike Dislike 1
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ