।। ଥୁଆମୁଳ ରାମପୁର ବ୍ଲକ କଂଗ୍ରେସ ପକ୍ଷରୁ ବ୍ଳକ କାର୍ଯ୍ଯାଳୟ ଘେରାଓ ।।

Jun 19, 2024 - 18:29
 0  46
।। ଥୁଆମୁଳ ରାମପୁର ବ୍ଲକ କଂଗ୍ରେସ ପକ୍ଷରୁ ବ୍ଳକ କାର୍ଯ୍ଯାଳୟ ଘେରାଓ ।।

ବିଗତ ଦିନରେ ଦାବୀ କରାଯାଇଥିବା ଅଞ୍ଚଳର ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ଏବଂ ଅମଳାତନ୍ତ୍ରର ମନମୁଖୀ କାର୍ଯ୍ଯକଳାପ ବିରୁଦ୍ଧରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ ର ଆହ୍ବାନ କ୍ରମେ ଥୁଆମୁଳ ରାମପୁର ବ୍ଳକ କଂଗ୍ରେସର ପୂର୍ବତନ ଜିଲ୍ଲାପରିଷଦ ସଭ୍ଯ ଶ୍ରୀ ମୂରଲୀଧର ନାଏକଙ୍କ ନେତ୍ରୃତ୍ବରେ ମହା ମହୀମ ରାଜ୍ଯପାଳ ଓଡିଶା ଭୁବନେଶ୍ୱର ଙ୍କ ଉଦ୍ଦେଶ୍ୟରେ ଥୁଆମୁଳ ରାମପୁର ବିଡିଓ ଧ୍ରୃବଚରଣ ମୁଦୁଲି ଙ୍କ ଜରିଆରେ ବ୍ଳକରେ ଜନସାଧାରଣ ଭୋଗୁଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବ୍ଳକ ଘରାଓ ଓ ଦାବି ପତ୍ର ପ୍ରଦାନ କରାଯାଇଥିଲା। ମାଁ ମାଣିକେଶ୍ବରୀ ଙ୍କ ମନ୍ଦିର ପ୍ରାଙ୍ଗଣରରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଳକ କାର୍ଯ୍ଯାଳୟ ପର୍ଯ୍ୟନ୍ତ ଯାଇ ସେଠାରେ ଏକ ଶୋଭା କାର୍ଯ୍ଯକ୍ରମ ଆୟୋଜନ କରାଯାଇଥିଲା, ଏହି କାର୍ଯ୍ୟକ୍ରମରେ ରାଧାକୃଷ୍ଣ ଧଙ୍ଗଡା ମାଝୀ ମଞ୍ଚ ପରିଚାଳନା କରିଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ଅଶୋକ ସିଂହ, ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଘଠନ ସଂଯୋଜକ ପରମେଶ୍ବର ନାଏକ, ୨ ନମ୍ବର ଜୋନ କଂଗ୍ରେସ ସଭାପତି ନିଧନ ନାଏକ୍, ଛାତ୍ର କଂଗ୍ରେସ ସଭାପତି ଅଜିତ କୁମାର ନାଏକ୍, ଧର୍ମେନ୍ଦ୍ର ନାଏକ, ରାମଧାନୀ ନାଏକ, ପ୍ରଧାନୀ ନାଏକ, ଡୁମେରପଦର ପଞ୍ଚାୟତ କଂଗ୍ରେସ ସଭାପତି ସୁଦର ନାଏକ, ମାୟାଧର ନାଏକ, ଧନପତୀ ନାଏକ ପ୍ରମୁଖ ମଞ୍ଚସିନ ରହିଥିଲେ। ମହା ମହିମ ରାଜ୍ଯପାଳଙ୍କ ଉଦ୍ଦେଶ୍ୟ ରେ ବିଡିଓ ଙ୍କ ଜରିଆରେ ଦିଆଯାଇଥିବା ଦାବିପତ୍ରରେ ଉହ୍ଲେଖ ରହିଥିବା ବିଷୟ ଗୁଡିକ ହେଲା ୧ - ଥୁଆମୁଳ ରାମପୁର ଏକ ଆଦିବାସୀ ଅଧ୍ୟୁଷିତ ବ୍ଳକ ଏଠାରେ ଯୁକ୍ତ ୨ ପାସ କରିଥିବା ଛାତ୍ରଛାତ୍ରୀ ରହିଛନ୍ତି ସେମାନଙ୍କ ପାଇଁ ଯୁକ୍ତ ୩ ଏକ ମଡେଲ ଡିଗ୍ରୀ କଲେଜ ସ୍ଥାପନ କରାଯାଉ, ୨ - ଥୁଆମୁଳ ରାମପୁରରେ ପର୍ଯ୍ୟଟନ କୁ ଗୁରୁତ୍ୱ ଦେଇ ଏଠାକାର ଜନସାଧାରଣ ଙ୍କ ଆର୍ଥିକ ବିକାଶ ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯାଉ, ୩ - ବ୍ଳକର ସମସ୍ତ ଗାଁକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ଯବସ୍ଥା କରାଯାଉ। ୪ - ଥୁଆମୁଳ ରାମପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ଅଭାବ ରହିଅଛି ତାକୁ ପୁରଣ କରାଯାଉ, ୫ - ଦୁର୍ଗମ ଅଞ୍ଚଳରେ ରାସ୍ତାଘାଟର ଅଭାବ ରହିଅଛି ତାହାର ସୁବ୍ଯବସ୍ଥା କରାଯାଉ, ୬ - ଥୁଆମୁଳ ରାମପୁର ବ୍ଳକ ଅଞ୍ଚଳରେ ହେବାକୁ ଥିବା ଇନ୍ଦିରା ଗାନ୍ଧୀ ଆଦିବାସୀ ବିଦ୍ୟାଳୟର ଏକ ଶାଖା ଥୁଆମୁଳ ରାମପୁର ଅଞ୍ଚଳର ସ୍ବାର୍ଥ ପାଇଁ ପଦକ୍ଷେପ ନିଆଯାଉ, ୭ - ସମ୍ମନିତ ଆଦିବାସୀ ଉନ୍ନୟନ ସଂସ୍ଥା ଥୁଆମୁଳ ରାମପୁର କାର୍ଯ୍ଯାଳୟ ଭବାନୀପାଟଣା ଠାରୁ ଥୁଆମୁଳ ରାମପୁର ବ୍ଳକକୁ ସ୍ଥାନାନ୍ତର କରାଯାଉ ବୃଦ୍ଧ ବୁଦ୍ଧା ବିଧବା, ଦିବ୍ଯାଙ୍ଗ ବକେୟା ଭର୍ତ୍ତା ତରନ୍ତ ପ୍ରଦାନ କରାଯାଉ ବୋଲି ଦାବି ପତ୍ରରେ ଦର୍ଶାଇଥିବା ଜଣାପଡିଛି। ତେବେ ଏହି ବ୍ଳକ ଘେରାଓ କାର୍ଯ୍ଯକ୍ରମ ରେ ଅଞ୍ଚଳର ପାଞ୍ଚ ଶହରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଅଂଶଗ୍ରହଣ କରିଥିଲେ।

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ