ତେନ୍ତୁଳିଖୁଣ୍ଟି ବ୍ଲକ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Apr 15, 2025 - 17:52
 0  81
ତେନ୍ତୁଳିଖୁଣ୍ଟି ବ୍ଲକ ଠାରେ  ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୧୫.୦୪.୨୦୨୫ ରିଖ: ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡାଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ! ଏହି ଶିବିରରେ ଉପ ଜିଲ୍ଲାପାଳ ନବରଙ୍ଗପୁର ପ୍ରକାଶ କୁମାର ମିଶ୍ର, ବ୍ଲକ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଷୋୟୀ ,ବି ଡି ଓ ମନୋଜ କୁମାର ପାଣିଗ୍ରାହୀଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ! ଏହି ଜନ ଶୁଣାଣି ଶିବିରରେ ମୋଟ ୪୫ ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ ! ସେଥିମଧ୍ୟରୁ ୩୭ ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୮ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା ! ୪ ଟି ଅଭିଯୋଗର ସମାଧାନ ତତକ୍ଷଣାତ କରାଯାଇଥିଲା !ଚିହ୍ନଟ ୪ ଜଣ ଦିବ୍ୟାଙ୍ଗ ଙ୍କୁ ହୁଈଲ ଚେୟାର ଓ ୧ ଜଣ ଶ୍ରବଣବାଧିତଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲା !ଅଭିଯୋଗ ଶୁଣାଣୀ ପରେ ଜିଲ୍ଲାପାଳ ତେନ୍ତୁଳିଖୁଣ୍ଟି ବ୍ଲକ ର ସପଲା ଗ୍ରାମର ସରକାରୀ ସହାୟତା ଓ ସବସିଡି ପ୍ରାପ୍ତ ଜଣେ କୁକୁଡା ଚାଷୀଙ୍କ ୨୦୦୦ କ୍ଷମତା ବିଶିଷ୍ଟ ବଏଲର୍ ଫାର୍ମକୁ ପରିଦର୍ଶନ କରିଥିଲେ !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ