ତେନ୍ତୁଳିଖୁଣ୍ଟି ପୋଲିସ ବିଭାଗ ଦ୍ଵାରା ସଡ଼କ ସୁରକ୍ଷା ର ସଚେତନ ବାର୍ତ୍ତା

Jan 5, 2025 - 09:58
 0  57
ତେନ୍ତୁଳିଖୁଣ୍ଟି ପୋଲିସ ବିଭାଗ  ଦ୍ଵାରା ସଡ଼କ ସୁରକ୍ଷା ର ସଚେତନ ବାର୍ତ୍ତା

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୦୫/୦୧/୨୦୨୫ ରିଖ: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ତେନ୍ତୁଳୀଖୁଣ୍ଟି ପୋଲିସ ବିଭାଗ ଦ୍ୱାରା ବିଭିନ୍ନ ଫ୍ଲାଗ ବୋର୍ଡ ଉପାୟରେ ସମସ୍ତ ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ସଚେତନ ବାର୍ତ୍ତା ଜଣାଇଥିବାର ଦେଖିବାକୁ ମିଳିଛି ! ଜନ ସାଧାରଣଙ୍କ,ଅସାବଧାନତା, ମଦ୍ୟ ପାନ ତଥା ସଡ଼କ ସୁରକ୍ଷା ନିୟମକୁ ନ ମାନି ଗାଡି ଚଳାଇବା ହେତୁ ଅନେକଗୁଡିଏ ଦୁର୍ଘଟଣାର ଶୀକାର ହେଉଥିବା ହେତୁ ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ଶ୍ରୀ ଗୋପାଳକୃଷ୍ଣ ଆଗୁ ପାତ୍ରଙ୍କ ସହିତ ଏ,ଏସ,ଆଇ, ବନିତା ଟିର୍କି, ଏ,ଏସ,ଆଇ, ଭାରତ ମାଝୀ ଙ୍କ ସହ କାର୍ଯ୍ୟରତ ଥିବା ପୋଲିସ କର୍ମଚାରୀ ହମ୍ ଗାର୍ଡଙ୍କ ସମେତ ମିଳିତ ଭାବେ ସମସ୍ତ ଜନସାଧାରଣଙ୍କୁ ସଚେତନ ବାର୍ତ୍ତା କରିବା ଉଦ୍ଦେଶ୍ୟରେ ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳରେ ସମସ୍ତେ ହାତରେ ସଚେତନତାର ବାର୍ତ୍ତା ଫ୍ଲାଗ ବୋର୍ଡ ଧରି ଅନେକ ସ୍ଥାନରେ ବୁଲି ବୁଲି ଲୋକଙ୍କୁ ସଚେତନ ବାର୍ତ୍ତା ଦେବାର ଦେଖି ବାର ମିଳଛି ଓ ଅନେକ ଯାନ ବାହନ ଚାଳକଙ୍କୁ ବ୍ୟକ୍ତିଗତ ଭାବେ ରଖି ପରାମର୍ଶ ଦେବାର ଦେଖିଵା କୁ ମିଳିଥିଲା ! ସୁରକ୍ଷା କର୍ମୀଙ୍କ ଏଭଳି ଅଭିନବ ଉପାୟରେ ସମସ୍ତଲୋକଙ୍କୁ ସଚେତନ କରୁଥିବା ରୁ ବୁଦ୍ଧି ଜିବୀ ମହଲରେ ଏହା ଏକ ଚର୍ଚ୍ଚା ର ବିଷୟ ହୋଇ ଥିବାବେଳେ ସାଧାରଣ ଜନତାଙ୍କ ମୁହଁରୁ ପ୍ରଶଂସାର ସ୍ଵର ଛୁଟି ବାର ଦେଖିବାକୁ ମିଳୁଛି !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ