ତୀର୍ଥ ଯାତ୍ରାରେ ନୂଆପଡାର ବରିଷ୍ଠ ନାଗରିକ

Feb 18, 2025 - 19:55
 0  24
ତୀର୍ଥ ଯାତ୍ରାରେ ନୂଆପଡାର ବରିଷ୍ଠ ନାଗରିକ

ନୂଆପଡା : ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ନୂଆପଡା ଜିଲ୍ଳାରୁ 72 ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ବାହାରିଛନ୍ତି l ସେମାନେ ଆସାମର କାମାକ୍ଷା ଦେବୀ ମନ୍ଦିର ଓ କୋଲକାତାର ଦକ୍ଷିଣ କାଳୀ ମନ୍ଦିର ତଥା ଅନ୍ୟ ଦର୍ଶନୀୟ ସ୍ଥାନ ଏକ ସପ୍ତାହ ଧରି ଭ୍ରମଣ କରିବାର ଯୋଜନା ରହିଛି । ଏହି ତୀର୍ଥ ଯାତ୍ରୀ ମାନଙ୍କ ବସ୍ କୁ ଗତକାଲି ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ ସବୁଜ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ l ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ମହାର, ନୂଆପଡା ବିଜ୍ଞାପିତ ପରିଷଦ ନିର୍ବାହୀ ଅଧିକାରୀ କୁରୁକ୍ଷେତ୍ର ନାଏକ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ବିଜୟ କୁମାର ଛତ୍ରିଆ, ରାଜସ୍ୱ ବିଭାଗର ବରିଷ୍ଠ ସହାୟକ ବିଭୁଦତ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l ଯାତ୍ରୀ ସହାୟତା ପାଇଁ ରାଜସ୍ୱ ସହାୟକ ଓମ୍ ପ୍ରକାଶ ମାଝୀ ଏବଂ ପ୍ରସନ୍ନ ମେହେର ଏମାନଙ୍କ ସହିତ ଯାତ୍ରା କରିଛନ୍ତି l ଆଜି ସମସ୍ତ ଯାତ୍ରୀ ରାୟଗଡ଼ା ରେଳ ଷ୍ଟେସନ୍ ରୁ ଏକ ସ୍ୱତନ୍ତ୍ର ରେଳ ଯୋଗେ କଲିକତା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି l ଜିଲ୍ଲାପାଳ ମଧୁସୂଦନ ଦାଶ ଏଇ ସମସ୍ତ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ମାନଙ୍କ ପାଇଁ ଏକ ନିରାପଦ ଏବଂ ସୁଖମୟ ଯାତ୍ରାର କାମନା କରିଛନ୍ତି l

ନୂଆପଡ଼ାରୁ ବିଶ୍ୱନାଥ ସlମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ