।। ତାରିଣୀ ପବ୍ଲିକ ସ୍କୁଲରେ କ୍ଷିତିଜ୍ୟୋତିଃ ଆଶ୍ରମ ତରଫରୁ ଗୀତା ବଣ୍ଟନ ।।

Aug 28, 2024 - 17:23
 0  55
।। ତାରିଣୀ ପବ୍ଲିକ ସ୍କୁଲରେ କ୍ଷିତିଜ୍ୟୋତିଃ ଆଶ୍ରମ ତରଫରୁ ଗୀତା ବଣ୍ଟନ ।।

ବୁଧବାର ଘଟଗାଁ ତାରିଣୀ ପବ୍ଲିକ ସ୍କୁଲ ପରିସରରେ ଜଗନ୍ନାଥ ସାହାଙ୍କ ଅଧ୍ୟକ୍ଷତାରେ ଏକ ଆଧ୍ୟାତ୍ମିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି !ଏଥିରେ ମୁଖ୍ୟ ଅତିଥି ଭାବରେ ତରା ଗ୍ରାମ ପଂଚାୟତ ସରପଞ୍ଚ ଶ୍ରୀମତୀ ଚୂଡ଼ାମଣି ହେମ୍ବ୍ରମ ଓ ବିଶ୍ୱ ହିନ୍ଦୁ ପରିଷଦ ଘଟଗାଁ ବ୍ଲକ ସଭାପତି ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ବିଶ୍ୱ ଭ୍ରାତୃତ୍ୱ ଦିବ୍ୟାତ୍ମା ପରିଷଦ କ୍ଷତିନ୍ୟୋତିଃ ଆଶ୍ରମ ଘଟଗାଁ କେନ୍ଦ୍ର ପରିଚାଳକ ଅର୍ଜୁନ ଚରଣ ମହାନ୍ତ, କେନ୍ଦ୍ର ସଂଗଠକ ଚରମାନଦ ଦାସ ପ୍ରତାପ ଓ ସମାଜସେବୀ ରାମ ଚନ୍ଦ୍ର ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଶିଶୁ ଉପଯୋଗୀ ହିତାପଦେଶ ମାନ ଉପସ୍ଥାପନ କରିଥିଲେ ! ଏହାପରେ କ୍ଷିତିଜ୍ୟୋତିଃ ଆଶ୍ରମ ଘଟଗାଁ ଶାଖା ତରଫରୁ ସର୍ବଶାସ୍ତ୍ର ଶିରୋମଣି ଶ୍ରୀମଦ ଭାଗବତ ଗୀତା ପୁସ୍ତକ ଛାତ୍ର ଛାତ୍ରୀ ତଥା ଗୁରୁଜୀ, ଗୁରୁମା ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲ ! କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ତାରିଣୀ ପବ୍ଲିକ ସ୍କୁଲର ସହ ସମ୍ପାଦକ ଗୁରୁ ସଞ୍ଜୟ କୁମାର ଦାସ !କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଗୁରୁଜୀ ମଧୁସୂଦନ ସାହୁ, ଜୟନ୍ତୀ ସୂତାର, ରାଜ ନନ୍ଦିନୀ ନାଏକ, ଶ୍ରୁତି ପ୍ରିୟଦର୍ଶିନୀ ସେଠି, ସୁନିତା ଦାସ, ସ୍ଵାଗତିକା ବଳ, ଶୁଭସ୍ମିତା ନାଏକ ପ୍ରବୀଣ ନାରାୟଣ ନନ୍ଦ ।

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ