।। ତସିଲଦାରଙ୍କ ମନମୁଖୀ କାର୍ଯ୍ୟ ପାଇଁ ସାଧାରଣ ଜନତା ହଇରାଣ ।।

Jun 22, 2024 - 21:29
 0  79
।। ତସିଲଦାରଙ୍କ ମନମୁଖୀ କାର୍ଯ୍ୟ ପାଇଁ ସାଧାରଣ ଜନତା ହଇରାଣ ।।

କଳାହାଣ୍ଡି ଜିଲ୍ଲାର କେସିଙ୍ଗା ତହସିଲ ଅଫିସ ଠାରେ ବେଆଇନ ଭାବରେ ଜମି ବାଡ଼ି ହେରଫେର |ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେଉଁଠି ତହସିଲ ଅଫିସ ଅଛି ଅର୍ଥାତ କେସିଙ୍ଗା ତହସିଲ ଅଧିନସ୍ଥ କେସିଙ୍ଗା ମୌଜାର କେସିଙ୍ଗା ଗୌନ୍ତିଆ ପଡା ଠାରେ ବସବାସ କରିଆସୁଥିବା ରାଜକୁମର ସାହାଙ୍କର ତିନି ପୁଅ ଏବଂ ଗୋଟିଏ ଝିଅ ତନ୍ମଧ୍ୟରୁ ରାଜକୁମର ସାହା ତାଙ୍କର ତିନି ପୁଅ ଭୁବନେଶ୍ୱର ସାହା, ରାଧାଚରଣ ସାହା ଓ ପଦ୍ମଚରଣ ସାହାଙ୍କ ନାମରେ ସମୁଦାୟ 22ଏକର 66ଡିସମିଳ ରେଜିଷ୍ଟ୍ରେସନ କରିଦେଇଥିଲେ ଅର୍ଥାତ ତିନିଭାଇଙ୍କ ନାଁରେ ଇଜମାଳୀ ଭୁସମ୍ପତି 22ଏକର 66 ଡିସମିଳ ଜମି ଅଛି ସେଥିମଧ୍ୟରୁ ଘର ଡିହ 29 ଡିସମିଳ ରହିଥିଲା,ଏହି 29 ଡିସମିଳରୁ 2022 /2023ରେ କେସିଙ୍ଗା ତହସିଲ ଅଫିସରେ କାର୍ଯ୍ୟରତ ତହସିଲଦାର ଯୁଗେଶ୍ୱର ସାହୁ ମହୋଦୟ ଭୁବନେଶ୍ୱର ସାହାଙ୍କ ବଡ଼ ପୁଅ ଡ଼ଃ. ହେମସାଗର ସାହାଙ୍କ ନାଁରେ, ରାଧା ଚରଣ ସାହା ଏବଂ ପଦ୍ମ ଚରଣ ସାହାଙ୍କ ଅଜାଣତରେ ଖାତା ନଂ -66ରୁ ଦୁଇଟି ପ୍ଲଟ 294 ଓ 295 ରୁ 11ଡିସମିଳର ପଟ୍ଟା ପ୍ରଦାନ କରିଛନ୍ତି ଏହା କେତେଦୂର ଠିକ? ତହସିଲଦାର ମହୋଦୟ ଟଙ୍କା ପ୍ରଲୋଭନରେ ଆସି ବିନା ଲିଗାଲହିଆରରେ ପଟ୍ଟା ପ୍ରଦାନ କରିବା କେତେଦୂର ଠିକ? ଧନୀ ଶ୍ରେଣୀର ଲୋକ ମାନଙ୍କ ଠାରୁ ଟଙ୍କା ପଇସା ନେଇ ଗରିବ ମାନଙ୍କୁ ଏଭଳି ହଇରାଣ କରୁଛନ୍ତି ବୋଲି ସାଧାରଣ ଜନତାଙ୍କ ମଧ୍ୟରେ ଆଲୋଚନା ହେଉଅଛି | ଏହି ପ୍ରକାର ଘଟଣା କେସିଙ୍ଗା ତହସିଲ ଅଫିସରେ ଆଗରୁ ଅନେକ ଘଟିଯାଇଛି | କେସିଙ୍ଗା ତହସିଲ ଅଫିସରେ ଏଟା ନୂଆଁ କଥା ନୁହଁ ଏଭଳି ଜମିବାଡ଼ି ହେରଫେର ଆଗରୁ ଚାଲି ଆସିଛି ଏଭଳି ଏକ ଘଟଣାକୁ ନେଇ ଆଗରୁ ମଧ୍ୟ ନିର୍ମଳ ଟିଭିରେ ପ୍ରସାର କରଯାଇଥିଲା ଏବଂ କେସିଙ୍ଗାର ଭୁତପୂର୍ବ ତହସିଲଦାର ପ୍ରଦାନ କରିଥିବା ପଟ୍ଟାକୁ ଖାରଜ କରି ପଟ୍ଟାଦାରଙ୍କୁ ଜମି ଫେରସ୍ତ କରିଥିଲେ |କେସିଙ୍ଗା ତହସିଲ ଅଫିସର ଯୋଗେଶ୍ୱର ସାହୁ ତହସିଲଦାର ମହାଶୟ,ଏହି 11ଡିସମିଳ ଜମିକୁ ଠିକ ସେହିପରି ପଟ୍ଟାଦାରଙ୍କ ବିନା ଅବଗତିରେ ଡ଼ଃ. ହେମସାଗର ସାହାଙ୍କୁ ପଟ୍ଟା ପ୍ରଦାନ କରିଥିବା ବିଷୟକୁ ନେଇ ଆଜି ଅର୍ଥାତ 2024 ଜୁନ 19ତାରିଖ ଦିନ ପଟ୍ଟାଦାର ପଦ୍ମଚରଣ ସାହାଙ୍କ ସମେତ 12ରୁ 15 ଜଣ ସାମ୍ବାଦିକ କେସିଙ୍ଗା ତହସିଲ ଅଫିସକୁ ଯାଇ ତହସିଲଦାର ପ୍ରଶାନ୍ତି ପଧାନଙ୍କୁ ଦେଖାକରି ଏହି ବିଷୟରେ ଆଲୋଚନା କରାଯାଇଥିଲା |ଏହି ସମସ୍ୟାର ସମାଧାନ ବହୁତ ଶୀଘ୍ର କରାଯିବ ବୋଲି କେସିଙ୍ଗା ତହସିଲଦାର ପ୍ରଶାନ୍ତି ପଧାନ ମହାଶୟା ମତାମତ ରଖି ଥିବା ଜଣାପଡିଛି l

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ