ଠିକାଦାର ପୋଷା ନୀତିରେ ଚାଲିଛି ପୋଡାପଦର ପଞ୍ଚାୟତ କାର୍ଯ୍ୟାଳୟ ସହ ଆଉ ୭ଟି କୋଠା ବି ଅଧପନ୍ତରିଆ

Jun 3, 2025 - 19:47
 0  7
ଠିକାଦାର ପୋଷା ନୀତିରେ ଚାଲିଛି ପୋଡାପଦର ପଞ୍ଚାୟତ କାର୍ଯ୍ୟାଳୟ ସହ   ଆଉ ୭ଟି କୋଠା ବି ଅଧପନ୍ତରିଆ

କଳାହାଣ୍ଡି ଜିଲ୍ଲା ଦୁର୍ଗମ ଥୁଆମୂଳ ରାମପୁର ବ୍ଲକର ପୋଡା ପଦର ପଞ୍ଚାୟତକୁ ଦୁର୍ଗମ ଅଞ୍ଚଳ ବୋଲି ଅଣଦେଖା କରାଯାଉଛି । ପାହାଡ଼ ଉପରେ ରହି ଆଜିବି ଅବହେଳିତ ଅଵସ୍ଥାରେ ଜୀଵନ ଜାଵନ କରୁଛନ୍ତି । ସରକାରଙ୍କ ମୌଳିକ ସୁବିଧା ଏମାନଙ୍କ ପାଇଁ ଅପହଞ୍ଚ ହୋଇପଡୁଛି । ସାମାନ୍ୟ ପଞ୍ଚାୟତ ଗୃହ ଟିଏ ନିର୍ମାଣ ହେବାକୁ ବର୍ଷ ବର୍ଷ ବିତି ଯାଉଛି । ଠିକାଦାର ପୋଷା ନୀତିରେ ଚାଲିଛି ପୋଡା ପଦର ପଞ୍ଚାୟତର ବିକାଶ । ପୋଡାପଦର ଅଞ୍ଚଳ ଆଗରୁ ତାଳନଗି ପଞ୍ଚାୟତ ଅଧୀନରେଥିଲା । ଗତ ୨୦୧୭ ମସିହାରେ ୧୮ ଟି ଗାଁ କୁ ନେଇ ପୋଡାପଦରକୁ ନୂତନ ପଞ୍ଚାୟତ ଘୋଷଣା କରାଗଲା । ସେହିଦନ ଠାରୁ ଆଜକୁ ଦୁଇ ଥର ପଞ୍ଚାୟତ ନିର୍ବାଚନ ହୋଇସାରିଲାଣି । ଏହି ପଞ୍ଚାୟତ ପାଇଁ ଗତ ୨୦୧୭ ମସିହାରେ ୩୫ ଲକ୍ଷ ଟଙ୍କା ଅଟକଳ ବ୍ୟୟ ରେ ଏକ ପଞ୍ଚାୟତ ଗୃହ ନିର୍ମାଣ କାମ ଆରମ୍ଭ ହେଲା । ହେଲେ ଆଜକୁ ୭ ବର୍ଷ ରୁ ଉର୍ଦ୍ଧ୍ବ ଦିନ ହେଲା ପରେ ମଧ୍ୟ ପଞ୍ଚାୟତ ବିଲ୍ଡିଂ ନିର୍ମାଣ ହୋଇପାରିନାହିଁl କେବଳ ପଞ୍ଚାୟତ ଗୃହ ନୁହେଁ , ପଞ୍ଚାୟତ ଗୃହକୁ ଲାଗିକି ନିର୍ମାଣ ହେଉଥିବା ଗ୍ରାହକ ସେବା କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ରାଜୀବ ଗାନ୍ଧୀ ଭବନ,ପଞ୍ଚାୟତ ଗୋଦାମ ଘର, ଏଏନଏମ ସେଣ୍ଟର, ମିଶନ ଶକ୍ତି ଭବନ ଏବଂ ସ୍କୁଲ କୋଠା ମଧ୍ୟ ଅଧପନ୍ତରିଆ ଭାବେ ପଡି ରହିଛି । ଅଞ୍ଚଳରେ ଅନେକ ସମସ୍ୟା ଥିବା ବେଳେ ଆଜି ପର୍ଯ୍ୟନ୍ତ ଆଦିବାସୀଙ୍କ ସମାଧାନ ଦିଗରେ ନା ନିର୍ବାଚିତ ପ୍ରତିନିଧି ନା ରାଜନେତା ନା ପ୍ରଶାସନ କେହି ମଧ୍ୟ ଆଗଭର ହେଉ ନାହାନ୍ତି । ଯାହା ଫଳରେ ଏବେବି ଆଦିବାସୀ ମାନେ ଦିଶାହିନ ଭଳି ଭଟକି ବୁଲୁଛନ୍ତି । ଆହା କରିବାକୁ କେହି ନାହିଁ କି ସାହା ହେବା ପାଇଁ ମଧ୍ୟ କେହି ନାହିଁ । ଲୋକେ ବ୍ୟାଙ୍କ ସେବା, ଡାକ୍ତରଖାନା କିମ୍ବା ଅନ୍ୟ କୌଣସି ସେବା ପାଇବା ପାଇଁ ୭୦କିମି ଥୁଆମୂଳ ରାମପୁର କିମ୍ବା ଇନ୍ଦ୍ରାବତୀ ନଦୀ ପାର ହୋଇ ନବରଙ୍ଗପୁର ଯାଉଛନ୍ତି । ଯଦି ଏହି ଅଧପନ୍ତରିଆ ସମସ୍ତ ଗୃହ ନିର୍ମାଣ ହେଲେ ନିଜ ଅଞ୍ଚଳରେ ଲୋକେ ସରକାରୀ ସେବା ପାଇ ପାରିବେ । ଦୁର୍ଗମ ଅଞ୍ଚଳ ହୋଇଥିବା ଯୋଗୁଁ କୌଣସି ଅଧିକାରୀ ମଧ୍ୟ ଏ ଅଞ୍ଚଳକୁ ଯାଉ ନାହାଁନ୍ତି । ଯାହା ଫଳରେ ଏହାତ ଫାଇଦା ନେଉଛନ୍ତି ଠିକାଦାର ଓ ଯନ୍ତ୍ରୀ ମାନେ । ତୁରନ୍ତ ରାଜ୍ୟ ସରକାର ଆଦିବାସୀ ମାନଙ୍କ ଦୁଃଖ ଶୁଣିବାକୁ ଦାବୀ ହୋଇଛି ।

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ