ଟ୍ରାକ୍ଟର ତଳେ ଚାପି ହୋଇ ଜଣେ ମୃତ ,ଡ୍ରାଇଭର ଓ ମାଲିକ ଫେରାର

Sep 15, 2024 - 19:58
 0  59
ଟ୍ରାକ୍ଟର ତଳେ ଚାପି ହୋଇ ଜଣେ ମୃତ ,ଡ୍ରାଇଭର ଓ ମାଲିକ ଫେରାର

ମୋରଡ଼ା,୧୫/୯: ମୟୂରଭଞ୍ଜ ଜିଲା ମୋରଡା ଥାନା ତଥା ଚିତ୍ରଡା ଫାଣ୍ଡି ଅଞ୍ଚଳରେ ଟ୍ରାକ୍ଟର ତଳେ ଚାପି ହୋଇ ଜଣଙ୍କ ମୃତ୍ୟୁ ଘଟିଛି l ମୃତକ ଜଣକ ହେଲେ ଉକ୍ତ ଫାଣ୍ଡି ଅଧୀନ ଗଡିଗାଁ ପଞ୍ଚାୟତର ହାଣ୍ଡିଭଙ୍ଗା ଗ୍ରାମର ମୁନୁସି ମଳିକ l ସୂଚନା ମୁତାବକ ହାଣ୍ଡିଭଙ୍ଗା ଗ୍ରାମ ଜଙ୍ଗଲ ନିକଟରେ ଥିବା ସୁବର୍ଣ୍ଣରେଖା କେନାଲ ନିକଟରୁ ବେଆଇନ ଭାବେ ଏକ ଟ୍ରାକ୍ଟରରେ ମୋରମ ଚୋରା ଚାଲାଣ ହେଉଥିଲା l ତେବେ ମୋରମ ଖୋଳିବା ସମୟରେ ମୁନୁସୀ ଥକି ଯାଇ ଟ୍ରାକ୍ଟରର ଆଗ ଚକରେ ଡେରି ହୋଇ ବିଶ୍ରାମ ନେଉଥିଲେ l ସେହି ସମୟରେ ଟ୍ରାକ୍ଟର ଡ୍ରାଇଭର ବଳରାମ କଟୁଆଳ ଟ୍ରାକ୍ଟରକୁ ଚଲାଇ ଦେବାରୁ ମୁନୁଶିଙ୍କ ଦେହ ଉପରେ ଟ୍ରାକ୍ଟର ଚଢିଯିବାରୁ ଘଟଣାସ୍ଥଳରେ ମୁନୁଷିଙ୍କ ମୃତ୍ୟୁ ଘଟିଥିଲା l ତେବେ ଘଟଣା ଘଟାଇ ଟ୍ରାକ୍ଟର ଡ୍ରାଇଭର ବଳରାମ ଓ଼ ଟ୍ରାକ୍ଟର ମାଲିକ ପୂର୍ଣ୍ଣଚନ୍ଦ୍ର କଟୁଆଳ ଫେରାର ହୋଇଯାଇଛନ୍ତି l ଘଟଣାସ୍ଥଳରେ ଚିତ୍ରଡା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଜାରି ରଖିଛନ୍ତି l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ