।। ଟେଷ୍ଟ କିର୍କେଟ ଖେଳ:କଣ୍ଟାବାଞ୍ଜି ରେ ଲୋକାଲ ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ । ଫାଇନାଲ ରେ ପ୍ରଭାତ କ୍ଳବ୍ ବିଜୟୀ କଣ୍ଟାବାଞ୍ଜି ।।

Dec 31, 2023 - 16:24
 0  29
।। ଟେଷ୍ଟ କିର୍କେଟ ଖେଳ:କଣ୍ଟାବାଞ୍ଜି ରେ ଲୋକାଲ ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ । ଫାଇନାଲ ରେ ପ୍ରଭାତ କ୍ଳବ୍ ବିଜୟୀ  କଣ୍ଟାବାଞ୍ଜି ।।

କଣ୍ଟାବାଞ୍ଜି ଅଞ୍ଚଳ ର ଶ୍ରେଷ୍ଠ ଖେଳ ଆୟୋଜକ କମିଟି ଆରଏସଆରଏସ କ୍ଲବ ଦ୍ଵାରା ସ୍ଥାନୀୟ ରେଲୱେ ଗ୍ରାଉଣ୍ଡ କଣ୍ଟାବାଞ୍ଜି ରେ ଲୋକାଲ ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି କ୍ରିକେଟ ଖେଳ ପ୍ରତିଯୋଗିତା ଗତ ନଭେମ୍ବର ୨୩ ରୁ ଆରମ୍ଭ ହୋଇ ଆଜି ଫାଇନାଲ ପର୍ଯ୍ୟାୟ ଶେଷ ହୋଇଛି। ଫାଇନାଲ ରେ କଣ୍ଟାବାଞ୍ଜି ପ୍ରଭାତ କ୍ଳବ୍ ସେଭେନ୍ ଷ୍ଟାର ଦଳକୁ ପରାସ୍ତ କରି ବିଜୟୀ ହୋଇଛି। ଫାଇନାଲରେ ଶ୍ରେଷ୍ଟ ଖେଳ ପ୍ରଦର୍ଶନ ପାଇଁ ପ୍ରଭାତ କ୍ଳବ୍ ଯୁଗଳ କିଶୋର ଶବର ମ୍ୟାନ ଅଫ ଦି ମେଚ, ଟୁର୍ଣ୍ଣାମେଣ୍ଟ ରେ ଶ୍ରେଷ୍ଟ ଖେଳ ପ୍ରଦର୍ଶନ ପାଇଁ ପ୍ରଭାତ କ୍ଳବ୍ ର ଗୌରବ ରାଉତ ଙ୍କୁ ମେନ୍ ଅଫ ଦି ସରିଜ୍ , ଟୁର୍ଣ୍ଣାମେଣ୍ଟ ରେ ଶ୍ରେଷ୍ଠ ବଳିଂ ପାଇଁ ସେଭେନ ଷ୍ଟାର ଦଳର ସାଇ ରୁଦ୍ର ବାଗ ଙ୍କୁ ବେଷ୍ଟ ବୋଲର ପ୍ରଦାନ କରାଯାଇଛି । ଏହି ଫାଇନାଲ ଦିବସରେ ମ୍ୟାଚ୍ ଓସିଏ ପାନେଲ୍ ବିସମ୍ବର୍ ମହାକୁଡ ଓ ସେହବାଜ ଖାଁ ପରିଚାଳନା କରିଥିଲେ । ଅତିଥି ଭାବେ ଦିଗେଶ୍ୱର୍ ଠେଲା , ସିଆରସିସି ଦିନେଶ ମହାନନ୍ଦ , ସାମ୍ବାଦିକ ରୋହନ ମହତ୍, ସାମ୍ବାଦିକ ତୁଳସୀ ରାମ ଜଗତ ଉପସ୍ଥିତ ଥିଲେ । ସ୍ମିଥ ଦଳାଇ, ବାଦଲ ହାତୀ , ସମୀର ଖାଁ, ଶିବରାଜ ପାଣିଗ୍ରାହୀ, ସେଖ ଇସ୍ମାଇଲ, ଆରିଫ ମହମ୍ମଦ, ଅବଦୁଲ ରେହାନ ପ୍ରମୁଖ ସହଯୋଗ ଥିଲେ। ଏହି ଖେଳ ପ୍ରତିଯୋଗିତା ଆୟୋଜନରେ ମହମ୍ମଦ ସେହୱାଜ ଖାଁ ଙ୍କ ମୁଖ୍ୟ ଭୂମିକା ରହିଛି ।

 କଣ୍ଟାବାଞ୍ଜି ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ