।। ଟିଟିଲାଗଡ ହାଟପଦା ପଡ଼ାର ୬୩ ତମ ଦୁର୍ଗାପୂଜା ପାଇଁ କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।।

Sep 26, 2023 - 06:05
 0  10
।। ଟିଟିଲାଗଡ ହାଟପଦା ପଡ଼ାର ୬୩ ତମ ଦୁର୍ଗାପୂଜା ପାଇଁ କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।।

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ - ସହର ହାଟପଦା ପଡ଼ା ଠାରେ ବୈଠକ୍ ଆସିଗଲା ପାର୍ବଣ ଋତୁ, ପ୍ରଥମେ ଗଣେଶ ପୂଜା, ତାହାର କିଛି ଦିନ ପରେ ଆସୁଛି ମାଁ ଙ୍କ ଦୁର୍ଗା ପୂଜା। କମିଟିର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ଶୁଭ୍ରାଂଶୁ ଦାସଙ୍କ ସଭାପତିତ୍ବରେ ସ୍ଥାନିୟ ଦୁର୍ଗା ମଣ୍ଡପ ସମ୍ମୁଖରେ ୬୩ ତମ ଦୁର୍ଗାପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଗତ ବର୍ଷ ଆୟ ଓ ବିୟ ର ହିସାବ ଦେବା ପାଇଁ, ପ୍ରୁବତନ ସଭାପତି ସତ୍ୟଜିତ ଷଡ଼ଙ୍ଗୀ, ପ୍ରୁବ ତନ୍ ସମ୍ପାଦକ ଅନୁପ ଦାସ ଙ୍କୁ ଅନୁରୋଧ କରି ଥିଲେ ହିସାବ ସରିଲା ପରେ ଚଳିତ ବର୍ଷ ପାଇଁ ସଭାପତି ଶ୍ରୀ ଗିରିଜାକାନ୍ତ ରଥ (ଟିଟୁ), ଉପସଭାପତି ଅଭିଳାଷ ଦାସ, ସମ୍ପାଦକ ଅନୁପ ଦାସ, କୋଷାଧ୍ୟକ୍ଷ ପ୍ରଭାକର ସରାଫ, ସହ ସମ୍ପାଦକ ନୀଳ କଟା ଚୟନ ହୋଇଥିବା ବେଳେ ଉପଦେଷ୍ଟ। କମିଟିରେ ଶୁଭ୍ରାଂଶୁ ଦାସ, ସୁବୋଧ ଦାସ, ନୀଳାମ୍ବର ମିଶ୍ର, ସୁଶାନ୍ତ ଆଚାଓ ର୍ଯ୍ୟ, ଲିଙ୍ଗ ରାଜ ସାହୁ , ସତ୍ୟଜିତ ଷଡ଼ଙ୍ଗୀ କୃଷ୍ଣ ଚନ୍ଦ୍ର ସରାଫ, ଶ୍ରିପତି ସାହୁ, ବାଲ କୃଷ୍ଣ ମିଶ୍ର ରହିଛନ୍ତି। ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସଞ୍ଜୟ ଚନ୍ଦନ, ସଞ୍ଜୀବ ପାଣିଗ୍ରାହୀ, ସୁନିଲ ଆଚାର୍ଯ୍ୟ, ସୂର୍ଯ୍ୟ ଚୌଧୁରୀ, ସଞ୍ଜୟ ନାୟକ, ରାକେଶ ଷଡଙ୍ଗୀ, ମନୋଜ ବଗର୍ତ୍ତି, ଜିତେନ୍ ବାଗ, ଘୁରଲୁ ବେହେରା, ଚୈତନ୍ ହଂସ, ବନ ସାହୁ ଏବଂ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ଶେଷରେ ସମସ୍ତେ ଗ୍ରାମ ଦେବୀ ମା ଘଣ୍ଟା ସୁନି ମନ୍ଦିର ଯାଇ କେମିତି ଭଲ ଭାବରେ ମା ଦୃଗା ଙ୍କ ର ପୂଜା ହେବ ସମସ୍ତ କର୍ମ କର୍ତ୍ତା ମା ଙ୍କୁ ପ୍ରାର୍ଥନା କରିଥିଲେ ।

 ଟିଟିଲାଗଡରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ